Advertisment

ଅନ୍ଧାରରେ ପିଲାଙ୍କ ଭବିଷ୍ୟତ: କାମ କରୁନାହିଁ ଇଣ୍ଟରନେଟ୍‌ ସେବା, ପିଲା ପାଠ ପଢିବେ କେମିତି?

ଚିତ୍ରକୋଣ୍ଡା ବ୍ଲକ ଅଂଚଳରେ ଇଣ୍ଟରନେଟ ଶିକ୍ଷା ଫେଲ ମାରିବାର ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମ ହେଉଛି ମୋବାଇଲ ସେବାଠାରୁ ଆରମ୍ଭ କରି ଇଣ୍ଟରନେଟ ସେବା ଏଠାରେ ପୂରା ବିଫଳ ରହିଛି । ଦ୍ୱିତୀୟଟି ହେଉଛି ଏହି ଅଂଚଳଟି ୮୦ଭାଗରୁ ଅଧିକ ଲୋକ ଗରିବ ଶ୍ରେଣୀର ଆଦିବାସୀ। ପରିବାର ଚଳାଇବା ପାଇଁ ପାଖରେ ଟଙ୍କା ନାହିଁ, ସେମାନେ ମୋବାଇଲ ବା ଆଣିବା କେଉଁଠୁ?

ଅନ୍ଧାରରେ ପିଲାଙ୍କ ଭବିଷ୍ୟତ: କାମ କରୁନାହିଁ ଇଣ୍ଟରନେଟ୍‌ ସେବା, ପିଲା ପାଠ ପଢିବେ କେମିତି?

Internet Problem

Advertisment

ଚିତ୍ରକୋଣ୍ଡା: ମହାମାରୀ କରୋନା ଶିକ୍ଷା ବ୍ୟବସ୍ଥାକୁ ଅନ୍ଧାର ଭିତରରେ ଠେଲି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ମହାମାରୀ ପିଲାଙ୍କ ବହିବସ୍ତାନୀରେ ଡୋରି ବାନ୍ଧିଥିବା ସହ ଶିକ୍ଷା-ଅନୁଷ୍ଠାନର ପକାଇଛି ତାଲା। ବିଦ୍ୟାର୍ଥୀ ପାଠ୍ୟକ୍ରମରୁ ଦୂରେଇ ନଯିବା ଲାଗି ୟୁଟ୍ୟୁବ ଓ ଇଣ୍ଟରନେଟ ମାଧ୍ୟମରେ ସରକାର ପିଲାଙ୍କୁ ପାଠ ପଢ଼ା ଆରମ୍ଭ କରିଛନ୍ତି। କିନ୍ତୁ ରାଜ୍ୟରେ ଏମିତି ଅନେକ ଉପାନ୍ତ ଅଂଚଳ ରହିଛି ଯେଉଁଠାରେ ନା ଅଛି ମୋବାଇଲ ଚାଲୁଛି ନା ଇଂଟରନେଟ୍‌ର ସୁବିଧା ରହିଛି।

Advertisment

ଚିତ୍ରକୋଣ୍ଡା ବ୍ଲକ ଅଂଚଳରେ ଇଣ୍ଟରନେଟ ଶିକ୍ଷା ଫେଲ ମାରିବାର ଦୁଇଟି ମୁଖ୍ୟ କାରଣ ରହିଛି। ପ୍ରଥମ ହେଉଛି ମୋବାଇଲ ସେବାଠାରୁ ଆରମ୍ଭ କରି ଇଣ୍ଟରନେଟ ସେବା ଏଠାରେ ପୂରା ବିଫଳ ରହିଛି । ଦ୍ୱିତୀୟଟି ହେଉଛି ଏହି ଅଂଚଳଟି ୮୦ଭାଗରୁ ଅଧିକ ଲୋକ ଗରିବ ଶ୍ରେଣୀର ଆଦିବାସୀ। ପରିବାର ଚଳାଇବା ପାଇଁ ପାଖରେ ଟଙ୍କା ନାହିଁ, ସେମାନେ ମୋବାଇଲ ବା ଆଣିବା କେଉଁଠୁ? ତେଣୁ ସେମାନଙ୍କ ପାଖରେ ଅନଲାଇନ୍‌ର ଶିକ୍ଷା ଅପହଞ୍ଚ ହୋଇ ରହିଛି। ମାଲକାନଗିରି ଅଞ୍ଚଳରେ କରୋନା ସମୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ଭିନ୍ନ ପ୍ରୟାସ ଆରମ୍ଭ କରିଛନ୍ତି ଶିକ୍ଷା ବିଭାଗ। ଡିଆଇଟି ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ଶିକ୍ଷାଦାନର ବିକଳ୍ପ ବ୍ୟବସ୍ଥା କରାଯାଇଛି। ଯାହାକି ଜୁଲାଇ ୧୫ରୁ ଅକ୍ଟୋବର ୧୫ ଯାଏଁ ଧାର୍ଯ୍ୟ କରାଯାଇଛି।

Advertisment

ତେବେ ଶିକ୍ଷା ବିଭାଗର ଇଣ୍ଟରନେଟ ସହିତ ଯେଉଁ ପିଲାମାନେ ଶିକ୍ଷାରୁ ବଂଚିତ ହେଉଛନ୍ତି ସେମାନଙ୍କୁ ଡିଆଇଟି ଛାତ୍ରଛାତ୍ରୀଙ୍କ ଯୋଡା ଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ପିଲାଙ୍କ ପାଠ ପଢାଇବା ଲାଗି ଉପଯୁକ୍ତ ସ୍ଥାନ ବି ନାହିଁ। ତେଣୁ ବାଧ୍ୟ ହୋଇ ଡ଼ିଆଇଟି ପିଲାମାନେ କେଉଁଠି ଖୋଲା ଆକାଶ ତଳେ ତ ଆଉ କେଉଁଠି ତମ୍ବୁ ଘରେ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ରାଜ୍ୟ ସରକାରଙ୍କ ଗାଇଡ୍‌ ଲାଇନ୍‌ ଅନୁସାରେ ଡିଆଇଟି ଛାତ୍ରଛାତ୍ରୀ ମାନେ ୧୦ଜଣ ପିଲାଙ୍କୁ ୨ ଘଂଟା ଶିକ୍ଷାଦାନ କରୁଥିବା କହିଛନ୍ତି ଡ଼ିଆଇଟି ଛାତ୍ରଛାତ୍ରୀ। ସେ ଯାହା ବି ହେଉ, ପିଲାଙ୍କୁ କେମିତି ଭଲରେ ପାଠ ପଢାଯାଇପାରିବ ସେନେଇ ପ୍ରଶାସନ ତୁରନ୍ତ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ।

Odisha Malkangiri Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ