• Astrospeak
  • Live TV
  • Read In English

ଅଧିକ ଫଳପ୍ରଦ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ୍ : କରୋନା ଟିକାକୁ ନେଇ ICMRର ନୂଆ ତଥ୍ୟ

ମହାମାରୀ ବିରୁଦ୍ଧରେ ସଞ୍ଜିବନୀ ସାଜି କରୋନା ଟିକା । ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରକୁ ଦୃଷ୍ଟିରେ ରଖି ଟିକାକୁ ସର୍ବୋତ୍ତମ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଉଛି । ଏହି କାରଣରୁ କରୋନା ଟିକା ସମ୍ବନ୍ଧରେ ବିଭିନ୍ନ ପରୀକ୍ଷାନୀରିକ୍ଷା ଜାରି ରହିଛି । ଏହି କ୍ରମରେ ବିଶ୍ୱର ଅନ୍ୟ ଦେଶମାନଙ୍କ ପରି ଟିକାକରଣର ମିଶ୍ରିତ ଡୋଜ୍ ଉପରେ ଭାରତରେ ଗବେଷଣା କରାଯାଉଛି

vaccine
vaccine

News Summary

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି ମିଶ୍ରିତ ଡୋଜ୍

କୋଭିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରିତ ଡୋଜ୍ ଏପର୍ଯ୍ୟନ୍ତ କୌଣସି ପ୍ରତିକୂଳ ପ୍ରଭାବ ପକାଇନି

ନୂଆଦିଲ୍ଲୀ : ମହାମାରୀ ବିରୁଦ୍ଧରେ ସଞ୍ଜିବନୀ ସାଜିଛି କରୋନା ଟିକା । ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରକୁ ଦୃଷ୍ଟିରେ ରଖି ଟିକାକୁ ସର୍ବୋତ୍ତମ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଉଛି । ଏହି କାରଣରୁ କରୋନା ଟିକା ସମ୍ବନ୍ଧରେ ବିଭିନ୍ନ ପରୀକ୍ଷା ନୀରିକ୍ଷା ଜାରି ରହିଛି । ଏହି କ୍ରମରେ ବିଶ୍ୱର ଅନ୍ୟ ଦେଶ ମାନଙ୍କ ପରି ଟିକାକରଣର ମିଶ୍ରିତ ଡୋଜ୍ ଉପରେ ଭାରତରେ ମଧ୍ୟ ଗବେଷଣା କରାଯାଉଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର୍) ଅନୁସନ୍ଧା ଅନସାରେ କୋଭିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରିତ ମାତ୍ରା ବହୁତ ଭଲ ଫଳାଫଳ ଦେଖାଇଛି ।

ଆଡେନୋଭାଇରସ୍ ଭେକ୍ଟର ପ୍ଲାଟଫର୍ମ ଆଧାରରେ ଦୁଇଟି ଟିକାର ମିଶ୍ରଣ ପରେ ବହୁତ ଭଲ ଫଳାଫଳ ଦେଖା ଯାଇଥିବା ଆଇସିଏମଆର ଦ୍ୱାରା କରାଯାଇଥିବା ଅନୁସନ୍ଧାନରୁ ଜଣାପଡିଛି । ଟିକାର ମିଶ୍ରିତ ଡୋଜ୍ କେବଳ କରୋନା ସଂକ୍ରମଣକୁ ହ୍ରାସ କରିପାରିବ ନାହିଁ ବରଂ ଏହା ଶରୀରରେ ଭଲ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରୁଥିବା ମଧ୍ୟ ଦେଖିବାକୁ ମିଳିଛି ।

କିଛି ଦିନ ପୂର୍ବରୁ କୋଭିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରିତ ଡୋଜ୍ ସହିତ ନାକରେ ଦିଆଯାଇଥିବା ଭାରତ ବାୟୋଟେକ୍ ଟିକା ଉପରେ ଅଧ୍ୟୟନକୁ ଅନୁମତି ପ୍ରଦାନ କରିଥିଲା ବିଶେଷଜ୍ଞ ଅଧ୍ୟୟନ କମିଟି (SEC) । ଦେଶରେ ଜଣେ ବ୍ୟକ୍ତିଙ୍କୁ ଦୁଇଟି କରୋନା ଟିକା ଦିଆଯିବା ପରେ ଏହାର ଫଳାଫଳ ବହୁତ ଭଲ ରହିଛି ବୋଲି କହିଛନ୍ତି SEC ସଦସ୍ୟ ।

କୋଭିସିଲ୍ଡ ଏବଂ କୋଭାକ୍ସିନର ମିଶ୍ରିତ ଡୋଜ୍ ଏପର୍ଯ୍ୟନ୍ତ କୌଣସି ପ୍ରତିକୂଳ ପ୍ରଭାବ ପକାଇଥିବା ଦେଖିବାକୁ ମିଳିନାହିଁ । ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତିଙ୍କୁ ଭୁଲରେ ଦୁଇଟି ଭିନ୍ନ ଟିକା ଦିଆଯାଇଥିଲା । ଏହା ପରେ ଡାକ୍ତରମାନେ ସେହି ବ୍ୟକ୍ତିଙ୍କ ଉପରେ ନଜର ରଖିଥିଲେ । ତେବେ ଦୁଇଟି ଭିନ୍ନ ଟିକା ନେଇଥିବା ବ୍ୟକ୍ତି ଜଣକ ସମ୍ପୂର୍ଣ୍ଣ ସୁସ୍ଥ ଥିବା ସହ ତାଙ୍କୁ କୌଣସି ପ୍ରକାରର ଅସୁବିଧା ନାହିଁ । ବୈଜ୍ଞାନିକ ଅଧ୍ୟୟନରେ କରୋନା ଭୂତାଣୁ ଏବଂ ଆଡେନୋ ଭୂତାଣୁରେ ନିର୍ମିତ ଦୁଇଟି ଭିନ୍ନ ଟିକା ଜଣକ ଶରୀରରେ ସମାନ ପ୍ରଭାବ ଦେଖାଇବ ।