Advertisment

ଖବ୍‌ଶୀଘ୍ର ସବୁ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ୍

ଆସନ୍ତା ୧୫ରୁ ସବୁ ଜିଲ୍ଲାରେ ହେବ RTPCR ଟେଷ୍ଟ ଲ୍ୟାବ୍ । ରାଜ୍ୟରେ ବର୍ତ୍ତମାନ ୧୪ ଜିଲ୍ଲାରେ ଲ୍ୟାବ ଥିବା ବେଳେ ଆଉ ୧୬ଟି ଜିଲ୍ଲାରେ ଟେଷ୍ଟ ଲ୍ୟାବ କରାଯିବ । ଏନେଇ ଟେଣ୍ଡର ଦିଆସରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

ଖବ୍‌ଶୀଘ୍ର ସବୁ ଜିଲ୍ଲାରେ RTPCR ଟେଷ୍ଟ ଲ୍ୟାବ୍

RTPR Test Lab

Advertisment

ଆସନ୍ତା ୧୫ରୁ ସବୁ ଜିଲ୍ଲାରେ ହେବ RTPCR ଟେଷ୍ଟ ଲ୍ୟାବ୍ । ରାଜ୍ୟରେ ବର୍ତ୍ତମାନ ୧୪ ଜିଲ୍ଲାରେ ଲ୍ୟାବ ଥିବା ବେଳେ ଆଉ ୧୬ଟି ଜିଲ୍ଲାରେ ଟେଷ୍ଟ ଲ୍ୟାବ କରାଯିବ । ଏନେଇ ଟେଣ୍ଡର ଦିଆସରିଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେହିପରି ରାଜ୍ୟରେ ଜିନମ୍ ସିକ୍ୱେନସିଂ କାମ ଚାଲିଛି । ମୋଟ ପଜିଟିଭ୍ ମାମଲାରୁ ପାଖାପାଖି ୧୦ ପ୍ରତିଶତ ନମୁନା ILSକୁ ପଠାଇବା ଲାଗି ସବୁ ସାଇଟ୍ ଓ ଲାବୋରୋଟରିକୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି ।

Advertisment

ଅନ୍ୟପଟେ ଟିକା ମିକ୍ସ ଆଣ୍ଡ ମ୍ୟାଚ ନେଇ ଏପର୍ଯ୍ୟନ୍ତ ଭାରତ ସରକାରଙ୍କ କୌଣସି ଗାଇଡ଼ଲାଇନ ଆସିନି । କିନ୍ତୁ ମିକ୍ସ ଆଣ୍ଡ ମ୍ୟାଚ ପଦ୍ଧତି ବିଶ୍ୱରେ ନୂଆ ନୁହେଁ ।UK ଓ ଇସ୍ରାଏଲରେ ଏହା ଆରମ୍ଭ ହୋଇଯାଇଛି । ସେଠାରେ ଅକ୍ସଫୋର୍ଡ ସହ ଫାଇଜର ବା ମର୍ଡନାର ମିକ୍ସ ଦେଲେ ବେଶୀ ଫଳପ୍ରଦ ହେଉଛି । DCGI ଏବେ କୋଭିସିଲ୍ଡ ଓ କୋଭକ୍ସିନର ମିକ୍ସ ଓ ମ୍ୟାଚ ପରୀକ୍ଷଣ ପାଇଁ ଅନୁମତି ଦେଇଛି । କିନ୍ତୁ ବ୍ୟବହାର ଲାଗି ଅନୁମତି ମିଳିନାନାହିଁ । ଯଦି ଭଲ ଫଳାଫଳ ଦିଏ, ଏହା ଟିକା ସମସ୍ୟା ଦୂର କରିପାରିବ ବୋଲି କହିଛନ୍ତି ଡିଏମ୍ଇଟି । ଟିକା ଇଣ୍ଟରଚେଞ୍ଜକୁ ଅନୁମତି ମିଳିଲେ, ଯେଉଁଠି ଗୋଟେ ଟିକା ପହଞ୍ଚି ପାରୁନି, ଅନ୍ୟ ଟିକା ଦିଆଯାଇପାରିବ । ଫଳରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁ ରହିବ ।

Advertisment

ସେହିଭଳି କରୋନା ଟିକାର ବୁଷ୍ଟର ଡୋଜ ଦେବାର ଆବଶ୍ୟକତା ଉପରେ ଏକ ପ୍ରଶ୍ନର ଉତ୍ତରର ରଖିଛନ୍ତି ନୀତି ଆୟୋଗ ସଦସ୍ୟ ଡକ୍ଟର ଭି.କେ ପାଲ ।ସେ କହିଛନ୍ତି, କରୋନା ଟିକାକରଣ ଉପରେ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପ ଏହାର ଶେଷ ବୈଠକରେ ଟିକାର ବୁଷ୍ଟର ଡୋଜ୍ ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହାସହିତ ସେ କହିଛନ୍ତି WHO ବୁଷ୍ଟର ଡୋଜ ଉପରେ ପ୍ରତିବନ୍ଧକ ଲଗାଇବାକୁ କହିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ବିଚାର ବିମର୍ଷ ଜାରି ରହିଛି ।

କରୋନାରୁ ରକ୍ଷା ପାଇବା ପାଇଁ ଲୋକମାନେ ଠିକ୍ ସମୟରେ ସେମାନଙ୍କର ଦ୍ୱିତୀୟ ଡୋଜ ଟିକା ନେବା ଉଚିତ୍ ବୋଲି କହିଥିଲେ ଭି.କେ ପଲ । ଯେଉଁମାନେ କୌଣସି ରୋଗରେ ପୀଡ଼ିତ କିମ୍ବା କର୍କଟ ପାଇଁ ଚିକିତ୍ସିତ ହେଉଛନ୍ତି ସେମାନେ ବିଶେଷ ରୂପରେ ଧ୍ୟାନ ଦେବା ଉଚିତ୍ । ସେହିପରି ଟିକା ନେଇଥିଲେ ସୁଦ୍ଧା ଆବଶ୍ୟକ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ।

Advertisment
Corona RTPCR COVID-19
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ