Advertisment

ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକ୍‌ଚର୍‌ ବ୍ୟବସ୍ଥା ଲୋକାର୍ପଣ

ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ଇ-ଲେକ୍‌ଚର୍‌ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି।

ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଇ-ଲେକ୍‌ଚର୍‌ ବ୍ୟବସ୍ଥା ଲୋକାର୍ପଣ

E-Lecture programme

Advertisment

ଭୁବନେଶ୍ୱର: ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଆଜି ଇ-ଲେକ୍‌ଚର୍‌ ବ୍ୟବସ୍ଥାର ଲୋକାର୍ପଣ କରିଛନ୍ତି। ଏହି ଇ-ଲେକ୍‌ଚର୍‌ ବ୍ୟବସ୍ଥା ଦ୍ୱାରା  ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ଉପକୃତ ହେବେ।

Advertisment

ବର୍ତ୍ତମାନ ପାଇଁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ଉଭିଦ ବିଜ୍ଞାନ, ରାଜନୀତି ବିଜ୍ଞାନ, ଓଡ଼ିଆ, ଇତିହାସ, ଇଂରାଜୀ, ମନସ୍ତତ୍ତ୍ୱ ବିଜ୍ଞାନ, ବାଣିଜ୍ୟ ଓ ଅର୍ଥନୀତି ବିଷୟର କୋର ପେପରର ଇ-ଲେକ୍‌ଚର୍‌ ପ୍ରସ୍ତୁତ କରାଯାଇ vtputkal.odisha.gov.in ୱେବ୍‌ ପୋର୍ଟାଲରେ ଅପ୍‌ଲୋଡ୍‌ କରାଯାଇଛି।  ବାକି ସିମେଷ୍ଟରର ଏହି ୧୧ଟି ବିଷୟରେ ଇ-ଲେକ୍‌ଚର୍‌ ଯଥା ସମୟରେ ଅପଲୋଡ କରାଯିବ ବୋଲି କୁହାଯାଇଛି। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ ଅନ୍ତର୍ଗତ ଭର୍ଚୁଆଲ ଟ୍ୟୁଟୋରିଆଲ ପ୍ରକଳ୍ପ ମାଧ୍ୟମରେ ଏହି ଇ-ଲେକ୍‌ଚର୍‌ର ବ୍ୟବସ୍ଥା କରାଯାଇଛି। 

Advertisment

ଅନ୍ୟପକ୍ଷେ, ହ୍ୱାଟ୍ସଆପ୍‌ରେ ସବ୍‌ମିଟ୍‌ ହେବ ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର। ଇଣ୍ଡିଆନ ମ୍ୟୁଜିକ୍‌, ଡ୍ୟାନ୍ସ, ଡ୍ରାମା, ମ୍ୟୁଜିକ୍‌ ଇନ୍‌ଷ୍ଟ୍ରୁମେଣ୍ଟ୍‌, ଗୀତ ବିଭାଗର ଛାତ୍ରଛାତ୍ରୀମାନେ ନିଜ ନିଜର ଅଡିଓ ଏବଂ ଭିଡିଓ କ୍ଲିପ କରି ବିଭାଗର ଅଧ୍ୟାପକଙ୍କୁ ପଠାଇବେ। ଅଡିଓ ଏବଂ ଭିଡିଓ କ୍ଲିପର ଅବଧି ୩ରୁ ୫ ମିନିଟ୍‌ରେ ରହିବ। ଏହି ଆଧାରରେ ସେମାନଙ୍କୁ ପ୍ରାକ୍ଟିକାଲ ବା ପ୍ରୋଜେକ୍ଟ ମାର୍କ ଦିଆଯିବ। ଏସବୁ ବିଷୟରେ ପ୍ରୋଜେକ୍ଟ ପେପର ବ୍ୟବସ୍ଥା ନଥିବାରୁ ଏଭଳି ପଦ୍ଧତି ଅପଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ କରିଛି।

ସୂଚନାଥାଉ କି, ଜୁନ୍‌ ୨୧ ତାରିଖରୁ ଜୁଲାଇ ୨ ଯାଏ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ୟୁଟ୍ୟୁବ୍‌ରେ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଥିଲା। ୟୁଟ୍ୟୁବ୍‌ରେ ଲାଇଭ୍‌ କ୍ଲାସ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଯାଇଥିଲା। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓସେପାର ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଚିଠି ଲେଖି ଅବଗତ କରିଥିଲେ। ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ଟା ଯାଏ ଅଧ ଘଣ୍ଟାଏ ଲେଖା କ୍ଲାସ୍‌ ହୋଇଥିଲା। ସେହିପରି ଚତୁର୍ଥରୁ ଅଷ୍ଟମ ଯାଏ ଇଂରାଜୀ, ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ ଟା ୩୦ ଯାଏ କ୍ଲାସ ହୋଇଥିଲା। ପ୍ରତି କ୍ଲାସ୍‌ ଅଧଘଣ୍ଟା ଲେଖାଏ ହୋଇଥିଲା। ୟୁଟ୍ୟୁବ୍‌ରେ କ୍ଲାସ୍‌ ଲାଗି ୮ଟି ଜିଲ୍ଲାକୁ ଦାୟିତ୍ୱ ଦିଆଯାଇଥିଲା।

Advertisment
Latest Odisha News E-Lecture Programme
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ