Advertisment

ଦୁର୍ବଳ ରହିଛି କି ବ୍ୟାଙ୍କ ଏବଂ ଏଟିଏମ୍ ସୁରକ୍ଷା ? କମିଶନରେଟ୍‌ ପୋଲିସ୍‌କୁ ଘାରିଲା ଚିନ୍ତା

ବ୍ୟାଙ୍କ ଓ ଏଟିଏମ୍‌ ସୁରକ୍ଷାକୁ ନେଇ କମିଶନରେଟ ପୋଲିସକୁ ଚିନ୍ତା ଘାରିଛି। ଏଣିକି ବ୍ୟାଙ୍କ, ଏଟିଏମ୍ ସିକ୍ୟୁରିଟି ଅଡିଟ୍‌ କରିବା ପାଇଁ ପୋଲିସ ଆପଣାଇଛି ଷ୍ଟ୍ରାଟେଜି।

ଅଦ୍ୟତନ ହୋଇଛି
Loot In Twin City

Loot In Twin City

Advertisment

ଭୁବନେଶ୍ୱର: ଦୁର୍ବଳ ରହିଛି କି ବ୍ୟାଙ୍କ ଏବଂ ଏଟିଏମ୍ ସୁରକ୍ଷା ? ଢିଲା ସୁରକ୍ଷାକୁ ଢାଲ କରି ଲୁଟ୍ କରୁଛନ୍ତି କି ଦୁର୍ବୃତ୍ତ ? RBI ଗାଇଡଲାଇନ୍‌  ଏବଂ ପୋଲିସ ଟିପ୍ସକୁ ମାନୁଛନ୍ତି ତ କର୍ତ୍ତୃପକ୍ଷ ? ବ୍ୟାଙ୍କ ଓ ଏଟିଏମ୍‌ ସୁରକ୍ଷାକୁ ନେଇ କମିଶନରେଟ ପୋଲିସକୁ ଚିନ୍ତା ଘାରିଛି। ରାଜଧାନୀ ଭୁବନେଶ୍ୱରର ସବୁ ବ୍ୟାଙ୍କ ଏବଂ ଏଟିଏମ୍ ସୁରକ୍ଷାର ଅଡିଟ୍‌ କରିବାକୁ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଏଣିକି ବ୍ୟାଙ୍କ, ଏଟିଏମ୍ ସିକ୍ୟୁରିଟି ଅଡିଟ୍‌ କରିବା ପାଇଁ ପୋଲିସ ଆପଣାଇଛି ଷ୍ଟ୍ରାଟେଜି। ରାଜଧାନୀ ଭୁବନେଶ୍ୱରର ୬ଟି ଜୋନ୍‌ ଭିତରେ ଏବଂ ସହର ଉପକଣ୍ଠରେ ଥିବା ସବୁ ବ୍ୟାଙ୍କ ଏବଂ ଏଟିଏମ୍ ଗୁଡିକର ୩ ଜଣିଆ ପୋଲିସ ଟିମ୍ ସୁରକ୍ଷାର ସମୀକ୍ଷା କରିବ।  ଏଥିପାଇଁ  ଇନ୍ସପେକ୍ଟର , ଜୋନ୍ ଏସିପି ଏବଂ ଅତିରିକ୍ତ ଡିସିପିଙ୍କୁ ନେଇ ଗଠିତ ଟିମ୍ ସୁରକ୍ଷା ରହ ସମୀକ୍ଷା କରିବେ।  

RBI ଗାଇଡ ଲାଇନ ସହ ପୋଲିସର ଟିପ୍ସକୁ କେତେ ପାଳନ କରୁଛନ୍ତି ବ୍ୟାଙ୍କ ଓ ଏଟିଏମ୍ କର୍ତ୍ତୃପକ୍ଷ, ଏସବୁର ଯାଞ୍ଚ ହେବ। ବିଶେଷକରି ସିସିଟିଭି ଠିକ୍ ସ୍ଥାନରେ ଲାଗିଛି ନା ନାହିଁ ? ସେଗୁଡିକ କାମ କରୁଛି କି ନାହିଁ ? ସିକ୍ୟୁରିଟି ଷ୍ଟାଫ ନିପୁଣ ନା ନୁହେଁ ? ବ୍ୟାଙ୍କ୍‌ରେ ଆଲାରାମ ବ୍ୟବସ୍ଥା ଠିକ୍ କି ନାହିଁ ?  କେଉଁ କେଉଁ ସ୍ଥାନରେ ଏଟିଏମ୍‌ର ଗାର୍ଡ  ନାହାନ୍ତି ?  ଏସବୁର ଯାଞ୍ଚ ହେବ।  ମାସେ ଭିତରେ ଟିମ୍ ରିପୋର୍ଟ ଦେବା ପରେ ପରବର୍ତ୍ତୀ ସୁରକ୍ଷା ନେଇ ପଦକ୍ଷେପ ଗ୍ରହଣ କରାଯିବ।

Advertisment

୨୦୨୧, ସେପ୍ଟେମ୍ବର ୧ରେ  ଭୁବନେଶ୍ୱର ବାଲିଅନ୍ତା SBI ବ୍ୟାଙ୍କ୍‌ରୁ ବନ୍ଧୁକ ମୁନରେ ଦୁର୍ବୃତ୍ତମାନେ ୮ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ସେହିପରି ୨୦୨୦, ସେପ୍ଟେମ୍ବର ୮ରେ  କଳାରାହାଙ୍ଗ ବରିମୁଣ୍ଡ ଏବଂ ଇନଫୋସିଟି ଅଞ୍ଚଳରେ ଥିବା ଦୁଇଟି ବ୍ୟାଙ୍କରୁ ଗନ୍ ପଏଣ୍ଟରେ ୧୨ ଲକ୍ଷ ଲୁଟ୍ କରିଥିଲେ ଦୁର୍ବୃତ୍ତ।

୨୦୨୧,  ଅକ୍ଟୋବର ୧୦ରେ PNB ଏଟିଏମ୍ ଆଇରନ ଚେଷ୍ଟକୁ ଗ୍ୟାସ୍ କଟରରେ କାଟି ଦୁର୍ବୁତ୍ତମାନେ ୨୭ ଲକ୍ଷ ଲୁଟ୍‌ କରି ନେଇଥିଲେ।  ୨୦୨୧, ଅଗଷ୍ଟ ୨୪ରେ  ଲୁହାପାତ ଲଗାଇ ଟ୍ୱିନ୍‌ସିଟିରେ ଥିବା SBIର ୧୧ଟି ଏଟିଏମ୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଅଧିକାଂଶ ମାମଲାରେ ଅଭିଯୁକ୍ତ ଧରାପଡିଛନ୍ତି, ହେଲେ ଲୁଟ୍ ଟ୍ରେଣ୍ଡ ବଢୁଥିବାରୁ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। 

Advertisment
ATM Loot Bank Loot Loot In Twin City
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ