Advertisment

ରାଜଧାନୀର ଆପାର୍ଟମେଣ୍ଟରେ ଅପରାଧୀଙ୍କ ଉପଦ୍ରବ, ଘରେ ପଶି ବେଧଡକ କଳାକନା ବୁଲାଉଛନ୍ତି ଲୁଟେରା

ଗତ ଶନିବାର ରାତିରେ ଭରତପୁର ଥାନା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟର ୩ଟି ଫ୍ଲାଟରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ କ୍ୟାସ୍ ଚୋରେଇ ନେଇଗଲେ ଦୁବୃର୍ତ୍ତ।

ଅଦ୍ୟତନ ହୋଇଛି
undefined

Loot From Apartment

Advertisment

ଆପାର୍ଟମେଣ୍ଟରୁ ଚୋରି, ଘରୁ କଳାକନା, କଲୋନୀ ଭିତରୁ ଲୁଟ୍। ଦିନ ହେଉ କି ରାତି, ଦ୍ୱିପହର ହେଉ କି ସଂଧ୍ୟା। ସବୁ ବେଳେ, ସବୁ ସ୍ଥାନରେ ମାତିଛନ୍ତି ଅପରାଧୀ। ପାର୍ବଣ ସମୟରେ ତ ଚୋରିର ସବୁ ସୀମା ଟପି ଯାଇଛିା। ନଜର ପକାନ୍ତୁ ଏଭଳି କିଛି ଘଟଣା ଉପରେ। ଅକ୍ଟୋବର ୧୬ ଇନଫୋସିଟି ଥାନା ନିକଟ ରାଜବାଟିକା ଆପାର୍ଟମେଣ୍ଟରେ ବଡ଼ ଧରଣର ଚୋରି। ଆପାର୍ଟମେଣ୍ଟର ୪ଟି ଫ୍ଲାଟରୁ ପାଖାପାଖି କୋଟିଏରୁ ଅଧିକ ଟଙ୍କାର ସୁନା ଗହଣା ଓ ଟଙ୍କା ନେଇ ଚଂପଟ୍ ମାରିଲେ ଚୋର। ଅକ୍ଟୋବର ୧୪, ଚନ୍ଦକା ଥାନା ଅନ୍ଧାରୁଆର MJ ଉଡ୍ ଆପାର୍ଟମେଣ୍ଟ। ଦୁଇଟି ଫ୍ଲାଟରୁ ପାଖାପାଖି ୫ ଲକ୍ଷରୁ ଅଧିକ ମୂଲ୍ୟର ସୁନା ଗହଣା ଚୋରାଇ ଫେରାର ହୋଇଗଲେ ଚୋର ଗ୍ୟାଙ୍ଗ।

Advertisment

ଗତ ଶନିବାର ରାତିରେ ଭରତପୁର ଥାନା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟର ୩ଟି ଫ୍ଲାଟରୁ ପାଖାପାଖି ୫୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ସହ କ୍ୟାସ୍ ଚୋରେଇ ନେଇଗଲେ ଦୁବୃର୍ତ୍ତ। ଗତ ୨୧ ଦିନରେ ରାଜଧାନୀର ପାଖପାଖି ୧୦ଟି ଆପାର୍ଟମେଣ୍ଟରେ କଳାକନା ବୁଲାଇ ସାରିଲେଣି ଚୋର । କିନ୍ତୁ ଏତେ ଦିନ ପରେ ବି ଦୁବୃର୍ତ୍ତଙ୍କୁ ଧରି ପାରୁନି କମିଶନରେଟ୍ ପୋଲିସ୍ । ଯାହା ରାଜଧାନୀବାସୀଙ୍କ ସୁରକ୍ଷା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

କାହିଁକି ଏତେଦିନ ପରେ ବି ଚୋରଙ୍କୁ ଧରିପାରୁନି ପୋଲିସ୍ ? ସିସିଟିଭି ଫୁଟେଜ୍, ଅନ୍ୟ ପ୍ରମାଣ ଥାଇ ବି ଟେର କେମିତି ପାଉନି ? ଢିଲା ତଦନ୍ତ ବ୍ୟବସ୍ଥା ନା ଆଉ କିଛି ? ପୋଲିସ୍ ଆଗରେ ଏମିତି ପ୍ରଶ୍ନ ଛିଡ଼ା ହୋଇଥିବା ବେଳେ ପୋଲିସ୍ କମିଶନର କରିଛନ୍ତି କିଛି ଏଭଳି ଅପିଲ୍। କହିଛନ୍ତି, ଘର ଛାଡ଼ି ବାହାରକୁ ବୁଲିବାକୁ ଯାଉଥିଲେ ସୋସିଆଲ୍ ମିଡିଆରେ ଏ ସଂପର୍କରେ ଜଣାନ୍ତୁ ନାହିଁ। କାହିଁକି ନା ସୋସିଆଲ୍ ମିଡିଆ ପୋଷ୍ଟ ଦେଖି କେଉଁଠି କେଉଁ ଘର ବନ୍ଦ ରହୁଛି ସେ ଖବର ସହଜରେ ଦୁର୍ବୃତ୍ତଙ୍କ ପାଖରେ ପହଞ୍ଚି ଯାଉଛି।

Advertisment

ପୋଲିସ୍ କମିଶନରଙ୍କ ଏହି ପରାମର୍ଶ ବାଦ୍, ଆପାର୍ଟମେଣ୍ଟବାସିନ୍ଦାଙ୍କୁ ବି କେତେକ ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛି। ଯେମିତିକି ସିକ୍ୟୁରିଟି ଗାର୍ଡ ରଖିବା ବେଳେ ପଞ୍ଜୀକୃତ ଏଜେନ୍ସିଠାରୁ ହିଁ ନିୟୋଜତ କରନ୍ତୁ। ସେହିଭଳି ଆପାର୍ଟମେଣ୍ଟକୁ ଯାଆସ କରୁଥିବା ଅଜଣା ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ରଖିବାକୁ ସିକ୍ୟୁରିଟି ଗାର୍ଡକୁ କୁହନ୍ତୁ। ଏହାବାଦ୍ ଆପାର୍ଟମେଣ୍ଟକୁ ଆସୁଥିବା ଘରୋଇ ସହାୟକ, ଖବର କାଗଜ ହକର୍, କୋରିୟର ବୟ ଆଦି ନୂଆ ଆସିଲେ ସେମାନଙ୍କ ସଂପର୍କରେ ବି ଯାଂଚ କରନ୍ତୁ।

Bhubaneswar Odisha Loot Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ