Advertisment

ଜାଲ୍ ନୋଟ୍‌ ହବ୍ ପାଲଟୁଛି କି ଓଡ଼ିଶା ? ୧୦ ବର୍ଷରେ ୧୦ କୋଟିର ନକଲି ନୋଟ୍ ଜବତ

ଗିରଫଦାରୀ, ଖୋଳତାଡ଼ ପରେ ବି ବଢ଼ି ଚାଲିଛି କାରବାର । ବରପାଲିରୁ ୧୪ ଲକ୍ଷ ୨୯ ହଜାର ନକଲି ନୋଟ୍ ଜବତର ତନାଘନା ।

ଅଦ୍ୟତନ ହୋଇଛି
Fake Note

Fake Note

Advertisment

ଜାଲି ନୋଟର ଜାଲ । ୧ ମାର୍ଚ୍ଚ ୨୦୨୧ ଛତିଶଗଡ଼ରୁୁ ଆନ୍ଧ୍ର ଚାଲାଣ ବେଳେ କୋରାପୁଟ ଜିଲ୍ଲା ସୁଙ୍କି ଆଉଟ୍‌ପୋଷ୍ଟ ନିକଟରୁ କାରରୁ ଜବତ ହୋଇଥିଲା ଜାଲି ନୋଟ୍‌ । ତାହା ୭ କୋଟି ୯୦ ଲକ୍ଷ ଟଙ୍କାର ୧୫୮୦ଟି ଜାଲ୍ ୫ ଶହ ଟଙ୍କିଆ ବିଡ଼ା ଥିଲା । ଆଉ ଏବେ ପୁଣି ଏସ୍‌ଟିଏଫ୍ ଓ ବରପାଲି ପୋଲିସ୍‌ର ରେଡ୍ ବେଳେ ବରପାଲିରୁ ଧରାପଡ଼ିଛି ୧୪ ଲକ୍ଷ ୨୯ ହଜାର ଟଙ୍କାର ନକଲି ନୋଟ୍ । ତା ସାଙ୍ଗକୁ ନୋଟ୍ ତିଆରି ମେସିନ୍ । ଏହି ଘଟଣାରେ ଗିରଫ ଦୁଇ ଅଭିଯୁକ୍ତ ଉତ୍ତରପ୍ରଦେଶର ପପୁ ଯାଦବ ଓ ସ୍ଥାନୀୟ ବରପାଲିର ବଳରାମ ମେହେରଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।

Advertisment

ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ବଳରାମ ନିଜ ଘରେ ନକଲି ନୋଟ୍ ଛାପି ରାଜ୍ୟ ବାହାରକୁ ପଠାଉଥିବା ଜଣାପଡ଼ିଥିବା ବେଳେ, ଏହି କାରବାରର ଚେର କେଉଁ ଯାଏଁ ଲମ୍ବିଛି, କେଉଁ ରାକେଟ୍ କାମ କରୁଛି ତାର ତଦନ୍ତ ଜାରି ରଖିଛି ବରଗଡ଼ ପୋଲିସ୍ ।

ଇଏ ତ ଗଲା ମାତ୍ର ଦୁଇଟି ଉଦାହରଣ । କ୍ରାଇମ୍‌ବ୍ରାଞ୍ଚ ତଥ୍ୟ କହୁଛି ଗଲା ଦଶବର୍ଷରେ ରାଜ୍ୟରୁ ଜବତ ହୋଇଛି ୧୦ କୋଟି ୪୦ ଲକ୍ଷ ଟଙ୍କାର ନୋଟ୍ । ୧୮୦ରୁ ଅଧିକ ମାମଲା ରୁଜୁ ସହ ଗିରଫ ହୋଇଛନ୍ତି ୩୨୩ ଅଭିଯୁକ୍ତ । ହେଲେ ଆଶ୍ଚର୍ଯ୍ୟର କଥା ପ୍ରତିବର୍ଷ ପୁଳା ପୁଳା ଜାଲି ନୋଟ୍‌ ଜବତ୍, ଗିରଫଦାରୀ, ଖୋଳତାଡ଼ ସତ୍ତ୍ୱେ ରାଜ୍ୟ ଯେମିତି ଫେକ୍ ନୋଟ୍ କାରବାରର ହବ୍ ପାଲଟିଛି ।

Advertisment

ତଥ୍ୟ ଏହା ବି କହୁଛି ଯେ ବରଗଡ଼, ସମ୍ବଲପୁର, ବାଲେଶ୍ୱର ଜିଲ୍ଲାରୁ ସବୁଠୁ ଅଧିକ ଜାଲି ନୋଟ୍ ଜବତ୍ ହେଉଛି ଏବଂ ଘଟଣାରେ ଓଡ଼ିଶା ସମେତ ଛତିଶଗଡ଼, ଝାରଖଣ୍ଡ, ଉତ୍ତରପ୍ରଦେଶ ଓ ବିହାରର ଅନ୍ତଃରାଜ୍ୟ ଅପରାଧୀଙ୍କ ଲିଙ୍କ ବି ସାମ୍ନାକୁ ଆସିଛି । ତା ସତ୍ତ୍ୱେ ନା କାରବାର ରୋକି ହେଉଛି ନା ନେଟ୍ଓ୍ୱର୍କ ମୂଳକୁ ଛୁଇଁ ପାରୁଛି ତଦନ୍ତକାରୀ ସଂସ୍ଥା ।

ଆଗରୁ ନକଲି ନୋଟ୍ ବାଂଲାଦେଶରୁ ଛପା ହୋଇ ଭାରତ ଆସୁଥିଲା, ଆଉ ଏବେ ଓଡ଼ିଶାରୁ ଛପା ହୋଇ ବାହାରକୁ ଚାଲାଣର ପୁଳା ପୁଳା ପ୍ରମାଣ ବି ମିଳୁଛି । କ୍ରାଇମ୍‌ବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅତି ସୁନିୟୋଜିତ ଢଙ୍ଗରେ ଏଜେଣ୍ଟମାନଙ୍କୁ ଲଗାଇ ବଡ଼ ବଡ଼ ମେଳା, ମହୋତ୍ସବ ଓ ବଜାରରେ ଏହି କାରବାର କରାଯାଉଛି । ସହଜେ ଧରା ନପଡ଼ିଲା ଭଳି ଶହେଟି ଅସଲି ୫ ଶହ ଟଙ୍କିଆ ନୋଟ୍ ବିଡ଼ା ଭିତରେ ୪-୫ଟି ନକଲି ୫ ଶହ ଟଙ୍କିଆ ନୋଟ୍ ଛାଡ଼ି ଦିଆଯାଉଛି ।

Advertisment

ତେଣୁ ଏଭଳି ସ୍ଥିିତିରେ ଲକ୍ଷାଧିକ ଟଙ୍କା କାରବାର ଉପରେ ଗ୍ରାହକଙ୍କୁ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ବିଶେଷକରି ମହାତ୍ମା ଗାନ୍ଧିଙ୍କ ଓ୍ୱାଟରମାର୍କ, ହଲୋଗ୍ରାମ, ସିକ୍ୟୁରିଟି ଥ୍ରେଡ୍ ଓ ନୋଟ୍ ଉପରେ ସ୍ପଷ୍ଟ ଭାବେ ମୂଲ୍ୟକୁ ଦେଖି ଏବଂ ହାତରେ ଅନୁଭବ କରି ନୋଟ୍ ଗ୍ରହଣ କରିବାକୁ କୁହାଯାଇଛି ।

ବରପାଲିରୁ ଜବତ୍ ନକଲି ନୋଟ୍ ଘଟଣାରେ ଅନ୍ତର୍ଜାତୀୟ ରାକେଟ୍‌ର ସଂପୃକ୍ତି ଅଛି ନା ନାହିଁ ? ଅସଲରେ ଫେକ୍‌ ନୋଟ୍‌ର ନେଟ୍ଓ୍ୱର୍କ କେଉଁଠୁ ଅପରେଟ୍ ହେଉଛି, ୟା ପଛରେ ଦେଶବିରୋଧୀ ଶକ୍ତିର ହାତ ଅଛି କି ନାହିଁ ? ଏସବୁକୁ ନଜରରେ ରଖି ଘଟଣା ସଂପର୍କରେ ଏସ୍‌ଯିଏଫ୍ ପକ୍ଷରୁ ଏନ୍‌ଆଇଏ ଓ ଆଇବିକୁ ଜଣାଇ ଦିଆଯାଇଥିବା ସୂଚନା ମିଳିଛି ।

Crime Fake Note
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ