ବୋଲ୍ଡ ଗାର୍ଲ ପୁନମ ପାଣ୍ଡେଙ୍କୁ ମାରି ହାଜତରେ ସ୍ୱାମୀ

ସବୁବେଳେ ନିଜର ବୋଲ୍ଡନେସ୍ ଓ ହଟଚମଟ ବୟାନକୁ ନେଇ ବିବାଦରେ ଥିବା ପୁନମ ପାଣ୍ଡେ ଏବେ ପୁଣି ଚର୍ଚ୍ଚାର କେନ୍ଦ୍ର ହୋଇଛନ୍ତି। ଏ ଏବେ ହସ୍‌ପିଟାଲ୍‌ ବେଡ୍‌ରେ। ସ୍ୱାମୀଙ୍କ ମାରପିଟ୍ ଯୋଗୁଁ ସେ ହୋଇଛନ୍ତି କ୍ଷତାକ୍ତ। ଏହି ମାମଲା ପୋଲିସ୍ ତାଙ୍କ ସ୍ୱାମୀଙ୍କୁ ମଧ୍ୟ ଗିରଫ କରିଛି।

ବୋଲ୍ଡ ଗାର୍ଲ ପୁନମ ପାଣ୍ଡେଙ୍କୁ ମାରି ହାଜତରେ ସ୍ୱାମୀ

ନୂଆଦିଲ୍ଲୀ: ମଡେଲ୍ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ପୁନମଙ୍କୁ ତାଙ୍କ ସ୍ୱାମୀ ସେମ୍ ବାମ୍ବେ ମାର୍‌ପିଟ୍ କରିଥିବା ଖବର ସାମ୍ନାକୁ ଆସିଛି। ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିବା ପୁନମ ପାଣ୍ଡେ ତାଙ୍କ ସ୍ୱାମୀଙ୍କୁ ହାଜତକୁ ପଠେଇ ଦେଇଛନ୍ତି। ତେବେ ହାଜତକୁ ଯିବା ସେମ୍ ବାମ୍ବେଙ୍କ ପାଇଁ ନୂଆ କଥା ନୁହେଁ। ସେ ଏହା ପୂର୍ବରୁ ମଧ୍ୟ ହାଜତର ପବନ ଖାଇ ସାରିଛନ୍ତି।

ପୁନମ ଅଭିଯୋଗ କରିଛନ୍ତି ଯେ ସେ ଯେତେବେଳେ ସେମ୍‌ଙ୍କ ପ୍ରଥମ ପତ୍ନୀ ଅଲଭୀରାଙ୍କ ସହିତ କଥା ହୋଇଥିଲେ ଏହାକୁ ନେଇ ଆରମ୍ଭ ହୋଇଥିଲା ଉଭୟଙ୍କ ଭିତରେ ଯୁକ୍ତିତର୍କ। ଏହା ପରେ ସେମ୍ ରାଗିଯାଇଥିଲେ ଓ ପୁନମଙ୍କ ଚୁଟି ଧରି ଘୋଷାଡି ନେଇ ତାଙ୍କ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ। ଖାଲି ଏତିକି ନୁହେଁ ସେ ପୁନମଙ୍କ ମୁହଁକୁ ମଧ୍ୟ ମୁଥା ମାରିଥିଲେ ବୋଲି ସେ କହିଛନ୍ତି।

ବୋଲ୍ଡ ଗାର୍ଲ ପୁନମ ପାଣ୍ଡେଙ୍କୁ ମାରି ଗିରଫ ହେଲେ ସ୍ୱାମୀ

ପୁନମ ପାଣ୍ଡେ ତାଙ୍କର ବିବାହ, ବୋଲ୍ଡ ଫଟୋ, ବିବାଦୀୟ ବୟାନ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ପୁନମ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ ଯେତେବେଳେ ସେ ଉଲଂଗ୍ନ ହେବା ନେଇ ଘୋଷଣା କରିଥିଲେ। ଏଇଠି ଆମେ କିଛି ସମୟ ପାଇଁ ଫେରିଯିବା ୨୦୧୧କୁ। ସେତେବେଳେ ସମସ୍ତଙ୍କ ନଜର କ୍ରିକେଟ୍ ୱାର୍ଲ୍ଡ କପ୍‌ରେ ଟିମ୍ ଇଣ୍ଡିଆର ପ୍ରଦର୍ଶନ ଉପରେ ଥିଲା। ସେତେବେଳେ ପୁନମ ଏଭଳି ଏକ କାଣ୍ଡ କଲେ ଯେ ରାତାରାତି ତାଙ୍କର ଚର୍ଚ୍ଚା ହେବା ଆରମ୍ଭ ହୋଇଗଲା। ସେତେବେଳେ ସେ ଘୋଷଣା କରିଥିଲେ ଯେ ଯଦି ଟିମ୍ ଇଣ୍ଡିଆ ଏହି ୱାର୍ଲ୍ଡକପ୍‌ ଜିତିଯାଏ ତେବେ ସେ ସର୍ବସମ୍ମୁଖରେ ଉଲଂଗ୍ନ ହେଇଯିବେ।

ବୋଲ୍ଡ ଗାର୍ଲ ପୁନମ ପାଣ୍ଡେଙ୍କୁ ମାରି ଜେଲ୍‌ରେ ସ୍ୱାମୀ

ପୁନମଙ୍କ ଏଭଳି ଘୋଷଣା ସୋସିଆଲ୍ ମିଡିଆକୁ ହୁଲ୍‌ସ୍ତୁଲ୍ କରିଦେଲା। ସେ ସୋସିଆଲ୍ ମିଡିଆର ସେନ୍ସେଶନ୍ ପାଲଟିଗଲେ। ଏନେଇ ପୁନମ ମଧ୍ୟ ବିବିସିଆଇକୁ ଏକ ଚିଠି ମାଧ୍ୟମରେ ଜଣେଇଥିଲେ। କିନ୍ତୁ ବିବିସିଆଇ ଏନେଇ ପୁନମଙ୍କୁ ଅନୁମତି ଦେଇ ନ ଥିଲା।

ଖାଲି ଏତିକି ନୁହେଁ ୨୦୧୬ରେ ବି ପୁନମ୍ ପୁଣି ଥରେ ହଇଚଇ ସୃଷ୍ଟି କରିଥିଲେ। ଏହି ସମୟରେ ଟିମ୍‌ ଇଣ୍ଡିଆ ବାଙ୍ଗ୍ଲାଦେଶକୁ ହରେଇବା ପରେ ପୁନମ୍ ସୋସିଆଲ୍ ମିଡିଆରେ ତାଙ୍କର ଅର୍ଦ୍ଧ ନଗ୍ନ ଫଟୋ ଶେୟାର କରିଥିଲେ। ପୁନମଙ୍କର ଏହି ଫଟୋକୁ ନେଇ ସେତେବେଳେ ମଧ୍ୟ ହଟଚମଟ ହୋଇଥିଲା। ବିବାଦରେ ଫଶିଥିବା ପୁନମ୍‌ଙ୍କର ଏହି ଫଟୋ ସୋସିଆଲ୍ ମିଡିଆରେ ବହୁତ ଟ୍ରେଣ୍ଡ୍‌ ହୋଇଥିଲା। ଏହା ପରଠାରୁ ପୁମନଙ୍କର ବୋଲ୍ଡ ଫଟୋ ଓ ଭିଡିଓ ଶେୟାର ହେବାର ମାହୋଲ୍ ଜାରି ହୋଇଯାଇଥିଲା।

ସେହି ବର୍ଷ ମଧ୍ୟ ପୁନମ ନିଜର ଏକ ବିବାଦୀୟ ବୟାନ ନେଇ ମିଡିଆର ମୁଖ୍ୟ ଖବର ହୋଇଗଲେ। ଫିଲ୍ମ ବୀରାପାନର ପ୍ରିମିୟର ନେଇ ପୁନମଙ୍କୁ ବିବାଦରୁ ଦୂରେଇ ରହିବା ନେଇ ପ୍ରଶ୍ନ ଉଠିଥିଲା। ସେ କହିଥିଲେ ଯେ “ମୋ ଫିଲ୍ମର ପ୍ରଚାର ମତେ କରିବାର ଥିଲା, ଏନେଇ ମୁଁ ଶାନ୍ତ ଥିଲି। ଭାବିଲି ଯେ ବିବାଦରୁ ଟିକେ ଦୂରେଇ ରହିବି। ମୁଁ ସତୀ ସାବିତ୍ରୀ ନୁହେଁ, କାରଣ ଏହା ମତେ ସୁଟ୍ କରେ ନାହିଁ।”

ରାଜ କୁନ୍ଦ୍ରାଙ୍କ ମାମଲାକୁ ନେଇ ମଧ୍ୟ ପୁନମ ପାଣ୍ଡେ ଚର୍ଚ୍ଚାକୁ ଆସିଥିଲେ। ସେ ରାଜ କୁଦ୍ରାଙ୍କ ଉପରେ ଗମ୍ଭୀର ଆରୋପ ଲଗେଇଥିଲେ। ସେ ରାଜ କୁନ୍ଦ୍ରାଙ୍କ ଉପରେ ଚୋରୀ ଆଉ ଫ୍ରଡ୍ କେସ୍ ଦାଖଲ କରିଥିଲେ।