Advertisment

ରାଜଧାନୀରେ ମାତିଛନ୍ତି ହାଉସ୍ ରେଣ୍ଟ ବ୍ରୋକର୍; OLXରେ ଘର ଭଡ଼ା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଠକେଇ...

ରାଜଧାନୀରେ ଘର ଭଡା ଖୋଜୁଛନ୍ତି କି, ସିଧା ମାଲିକଙ୍କୁ ଯୋଗାଯୋଗ କରନ୍ତୁ। ବ୍ରୋକର କି ଦଲାଲଙ୍କ ହାବୁଡ଼ରେ ପଡ଼ିଲେ ମଲ।

ଅଦ୍ୟତନ ହୋଇଛି
undefined

Rental Scams in Bhubaneswar

Advertisment

ରାଜଧାନୀରେ ଘର ଭଡା ଖୋଜୁଛନ୍ତି କି, ସିଧା ମାଲିକଙ୍କୁ ଯୋଗାଯୋଗ କରନ୍ତୁ। ବ୍ରୋକର କି ଦଲାଲଙ୍କ ହାବୁଡ଼ରେ ପଡ଼ିଲେ ମଲ। କେତେବେଳେ ସେମାନେ ଅନ୍ୟ ଘରକୁ ଅନଲାଇନ୍‌ରେ ବିଜ୍ଞାପନ ଦେଇ ତ କେତେବେଳେ ନିଜେ ମାଲିକ ସାଜି ଗୋଟିଏ ଘରକୁ ଏକାଧିକ ଲୋକଙ୍କୁ ଦେଖାଇ ହଜାର ହଜାର ଟଙ୍କାର ଚୂନ ଲଗାଇ ଫେରାର ମାରୁଛନ୍ତି । ଏଭଳି ଠକେଇର ଶିକାର ବ୍ୟକ୍ତି ପୋଲିସର ଦ୍ବାରସ୍ଥ ହେବା ପରେ ଫିଟିଛି ଗୁମର।

Advertisment

ରାଜଧାନୀରେ ମାତିଛନ୍ତି ହାଉସ୍ ରେଣ୍ଟ ବ୍ରୋକର୍ । ଓଏଲ୍‌ଏକ୍ସରେ ଘର ଭଡ଼ା ବିଜ୍ଞାପନ ଦେଇ ଗ୍ରାହକଙ୍କୁ ଲଗାଉଛନ୍ତି ଚୂନ । ଅଫଲାଇନ୍ ହେଉ କି ଅନଲାଇନ୍ ସବୁ ଫୋରମରେ ଦଲାଲ ସକ୍ରିୟ  । ଖାଲି ଭଡ଼ାଟିଆ ନୁହଁନ୍ତି ଘର ମାଲିକ ବି ହେଉଛନ୍ତି ଚିଟିଂର ଶିକାର । ଯାହାର ସଦ୍ୟତମ ଶିକାର ହୋଇଛନ୍ତି ଜଣେ ସଫ୍ଟୱେର ଇଞ୍ଜିନିୟର  । ଝାଡ଼ଖଣ୍ଡର ଶିଖାଗୁପ୍ତା ଶର୍ମା। ଭୁବନେଶ୍ବରରେ ଏକ ସଫ୍ଟୱେର କମ୍ପାନୀରେ କାମ କରନ୍ତି । ପରିବାର ସହ ରହିବାକୁ ଭଲ ଘରଟିଏ ଖୋଜୁଥିଲେ। ମୈତ୍ରୀବିହାର ଅନ୍ତର୍ଗତ ବାଇପାସ ରୋଡରେ ଥିବା ଓଁଗାର୍ଡେନରେ ଘର ଖାଲି ଥିବା କଥା ସୋସିଆଲ ମିଡିଆରୁ ଜାଣିବାକୁ ପାଇଥିଲେ। ସେଥିରେ ଥିବା କଣ୍ଟାକ୍ଟ ନମ୍ବରରେ ଯୋଗାଯୋଗ କରିଥିଲେ। ଜଣେ ବ୍ୟକ୍ତି ନିଜକୁ ହାଉସ୍ ଓନ୍‌ର ପରିଚୟ ଦେଇ ଘର ବୁଲାଇ ଦେଖାଇଲେ ଓ ମାସକର ୧୧ ହଜାର ଟଙ୍କା ଆଡଭାନ୍ସ ବି ନେଲେ । ହେଲେ ଜିନିଷପତ୍ର ଧରି ସେ ଘରେ ରହିବାକୁ ଆସି ହତବାକ୍ । ଜାଣିବାକୁ ପାଇଲେ ମାଲିକ ଟଙ୍ଗାଇ ଥିବା ଟୁ ଲେଟ୍ ଲେଖାକୁ ବ୍ୟବହାର କରି ଜଣେ ଠକ ତାଙ୍କୁ ଚିତା କାଟିଛି । ଶେଷରେ ମୈତ୍ରୀବିହାର ଥାନାର ଦ୍ବାରସ୍ଥ ହୋଇଛନ୍ତି ଶିଖାଗୁପ୍ତା ।

ଯଦିଓ ଠକ ଯୁବକକୁ ଶିଖାଗୁପ୍ତା ଚିହ୍ନି ନାହାନ୍ତି, ହେଲେ ଭଡ଼ା ଘର ଦେଖିବାକୁ ଯିବାବେଳେ ଫ୍ଲାଟ ଭିତରେ ମୋବାଇଲରେ ଭିଡ଼ିଓ କରିଥିଲେ, ଯେଉଁଥିରେ ଯୁବକର ଚିତ୍ର ରହିଛି। ବଡ଼କଥା ହେଲା, ଟୁ ଲେଟ୍ ଲେଖିଥିବା ଘର ମାଲିକ ଜାଣିନାହାନ୍ତି, କିନ୍ତୁ ତାଙ୍କ ଘରର ସୁପରଭାଇଜରକୁ ହାତ କରି ଠକ ଯୁବକ ଓଏଲଏକ୍ସରେ ବିଜ୍ଞାପନ ଦେଇ ୨୦ରୁ ୨୫ଜଣଙ୍କୁ ଘର ଦେଖାଇ ଅଗ୍ରୀମ ଭଡ଼ା ଆକାରରେ ଅଢେଇ ଲକ୍ଷରୁ ଅଧିକ ଟଙ୍କା ନେଇଯାଇଛି।

Advertisment

ସମାନ ଘରକୁ ଭଡ଼ାରେ ନେବାକୁ ୨ ମାସର ଆଡଭାନ୍ସ ଦେଇ ଠକାମୀର ଶିକାର ହୋଇ ଟେନସନରେ ଥିବା ଆଉ ଜଣେ ସଫଟୱେର କର୍ମଚାରୀ ହେଲେ ଯାଜପୁର ଜିଲ୍ଲାର ଶୁଭମ ଶାଶ୍ୱତ ପୋଥାଳ। ସମାନ ଢଙ୍ଗରେ ତାଙ୍କୁ କେମିତି ଦଲାଲ ନିଜକୁ ମାଲିକ କହି ଘର ଦେଖାଉଛନ୍ତି ସେ ଭିଡ଼ିଓ ବି ଅଛି। ୨ ମାସର ଆଡ଼ଭାନ୍ସ ନେବା ପରେ ବାବୁଙ୍କ ଫୋନ୍  ସୁଇଚ ଅଫ୍। ସେ ବି ଥାନାର ଦ୍ବାରସ୍ଥ ହୋଇଛନ୍ତି। ପୋଲିସ ଠକକୁ ଧରିବାକୁ ଜାଲ ବିଛାଇଛି।

ରାଜଧାନୀରେ ବାହାର ଲୋକଙ୍କ ସଂଖ୍ୟା ହୁ ହୁ ବଢୁଛି। ତେଣୁ ଭଡ଼ା ଘର ପାଇଁ ଲୋକେ ଘୁରି ବୁଲୁଛନ୍ତି। ଆଉ ଏଭଳି ସ୍ଥିତିରେ ବ୍ରୋକର ମାତୁଛନ୍ତି। ତେଣୁ କେମିତି ସେମାନଙ୍କ ଜାଲରୁ ମୁକୁଳିବେ, ସେ ବାଟ ବି ବତାଇଛନ୍ତି ପୂର୍ବତନ ପୋଲିସ ଅଧିକାରୀ। ଭଡ଼ା ଘର ଦେଖିବା ବେଳେ ପ୍ରଥମ ମାଲିକଙ୍କ ସହ ଯୋଗାଯୋଗ କରନ୍ତୁ। ଅନଲାଇନ୍ ଘରଭଡ଼ା ବିଜ୍ଞାପନଠୁ ଦୂରେଇ ରୁହନ୍ତୁ ଅବା ବିଜ୍ଞାପନର ସତ୍ୟାସତ୍ୟ ଯାଞ୍ଚ କରନ୍ତୁ। ଆଡ଼ଭାନସ୍ ଦେବାବେଳେ ପ୍ରମାଣ ସଂଗ୍ରହ କରନ୍ତୁ ଓ ଅଗ୍ରୀମ ନେଉଥିବାର ବ୍ୟକ୍ତି, ମାଲିକ ନା ନାହିଁ ତାହା ବି ପରଖନ୍ତୁ। 

Advertisment
Fraud Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ