Astrospeak
  • Live TV
  • Read In English

ରାଜନୈତିକ ଆକ୍ରୋଶ ରଖି ପୋଖରୀରେ ବିଷ ପକାଇ ମାରିଦେଲେ ମାଛ

ରାଜନୈତିକ ଆକ୍ରୋଶରୁ ଦୁଇଟି ମାଛ ଚାଷ ପୋଖରୀରେ ବିଷ ପକାଇଦେଲେ ଦୁର୍ବୃତ୍ତ। ଫଳରେ ପୋଖରୀରେ କ୍ୱିଣ୍ଟାଲ୍ କୁଣ୍ଟାଲ୍ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଛି।

 Quintals Of Dead Fish Found Floating In Ponds In Bhadrak
ବିଷ ପକାଇ ମାରିଦେଲେ ମାଛ

ରାଜନୈତିକ ଆକ୍ରୋଶରୁ ଦୁଇଟି ମାଛ ଚାଷ ପୋଖରୀରେ ବିଷ ପକାଇଦେଲେ ଦୁର୍ବୃତ୍ତ। ଫଳରେ ପୋଖରୀରେ କ୍ୱିଣ୍ଟାଲ୍ କୁଣ୍ଟାଲ୍ ମାଛ ମରି ଭାସୁଥିବାର ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ବ୍ଲକ୍ ଅନ୍ତର୍ଗତ ରଣଜିତ ପଞ୍ଚାୟତରେ ଏଭଳି ଘଟଣା ଘଟିଛି। 

ରଣଜିତ ପଞ୍ଚାୟତ ଅଧୀନରେ ଥିବା କୁଣ୍ଡ ପୋଖରୀ ଏବଂ କାଇତ୍ରା ପୋଖରୀରେ ଦୁର୍ବତ୍ତମାନେ ରାତି ଅଧରେ ମାଛ ମରା ବିଷ ପକାଇ ଦେଇଥିବା ଅଭିଯୋଗ ହୋଇଛି। ଏହା ପରଦିନ ପୋଖରୀରେ ମାଛମାନେ ମରି ଭାସୁଥିବାର ସ୍ଥାନୀୟ ଲୋକେ ଦେଖିଥିଲେ। 

ପ୍ରାୟ ୩ ଲକ୍ଷ ଟଙ୍କାର ୨ କୁଇଣ୍ଟାଲରୁ ଅଧିକ ମାଛ ମରିଥିବା ଦେଖିବାକୁ ମିଳିଥିବା ବେଳେ ସ୍ଥାନୀୟ ସରପଞ୍ଚ ସୁଜାତା ସାହୁ ଏନେଇ ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ।ଯେଉଁମାନେ ଏଭଳି କୁଶ୍ଚିତ କାମ କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।