ଅମିତାଭଙ୍କ ପିଲାବେଳର ଚରିତ୍ରରେ କରୁଥିଲେ ରୋଲ୍, ଏବେ ଆଇଟି ଦୁନିଆରେ ରାଜ୍

କମ୍ପ୍ୟୁଟର ସଫ୍ଟୱେୟାର ଜଗତରେ ରାଜ୍ କରୁଛନ୍ତି ଅମିତାଭଙ୍କ ପିଲାବେଳର ଚରିତ୍ରରେ ଅଭିନୟ କରିଥିବା ପିଲା ଏବେ ଆଇଟି କ୍ଷେତ୍ରରେ କରୁଛି ରାଜ୍ ...

alankar joshi who played young amitabh bachchan in film deewar now a billionaire

ବିଗ୍ ବି ଅମିତାଭଙ୍କ ଦିୱାର ଚଳଚ୍ଚିତ୍ର । ଡାଇଲଗ୍‌ ସାଙ୍ଗକୁ ଚଳଚ୍ଚିତ୍ରର କାହାଣୀ ଖୁବ୍‌ ମନଛୁଆଁ ଥିଲା । ଏଥିରେ ଅମିତାଭଙ୍କ ପିଲାବେଳର ଚରିତ୍ରରେ ଅଭିନୟ କରିଥିବା ଅଲଙ୍କାର ଯୋଶୀଙ୍କ ନିଖୁଣ ଅଭିନୟ କେବଳ ଦର୍ଶକ ନୁହଁନ୍ତି ବରଂ ନିର୍ଦ୍ଦେଶକ ମଧ୍ୟ ବେଶ୍ ପସନ୍ଦ କରିଥିଲେ। ତାଙ୍କୁ ହେମାମାଳିନୀଙ୍କ ସହ ଅନ୍ଦାଜ୍ ଚଳଚିତ୍ରରେ ମଧ୍ୟ ଦେଖିବାକୁ ମିଳିଥିଲା। ସେଥିରେ ସେ ହେମାମାଳିନୀଙ୍କ ପୁଅ ଚରିତ୍ରରେ ନଜର ଆସିଥିଲେ। ୭୦ ଦଶକରେ ଏହି ଚଳଚିତ୍ର ପରେ ଅଲଙ୍କାର ଯୋଶୀ ସବୁଠୁ ଅଧିକ ଚାହିଦା ଥିବା ଶିଶୁକଳାକାର ଥିଲେ। ପରେ ପରେ ସେ ସୀତା ଓର୍ ଗୀତା, ଶୋଲେ, ଧଡକନ୍ ଏବଂ ଡ୍ରିମଗାର୍ଲ ପରି ଆଦି ଅନେକ ସୁପରହିଟ୍ ଚଳଚିତ୍ରରେ ନଜର ଆସିଥିଲେ। ୯୦ଦଶକ ପର୍ଯ୍ୟନ୍ତ ଅଲଙ୍କାର ଯୋଶୀ ଚଳଚିତ୍ର ଦୁନିଆରେ ରହିବା ସହ ଅନେକ ବଡ ବଡ ବ୍ୟାନରେ ମଧ୍ୟ କାମ କରିଥିଲେ।

ପରେ ସେ ଅଭିନୟ ଜଗତରୁ ବିଦାୟ ନେଇ ଆଇଟି କ୍ଷେତ୍ରରେ ନିଜର କ୍ୟାରିୟର୍ ଆରମ୍ଭ କରିଥିଲେ। ବର୍ତ୍ତମାନ ଅଲଙ୍କାର ଯୋଶୀ କମ୍ପ୍ୟୁଟର ସଫ୍ଟୱେୟାର ଜଗତରେ ରାଜ୍ କରୁଛନ୍ତି । ଏହାସହ ତାଙ୍କର ବ୍ୟବସାୟ ମଧ୍ୟ ସମଗ୍ର ବିଶ୍ୱରେ ବ୍ୟାପିଛି। ଏବେ ସେ ନିଜ ପରିବାର ସହ ଆମେରିକାରେ ରହୁଛନ୍ତି।

ମୁମ୍ବାଇରେ ଜନ୍ମିତ ଅଲଙ୍କାର ଯୋଶୀ ହେଉଛନ୍ତି ଟିଭି ଓ ଚଳଚିତ୍ର ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କ ଭାଇ। ସେ ଅନେକ ଚଳଚିତ୍ରରେ ପାର୍ଶ୍ବ ଚରିତ୍ରରେ ଅଭିନୟ କରି ବେଶ୍ ଜଣାଶୁଣା ଥିଲେ । ବଦଲା ଓ ଆଦମୀ ସଡକ କା ଭଳି ଚଳଚିତ୍ରରେ ଶିଶୁ କଳାକାର ଭାବେ ନଜର ଆସିଥିଲେ। ୧୯୮୦ ରୁ୧୯୯୦ ଦଶକ ପର୍ଯ୍ୟନ୍ତ ସେ ରୁକମାବତୀ କି ହବେଲୀ, ସୁରଜ କା ସାତୱାଂ ଧୋଡା ଆଦି ବଡ ବଡ ଚଳଚିତ୍ରରେ ମଧ୍ୟ ନଜର ଆସିଥିଲେ।

ଅଲଙ୍କାର ଯୋଶୀଙ୍କର ଦୁଇ ଝିଅ ଏବଂ ଗୋଟେ ପୁଅ ଅଛନ୍ତି। ବଡ ଝିଅ ଅନୁଜା ଯୋଶୀ ନିଜ ପାଠପଢା ସାରି ଏବେ ଗ୍ଲାମର୍ ଦୁନିଆରେ ପାଦ ଦେଇଛନ୍ତି । ସେ ହେଲୋ ମିନି ୱେବ୍ ସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ତାଙ୍କ ଅଭିନୟ ଦର୍ଶକମାନଙ୍କୁ ବେଶ୍ ମୋହିତ କରିଥିଲେ। ଏହାସହ ତାଙ୍କ ଅଭିନିତ ବ୍ରୋକନ ବଟ୍ ବିୟୁଟିଫୁଲକୁ ବି ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି । ଷ୍ଟାରର ୱେବ ସିରିଜ୍ ହେଲୋ ମିନି ଟିଆରପି ଦୃଷ୍ଟିରୁ ବବି ଦେୱଲାଙ୍କ ଆଶ୍ରମକୁ ବି ପଛରେ ପକାଇଛି।