Advertisment

ପରୀକ୍ଷା ହେବ ନା ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ୍; ଏନେଇ ଦ୍ୱନ୍ଦ୍ୱ ଭିତରେ ଅଭିଭାବକ, ଛାତ୍ରଛାତ୍ରୀ

ଆସନ୍ତାକାଲି ଠାରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ହେଲେ ସରକାରୀ ସ୍କୁଲ୍‌ରେ ପିଲା ପଢିବେ ପୁରୁଣା ପାଠ । ହୋଇନି ପରୀକ୍ଷା, ମିଳିନି କ୍ଲାସ୍ ପ୍ରମୋସନ । ନବମ ଓ ଦଶମକୁ ଛାଡି ଦେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କୌଣସି ପରୀକ୍ଷା ହୋଇନି । ସରକାର ବି ସ୍ପଷ୍ଚ କରିନାହାନ୍ତି ଯେ ପରୀକ୍ଷା ହେବ ନା ନାହିଁ । ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ ମିଳିବ କି ପିଲାଙ୍କୁ?

School Open

School Open

Advertisment

କଣ ହେବ ସରକାରୀ ସ୍କୁଲ୍‌ରେ ପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କ ଭାଗ୍ୟ? ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବାକୁ ଯାଉଥିବାବେଳେ ପିଲାଙ୍କର କ୍ଲାସ୍ ପ୍ରମୋସନ ନେଇ କିନ୍ତୁ ସରକାର ଏଯାଏଁ କିଛି ନିଷ୍ପତ୍ତି ନେଇନାହାନ୍ତି । ଖାଲି ସେତିକି ନୁହେଁ ନୂଆ ଶିକ୍ଷା ନୀତି ଅନୁଯାୟୀ ୭ ବର୍ଷ ବୟସରୁ ପ୍ରଥମ ଶ୍ରେଣୀ ଆଡମିଶନ ସଂକ୍ରାନ୍ତରେ ବି ସରକାର ସ୍ପଷ୍ଟତା ଆଣିନାହାନ୍ତି ଯାହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଏବେ ଦ୍ୱନ୍ଦ୍ୱରେ ।

Advertisment

ଆସନ୍ତାକାଲି ଠାରୁ ଆରମ୍ଭ ହେବ ନୂଆ ଶିକ୍ଷା ବର୍ଷ । ହେଲେ ସରକାରୀ ସ୍କୁଲ୍‌ରେ ପିଲା ପଢିବେ ପୁରୁଣା ପାଠ । ହୋଇନି ପରୀକ୍ଷା, ମିଳିନି କ୍ଲାସ୍ ପ୍ରମୋସନ । ନବମ ଓ ଦଶମକୁ ଛାଡି ଦେଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କୌଣସି ପରୀକ୍ଷା ହୋଇନି । ସରକାର ବି ସ୍ପଷ୍ଚ କରିନାହାନ୍ତି ଯେ ପରୀକ୍ଷା ହେବ ନା ନାହିଁ । ବିନା ପରୀକ୍ଷାରେ କ୍ଲାସ୍ ପ୍ରମୋସନ ମିଳିବ କି ପିଲାଙ୍କୁ? ଏଭଳି ଅନେକ ପ୍ରଶ୍ନ ଓ ଦ୍ୱନ୍ଦ୍ୱ ଭିତରେ ଅଭିଭାବକ, ଛାତ୍ରଛାତ୍ରୀ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରୁ ପକ୍ଷରୁ କେବଳ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପିଲାଙ୍କର କ୍ଲାସ୍ ପ୍ରମୋସନ କିପରି ହେବ ସେନେଇ କିନ୍ତୁ କୌଣସି ସୂଚନା ଦିଆଯାଇନାହିଁ । ଅପରପକ୍ଷେ ଘରୋଇ ସ୍କୁଲ୍ ଗୁଡ଼ିକରେ କିନ୍ତୁ ନୂଆ କ୍ଲାସ୍‌ରୁ ପାଠପଢା ଆରମ୍ଭ କରିବେ ଛାତ୍ରଛାତ୍ରୀ । ଯେଉଁଥିଲାଗି ସରକାରୀ ସ୍କୁଲରେ ପଢୁଥିବା ପିଲା ପଛରେ ପଡିଯିବାର ଆଶଙ୍କା ଦେଖାଦେଲାଣି । ସେପଟେ ନୂଆ ଶିକ୍ଷା ନୀତି ଅନୁଯାୟୀ ପ୍ରଥମ ଶ୍ରେଣୀରେ ନାମ ଲେଖା ବୟସ ସୀମା ୭ ବର୍ଷ ହୋଇଛି ଏବର୍ଷ । ଏ ବୟସ ସୀମା ଲାଗୁ ହେବ ନା ନାହିଁ ତାକୁ ବି ଉଲ୍ଲେଖ କରିନାହାନ୍ତି ସରକାର ।

Advertisment

କରୋନା ପ୍ରଭାବିତ ଶିକ୍ଷା ବର୍ଷକୁ ସଠିକ୍ ଟ୍ରାକ୍‌କୁ ଆଣିବା ଲାଗି ଗଣଶିକ୍ଷା ବିଭାଗ ପ୍ରୟାସ କରୁଥିବା କହୁଛି । ହେଲେ ବିଳମ୍ବିତ ନିଷ୍ପତ୍ତି ଲାଗି ପିଲା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶିକ୍ଷା ବର୍ଷ ସହ ତାଳ ଦେଇପାରୁନାହାନ୍ତି । ଏପଟେ ବିଭାଗର ଯୁକ୍ତି ହେଲା କରୋନା ଯୋଗୁ ୨ ବର୍ଷ ସ୍କୁଲ୍ ବନ୍ଦ ଥିଲା, ପ୍ରାଥମିକ ଶ୍ରେଣୀର ପିଲା ପାଠ ନପଢି ଉତ୍ତୀର୍ଣ୍ଣ ହୋଇଛନ୍ତି । ଆଉ ବୌଦ୍ଧିକ ବିକାଶ ବି ହୋଇନି । ଏଥିଲାଗି ସରକାର ପୁରୁଣା ପାଠକୁ ନେଇ ସ୍ୱତନ୍ତ୍ର ପୁସ୍ତିକା ପ୍ରଚଳନ କରି ପିଲାଙ୍କୁ ପଢେଇବେ ।

ଠିକ୍ ସମୟରେ ଶିକ୍ଷା ବର୍ଷ ଆରମ୍ଭ କରି ପୁରୁଣା ପାଠ ଲାଗି ସ୍ୱତନ୍ତ୍ର ପୁସ୍ତିକା ପ୍ରଚଳନ କରିଥିଲେ । ହୁଏତ ପିଲାଙ୍କ କ୍ୟାରିୟର ପ୍ରଭାବିତ ହୋଇନଥାନ୍ତା ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ତେବେ କେତେ ଶୀଘ୍ର ସରକାର ପଦକ୍ଷେପ ନେଉଛନ୍ତି, ତାଉପରେ ନଜର ରହିଛି।

Advertisment

ରିପୋର୍ଟର- ଟି. ଗୌରୀ ଶଙ୍କର, ନିରଞ୍ଜନ ରେଡ୍ଡି ଓ ଜଗଦୀଶ ଦାସ

Odisha Govt School Open
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ