ତେଲ ପକାଇବା ବାହାନାରେ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଲୁଟ୍ ଅଭିଯୋଗ। ତେଲ ପକାଇବା ବାହାନାରେ ୨୦ ଲକ୍ଷ ଟଙ୍କା ଲୁଟିନେଲେ ୬ ଦୁର୍ବୃତ୍ତ । ପଦ୍ମପୁର ସ୍ଥିତ ପେଟ୍ରୋଲ ପମ୍ପରୁ ଲୁଟ୍, ପୋଲିସର ତନାଘନା ।

Four miscreants looted Rs 20 lakh

News Summary

ନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ୨୦ ଲକ୍ଷ ଲୁଟ୍ ଅଭିଯୋଗ

କେନ୍ଦୁଝର ସଦର ଥାନା ପଦ୍ମପୁର ପୁଟୁଳିଆରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍ । ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୦ ଲକ୍ଷ ଟଙ୍କା ଲୁଟିନେଇଥିବା ନେଇ ଅଭିଯୋଗ ହୋଇଛି । ତେଲ ପକାଇବା ବାହାନାରେ ୨ଟି ମୋଟରସାଇକେଲରେ ୬ ଜଣ ମୁଖାଧାରୀ ଦୁର୍ବୃତ୍ତ ପମ୍ପରେ ପହଞ୍ଚିଥିଲେ। ପେଟ୍ରୋଲ ପମ୍ପରେ ପହଞ୍ଚିବା ପରେ ତେଲ ପକାଉଥିବା ଯୁବକ ଓ କାଉଣ୍ଟରରେ ଥିବା ମ୍ୟାନେଜରଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୨୦ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରୁଛି