କାହିଁକି ଜୀବନ ହାରିଲେ ଓୟୁଏଟି ଆସିଷ୍ଟାଣ୍ଟ୍ ପ୍ରଫେସର ବାସନ୍ତୀ ଜେନା

କାହିଁକି ଓ କେଉଁ ପରିସ୍ଥିତିରେ ଜୀବନ ହାରିଲେ ଓୟୁଏଟିର ଆସିଷ୍ଟାଣ୍ଟ୍ ପ୍ରଫେସର ବାସନ୍ତୀ ଜେନା? ୬ ବର୍ଷର ପୁଅ ଆଉ ସ୍ୱାମୀଙ୍କୁ ଛାଡ଼ି କେଉଁ କାରଣ ପାଇଁ ନେଲେ ଚରମ ନିଷ୍ପତ୍ତି? ସ୍ୱାମୀ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ବାପଘର ଲୋକ ଏହାକୁ ବିଶ୍ୱାସ କରୁ ନାହାନ୍ତି।

କାହିଁକି ଜୀବନ ହାରିଲେ ଓୟୁଏଟି ଆସିଷ୍ଟାଣ୍ଟ୍ ପ୍ରଫେସର ବାସନ୍ତୀ ଜେନା

ଓୟୁଏଟିର ପ୍ରାଣୀ ପ୍ରସୂତି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ବାସନ୍ତୀ ଜେନାଙ୍କ ଆତ୍ମହତ୍ୟା ଘଟଣାର କାରଣ ଖୋଜୁଛି ପୋଲିସ। ବାସନ୍ତୀଙ୍କ ସ୍ୱାମୀ ତଥା ଓୟୁଏଟିର ଭେଟେନାରୀ ପାଥୋଲୋଜି ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଦେବୀ ପ୍ରସନ୍ନ ଦାସଙ୍କ କହିବା ଅନୁସାରେ, ଗତକାଲି ସାର୍ ୬ ବର୍ଷର ମାନସିକ ଅନଗ୍ରସର ପୁଅକୁ ନେଇ ସେ ବାହାରକୁ ବୁଲିବାକୁ ଯାଇଥିଲେ। ପ୍ରାୟ ୪୦ ମିନିଟ୍ ପରେ ଘରକୁ ଫେରିବା ପରେ ଗେଟ୍ ଭିତର ପଟୁ ତାଲା ପଡିଥିଲା। ଗେଟ୍ ଡେଇଁ ଘରେ ପଶିବା ପରେ ବାସନ୍ତୀଙ୍କୁ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ତାଙ୍କୁ ଉଦ୍ଧାର କରି ପଡ଼ୋଶୀ ଓ ପୋଲିସକୁ ଖବର ଦେଇଥିଲେ।

ଏପଟେ ସ୍ୱାମୀ ଦେବୀ ପ୍ରସନ୍ନଙ୍କ କଥାକୁ ଗ୍ରହଣ କରି ପାରୁନାହାନ୍ତି ବାସନ୍ତୀଙ୍କ ବାପଘର ଲୋକ। ଉଚ୍ଚଶିକ୍ଷିତା ଓ ଉଚ୍ଚ ପଦବୀରେ ଥାଇ ବି କେଉଁ ପରିସ୍ଥିତିରେ ଝିଅ ଏଭଳି ନିଷ୍ପତ୍ତି ନେଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବାସନ୍ତୀଙ୍କ ବାପା। ତାଙ୍କ ଅଭିଯୋଗ ହେଲା ଜ୍ୱାଇଁ ଦେବୀପ୍ରସନ୍ନ ସବୁବେଳେ ମଦ୍ୟପାନ କରୁଥିଲେ। ଏହାକୁ ନେଇ ସ୍ୱମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ପୁଅ ମାନସିକ ଅନଗ୍ରସର ହୋଇଥିଲେ ବି ଦେବୀପ୍ରସନ୍ନ ତା’ର ଉଚିତ୍ ଦାୟିତ୍ୱ ନେଉ ନଥିବା ସେ ଅଭିଯୋଗ କରିଛନ୍ତି। ସେହିପରି କିଛି ଦିନ ହେବ ପତି-ପତ୍ନୀଙ୍କ ସମ୍ପର୍କରେ ତୃତୀୟ ମହିଳାଙ୍କ ଅନୁପ୍ରବେଶ ଘଟିଥିବା ସେ ସୂଚନା ଦେଇଛନ୍ତି। ତେବେ ଏ ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଦେବୀପ୍ରସନ୍ନ।

ପାରିପାରିକ ଅଶାନ୍ତି ନା ପରକୀୟ ପ୍ରୀତି? କେଉଁ କାରଣ ପାଇଁ ଆତ୍ମହତ୍ୟାର ରାସ୍ତା ବାଛିଲେ ବାସନ୍ତୀ? ପୋଲିସ ରହସ୍ୟଭେଦ ଲାଗି ଉଦ୍ୟମ ଚଳାଇଥିବା ବେଳେ ଆତ୍ମହତ୍ୟା ପୂର୍ବରୁ ବାସନ୍ତୀ ହଣ୍ଡ୍ରେଡ୍ ହେଲ୍ପ ଲାଇନ୍ ନମ୍ବରକୁ ଡାଏଲ କରିଥିବା ସୂଚନା ଦେଇଛନ୍ତ। ସ୍ୱାମୀ ଦେବୀପ୍ରସନ୍ନ ତେବେ ଏହି କଲ୍‌ କିଏ କରିଥିଲେ, କାହିଁକି କରିଥିଲେ ଏବଂ ହେଲ୍‌ପଲାଇନ୍ ସହ କଥା ହୋଇଛନ୍ତି ନା ନାହିଁ ତାହା ରହସ୍ୟ ଘେରରେ ଥିବବେଳେ ସବୁ ଦିଗକୁ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଡିସିପି ଉମାଶଙ୍କର ଦାସ ।

(ରିପୋର୍ଟ : ଭୁବନେଶ୍ୱରରୁ ଆଲୋକ ମହାନ୍ତି)