Astrospeak
  • Live TV
  • Read In English

KGF ୨ ପାଇଁ କୋଟି କୋଟି ଟଙ୍କା ନେଇଛନ୍ତି ୟଶ- ସଞ୍ଜୟ

୧୪ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଯାଉଛି KGF ୨। ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ୍ ଦେଖିବାକୁ ମିଳିବ। ତେବେ ଫିଲ୍ମ ପାଇଁ ଏହାର କଳାକାରମାନେ ନେଇଥିବା ଫିସ୍ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ।

Know the fees of Yash-Sanjay Dutt in kgf chapter-2
KGF ପାଇଁ କୋଟି କୋଟି ଟଙ୍କା ନେଇଛନ୍ତି ୟଶ- ସଞ୍ଜୟ

KGF ଚାପ୍ଟର ୨ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ। ୟଶ, ରଭିନା ଟଣ୍ଡନ୍, ପ୍ରକାଶ ରାଜ ଏବଂ ସଞ୍ଜୟ ଦତ୍ତଙ୍କ ଏହି ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁ ଉତ୍ସାହ ରହିଛି। KGFର ପ୍ରଥମ ଭାଗ ଏକ ସୁପର୍‌ହିଟ୍ ଥିଲା ଏବଂ ପ୍ରଶଂସକମାନେ ମଧ୍ୟ ଏହାକୁ ବହୁତ ପସନ୍ଦ କରିଥିଲେ।

୨୦୧୮ରେ KGF ରିଲିଜ୍ ହୋଇଥିଲା। ପ୍ରଶାନ୍ତ ନୀଲଙ୍କ ଦ୍ୱାରା ଲିଖିତ ତଥା ନିର୍ଦ୍ଦେଶିତ ତଥା ହୋମ୍‌ବେଲ୍‌ ଫିଲ୍ମ ବ୍ୟାନରରେ ବିଜୟ କିରାଗନ୍ଦୁରଙ୍କ ଦ୍ୱାରା ନିର୍ମିତ ପିରିୟଡ୍ ଆକ୍ସନ୍ ଫିଲ୍ମ ଏପ୍ରିଲ ୧୪ରେ ସାରା ଦେଶରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ଜବରଦସ୍ତ ଆକ୍ସନ୍ ଦେଖିବାକୁ ମିଳିବ।

ଯଦି KGF ଚାପ୍ଟର ୨ର କଳାକାରମାନଙ୍କ ଫିସ୍ ବାବଦରେ ଆଲୋଚନା କରିବା, ତେବେ ଏହା ମଧ୍ୟ ତୁମର ହୋସ୍ ଉଡାଇଦେବ। କେଜିଏଫ୍ ଚାପ୍ଟର ୨ ପାଇଁ ୟଶ୍‌ ଫି ବାବଦରେ ୨୫ କୋଟି ଟଙ୍କା ନେଇଥିବାବେଳେ ସଞ୍ଜୟ ଦତ୍ତ ଏହି ଫିଲ୍ମ ପାଇଁ ୧୦କୋଟି ଟଙ୍କା ପାଇଛନ୍ତି। ଏହି ଫିଲ୍ମ ପାଇଁ ରବିନା ଟଣ୍ଡନଙ୍କୁ ୨ କୋଟି ଟଙ୍କା ଦିଆଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କୁ ପ୍ରାୟ ୧୮ କୋଟି ଟଙ୍କା ମିଳିଛି। ଏହାଛାଡା ଫିଲ୍ମର ସିନ୍ ଓ ସିକ୍ୱେନ୍ସରେ ମଧ୍ୟ ବହୁତ ଖର୍ଚ୍ଚ ହୋଇଛି।

ଉତ୍ତର ଭାରତର ବଜାରରେ ରିତେଶ ସିଦ୍ଧୱାନୀ ଏବଂ ଫରହାନ ଅଖତରଙ୍କ ଏକ୍ସେଲ ଏଣ୍ଟର୍‌ଟେନ୍‌ମେଣ୍ଟ ଏବଂ ଏଏ ଫିଲ୍ମ ଦ୍ୱାରା KGF ଚାପ୍ଟର ୨ ଉପସ୍ଥାପିତ ହେବ। ଏକ୍ସେଲ୍ 'ଦିଲ୍ ଚାହତା ହୈ', 'ଜିନ୍ଦଗି ନା ମିଲେଗି ଦୋବାରା', 'ଦିଲ୍ ଧଡକନେ ଦୋ' ଏବଂ 'ଗଲି ବଏ' ଭଳି ଅନେକ ହିଟ୍ ଫିଲ୍ମ ଦେଇଛି। କେଜିଏଫ୍‌ର ସିକ୍ୱେଲ୍ ଚାପ୍ଟର ୨ କନ୍ନଡ, ତେଲୁଗୁ, ହିନ୍ଦୀ, ତାମିଲ ଏବଂ ମାଲାୟାଲାମରେ ମୁକ୍ତିଲାଭ କରିବ।