ଆନନ୍ଦପୁର RI ସୀମା ସୀମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ

ଆନନ୍ଦପୁର ଆରଆଇ ସୀମା ସୀମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଫିସ୍ ଭିତରେ ପଶି ଜଣେ ଯୁବକ ତାଙ୍କୁ କଟୁରୀରେ ଆକ୍ରମଣ କରିଥିବା ଜଣାପଡ଼ିଛି ।

ଅଫିସ୍ ଭିତରେ ପଶି ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ

News Summary

ଅଫିସ୍ ଭିତରେ ପଶି ମାରଣାସ୍ତ୍ରରେ ମରଣାନ୍ତକ ଆକ୍ରମଣ

ଆକ୍ରମଣରେ ଗୁରୁତର ସୀମା ସିମନ୍ତିନୀ ମେଡିକାଲରେ ଭର୍ତ୍ତି

ଆନନ୍ଦପୁର : ଆନନ୍ଦପୁର ଆରଆଇ ସୀମନ୍ତିନୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଅଫିସ ଭିତରେ ପଶି ତାଙ୍କ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ ହୋଇଛି । ଗୁରୁତର ଆହତ ସୀମା ସୀମନ୍ତିନୀଙ୍କୁ ବର୍ତ୍ତମାନ ମେଡିକାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣ କରିବା ଅଭିଯୋଗରେ ବାଙ୍ଖିଡ଼ି ଗାଁର ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । 

ଆଜି ସକାଳେ ଆରଆଇ ସୀମା ସୀମନ୍ତିନୀ ନିଜ କାର୍ଯ୍ୟାଳୟରେ ବସିଥିଲେ । ଆନନ୍ଦପୁର ରାଜସ୍ୱ ନିରୀକ୍ଷକ ସୀମା ସୀମନ୍ତିନୀ ସାହୁ କାର୍ଯ୍ୟାଳୟରେ ଥିବା ବେଳେ ଆନନ୍ଦପୁର ଥାନା ବାଙ୍ଖିଡି ଗ୍ରାମର ଗୋବିନ୍ଦ ଜେନା କାର୍ଯ୍ୟାଳୟ ଭିତରେ ପଶି ଏକ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ । କର୍ମଚାରୀ ମାନେ ସୀମାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଜମିବାଡ଼ି ମାମଲା ଥିବାବେଳେ ଅଭିଯୁକ୍ତ ଗୋବିନ୍ଦ କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ଖବର ପାଇ ଆନନ୍ଦପୁର ଉପଜିଲ୍ଲାପାଳ ଡାକ୍ତରଖାନା ପହଞ୍ଚି ଏହି ଘଟଣା କୁ ନିନ୍ଦା କରିଛନ୍ତି । ଅନ୍ୟ ପକ୍ଷରେ ଗୋବିନ୍ଦଙ୍କ ଜମିକୁ ଅନ୍ୟ ନାମରେ କରିଦେଇଥିବାରୁ ଆକ୍ରମଣ କରିଥିବା କଥା ଗୋବିନ୍ଦ କହିଛନ୍ତି ।