Advertisment

ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା

ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ପ୍ରଥମ ଥର ପାଇଁ ମାଟ୍ରିକ ପରୀକ୍ଷାକୁ ମନିଟରିଂ କରିବ AI କ୍ୟାମେରା

ଅଦ୍ୟତନ ହୋଇଛି
AI will monitor matric exams

AI will monitor matric exams

Advertisment

ପ୍ରଥମ ଥର ପାଇଁ AI ମାଧ୍ୟମରେ ହେବେ ମାଟ୍ରିକ ପରୀକ୍ଷାର ୱେବକାଷ୍ଟିଂ। ଷ୍ଟ୍ରଙ୍ଗ୍‌ରୁମ୍‌, DEO ଅଫିସ, ପରୀକ୍ଷା ହଲରେ ଲାଗିବ AI କ୍ୟାମେରା। AI କ୍ୟାମେରା ଅପରେଟିଂ ପାଇଁ କମାଣ୍ଡ ରୁମରେ ୭/୮ ଜଣ ରହିବେ। କିଛି ତ୍ରୁଟି ପରିଲକ୍ଷିତ ହେଲେ କମାଣ୍ଡ ରୁମ୍‌କୁ ଜଣାଇବ AI କ୍ୟାମେରା। ଏହା ସହ ପ୍ରତିଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯିବ। ଏନେଇ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୁପକ୍ଷ।

Advertisment

ସେହିପରି ଆସନ୍ତା ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ହେବ। ପ୍ରଥମ ଦିନ ଅର୍ଥାତ ଫେବ୍ରୁଆରି ୨୦ରେ ଓଡ଼ିଆ, ୨୩ରେ ଇଂରାଜୀ, ୨୬ରେ ଗଣିତ ପରୀକ୍ଷା ହେବ। ସେହିପରି ୨୮ରେ ହିନ୍ଦୀ/ସଂସ୍କୃତ, ମାର୍ଚ୍ଚ ୨ରେ ବିଜ୍ଞାନ, ୪ରେ ସାମାଜିକ ବିଜ୍ଞାନ ପରୀକ୍ଷା ହେବ । ସବୁଦିନ ସକାଳ ୯ଟାରେ ଗୋଟିଏ ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ । ଚଳିତ ବର୍ଷ ୨ ହଜାର ୯ଶହ ୯୧ କେନ୍ଦ୍ରରେ ୫ ଲକ୍ଷ ୫୧ ହଜାର ୬୧୧ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ଆରମ୍ଭ ହେବାର ୨ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ପଠାଇବ ବୋର୍ଡ । ସ୍କୁଲଲ କୋଡ୍ ଆଇଡି ଓ ପାସୱାର୍ଡ ଜରିଆରେ ପ୍ରଶ୍ନପତ୍ର ଡାଉନଲୋଡ କରିବେ ସ୍କୁଲ କର୍ତ୍ତୃପକ୍ଷ । ପରୀକ୍ଷା ପରେ ମାର୍ଚ୍ଚ ୧୫ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ ବୋଲି କହିଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା ।

Odisha CCTV Odisha Matric Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ