Advertisment

International Rural Woman Day: ଅର୍ଥନୀତିରେ ଗ୍ରାମୀଣ ମହିଳାଙ୍କ ୫ ଗୁରୁତ୍ୱପୂର୍ଣ୍ଣ ଭୂମିକା

ପ୍ରତିବର୍ଷ ୧୫ ଅକ୍ଟୋବରରେ ସାରା ବିଶ୍ୱରେ ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରାଯାଏ। ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କୃଷିରେ ବିକାଶ, ଗ୍ରାମାଞ୍ଚଳର ବିକାଶ, ଖାଦ୍ୟ ନିରାପତ୍ତା ଏବଂ ଗ୍ରାମାଞ୍ଚଳର ଦାରିଦ୍ର ଦୂରୀକରଣରେ ମହିଳାଙ୍କ ମହତ୍ତ୍ୱ ବିଷୟରେ ଅବଗତ କରାଇବା

ଅଦ୍ୟତନ ହୋଇଛି
5 important roles of rural women in the economy

5 important roles of rural women in the economy

Advertisment

ପ୍ରତିବର୍ଷ ୧୫ ଅକ୍ଟୋବରରେ ସାରା ବିଶ୍ୱରେ ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରାଯାଏ। ‘ଆନ୍ତର୍ଜାତୀୟ ଗ୍ରାମୀଣ ମହିଳା ଦିବସ’ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ କୃଷିରେ ବିକାଶ, ଗ୍ରାମାଞ୍ଚଳର ବିକାଶ, ଖାଦ୍ୟ ନିରାପତ୍ତା ଏବଂ ଗ୍ରାମାଞ୍ଚଳର ଦାରିଦ୍ର ଦୂରୀକରଣରେ ମହିଳାଙ୍କ ମହତ୍ତ୍ୱ ବିଷୟରେ ଅବଗତ କରାଇବା।

Advertisment

ଇତିହାସ:

୧୯୯୫ ମସିହାରେ ବେଜିଂରେ ଆୟୋଜିତ ହୋଇଥିବା ମହିଳାମାନଙ୍କ ଉପରେ ଚତୁର୍ଥ ବିଶ୍ୱ ସମ୍ମିଳନୀରେ ଆନ୍ତର୍ଜାତୀୟ ଅଣ-ସରକାରୀ ସଂଗଠନଗୁଡ଼ିକ ଏହି ଦିନକୁ ଏକ ବିଶେଷ ଦିନ ଭାବରେ ପ୍ରତିଷ୍ଠା କରିଥିଲେ। ଗ୍ରାମୀଣ ମହିଳାମାନଙ୍କର ପ୍ରଥମ ଆନ୍ତର୍ଜାତୀୟ ଦିବସ ୧୫ ଅକ୍ଟୋବର ୨୦୦୮ ରେ ପାଳନ କରାଯାଇଥିଲା। ଏହି ଆନ୍ତର୍ଜାତୀୟ ଦିବସକୁ ୨୦୦୭ରେ ବିଲ୍ ୬୨/୧୩୬ ରେ ପାରିତ ହୋଇଥିଲା।

ଉଦ୍ଦେଶ୍ୟ:

  • ଏହି ଦିନର ଉଦ୍ଦେଶ୍ୟ ହେଉଛି, ଗ୍ରାମାଞ୍ଚଳର ମହିଳାଙ୍କ ଅଂଶଗ୍ରହଣ ଫଳରେ କିପରି ପରିବାରର ଜୀବିକାରେ ବିବିଧତା ଆସେ ସେ ବିଷୟରେ ଜାଗରଣ ସୃଷ୍ଟି କରିବା। ଏହି ଦିନ "କୃଷି ଏବଂ ଗ୍ରାମାଞ୍ଚଳର ବିକାଶରେ ବୁଦ୍ଧି, ଖାଦ୍ୟ ସୁରକ୍ଷା ତଥା ଗ୍ରାମାଞ୍ଚଳର ଦାରିଦ୍ର୍ୟ ଦୂରୀକରଣ" ରେ ସ୍ଥାନୀୟ ମହିଳାଙ୍କ ସମେତ ଗ୍ରାମୀଣ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ସଚେତନ କରାଯାଏ।
  • ନିଜର ଯତ୍ନ ନେବା ସହିତ ଗ୍ରାମୀଣ ଅର୍ଥନୀତିରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ହେତୁ ମହିଳାମାନଙ୍କୁ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ କୁହାଯାଏ।
  • ଗ୍ରାମାଞ୍ଚଳରେ ପ୍ରତିଷ୍ଠିତ ଶିଳ୍ପ ଏବଂ କୁଟୀର ଶିଳ୍ପରେ ଶ୍ରମ ଶକ୍ତି ଭାବରେ ଗ୍ରାମୀଣ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି।
  • ଗ୍ରାମୀଣ ମହିଳାମାନେ ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଅନେକ ଉତ୍ପାଦନ କାର୍ଯ୍ୟରେ ଅଂଶଗ୍ରହଣ କରି ଯୋଗାଣ ଶୃଙ୍ଖଳାରେ ସହଯୋଗ କରନ୍ତି।
  • ଉଦ୍ୟାନ କୃଷି ଏବଂ ଅମଳ ପରବର୍ତ୍ତୀ କାର୍ଯ୍ୟରେ ଶ୍ରମ ଶକ୍ତିରେ ମହିଳାଙ୍କ ଅଂଶ ଯଥାକ୍ରମେ ୭୯% ଏବଂ ୫୧% ରହିଛି।
  • ଯଦି ଆମେ ପଶୁପାଳନ ଏବଂ ମତ୍ସ୍ୟ ଉତ୍ପାଦନରେ ମହିଳା ଶ୍ରମଶକ୍ତିର ଅଂଶକୁ ଦେଖିବା, ଏହା ଯଥାକ୍ରମେ ୫୮% ଏବଂ ୯୫% ହେବ।
Advertisment

ଭାରତରେ ଗ୍ରାମୀଣ ମହିଳା ଶ୍ରମିକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନ:

ତଥ୍ୟର ଅସମ୍ପୂର୍ଣ୍ଣ ଉପସ୍ଥାପନା:

କେତେକ ଗ୍ରାମୀଣ ମହିଳା 'କୌଣସି କାମ ନାହିଁ' ବିଶ୍ୱାସ ହେତୁ କାମ ଖୋଜିବା ବନ୍ଦ କରିଦେଲେ। ସେମାନଙ୍କୁ ଭ୍ରମିତ କରି କାମ 'ଛାଡିବା' ବା 'ଶ୍ରମ ବଜାର ଛାଡିବା' ବାଲା ଶ୍ରମିକ ମହିଳାଭାବେ ବର୍ଣ୍ଣନା କରାଯାଏ। ଏହିପରି ଭାବେ ସେମାନଙ୍କ କାମ ଛାଡିବାକୁ ବାଧ୍ୟତାମୂଳକ ପରିବର୍ତ୍ତେ ସେମାନଙ୍କର 'ପସନ୍ଦ' ଭାବରେ ଦେଖାଯାଏ।

ପାରିଶ୍ରମିକରେ ଅସମାନତା:

ଶାରୀରିକ ଶ୍ରମ କ୍ଷେତ୍ରରେ, ମହିଳାମାନଙ୍କୁ ପୁରୁଷଙ୍କ ତୁଳନାରେ କମ୍ ଦରମା ଦିଆଯାଏ କାରଣ ସେମାନଙ୍କର ଭାରୀ ଜିନିଷ ଉଠେଇବାରେ ଅପେକ୍ଷାକୃତ କମ୍ ଶାରୀରିକ ଦକ୍ଷତା ଥାଏ।

Advertisment

ଯୋଜନାରୁ ବଞ୍ଚିତ:

ଅଧିକାଂଶ ମହିଳା ‘ନିର୍ମାଣ ଶ୍ରମିକ’ ଭାବରେ ପଞ୍ଜୀକୃତ ନୁହଁନ୍ତି ଏବଂ ତେଣୁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରୁ ସୁବିଧା ପାଇବାକୁ ବଞ୍ଚିତ ହୁଅନ୍ତି।

ମନରେଗାର ସୀମା:

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ (MGNREGA) ହେଉଛି ଏମିତି ଏକ ପ୍ରକଳ୍ପ ଯାହା ମହିଳାଙ୍କ ପାଇଁ କେବଳ ୧୦୦ ଦିନର କାମ ଯୋଗେଇ ଦେବାରେ ସୀମିତ। ଅବଶିଷ୍ଟ ଦିନ ପାଇଁ, ମହିଳା ଶ୍ରମିକମାନଙ୍କୁ କ୍ରମାଗତ ଭାବରେ ଆୟର ବିକଳ୍ପ ଉତ୍ସ ଖୋଜିବାକୁ ପଡେ।

ଆର୍ଥିକ ପ୍ରତିବନ୍ଧକ:

  • ମହିଳାମାନେ ସେମାନଙ୍କର ବିଭିନ୍ନ କାର୍ଯ୍ୟରୁ ଯେଉଁ ରୋଜଗାର କରନ୍ତି ତାହା ସେମାନଙ୍କର ଶ୍ରମର ଉଚିତ ମୂଲ୍ୟ ନିଶ୍ଚିତ କରେ ନାହିଁ।
  • ପର୍ଯ୍ୟାପ୍ତ ପାଣ୍ଠିର ଅନୁପଲବ୍ଧତା ଏବଂ ଜ୍ଞାନର ଅଭାବ ହେତୁ, ସେମାନେ ଋଣ ଜାଲରେ ଫସିଯିବା ପାଇଁ ସର୍ବାଧିକ ଅସୁରକ୍ଷିତ ହୋଇପଡନ୍ତି।
Women Empowerment Special Story International Women Day
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ