Advertisment

ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌। ୨୪ ଘଣ୍ଟାରେ ୮୮୬ ଆକ୍ରାନ୍ତ ଚିହ୍ନଟ, ୬୬ ମୃତ

ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ୍‌ କେସର ସଂଖ୍ୟା ୩୭୪ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ଅଦ୍ୟତନ ହୋଇଛି
ଦେଶରେ କମୁଛି ସଂକ୍ରମଣ: ୨୪ ଘଂଟାରେ ୩୦,୫୪୯ ଆକ୍ରାନ୍ତ ହେଲେ ଚିହ୍ନଟ

corona virus

Advertisment

ଭୁବନେଶ୍ୱର: ରାଜ୍ୟରେ କ୍ରମାଗତ ଭାବରେ କମୁଛି ସଂକ୍ରମଣ। ଗତ ୨୪ ଘଂଟାରେ ରାଜ୍ୟରେ ୮୮୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ଅର୍ଥାତ୍‌ ଲୋକାଲ୍‌ କେସର ସଂଖ୍ୟା ୩୭୪ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।  ଏପଟେ, ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକରୁ ୧୩, ସମ୍ବଲପୁରରୁ ୮, ବରଗଡ଼ରୁ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହାସହ ବଲାଙ୍ଗିରରୁ ୩, ନୂଆପଡ଼ାରୁ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାସହ ଝାରସୁଗୁଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରୁ ଜଣେ ଲେଖାଏଁଙ୍କ ପ୍ରାଣ ନେଇ ମହାମାରୀ। ଏହାସହ ମୋଟ୍‌ କରୋନାଜନିତ ମୃତ୍ୟୁସଂଖ୍ୟା ୬,୫୦୧କୁ ବୃଦ୍ଧି ପାଇଛି।

Advertisment

ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୩୨, ବାଲେଶ୍ୱରରୁ ୬୨, ବରଗଡ଼ରୁ ୮, ଭଦ୍ରକରୁ ୩୧, ବୌଦ୍ଧରୁ ୨, କଟକରୁ ୮୧, ଦେବଗଡ଼ରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଢେଙ୍କାନାଳରୁ ୧୧, ଗଜପତିରୁ ୪, ଗଞ୍ଜାମରୁ ୮, ଜଗତସିଂହପୁରରୁ ୫୪, ଯାଜପୁରରୁ ୬୦, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୫,କେନ୍ଦ୍ରାପଡ଼ାରୁ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି, କେନ୍ଦୁଝରରୁ ୧୮, ଖୋର୍ଦ୍ଧାରୁ ୨୫୩, କୋରାପୁଟ୍‌ରୁ ୭, ମାଲକାନଗିରିରୁ ୯, ମୟୂରଭଞ୍ଜରୁ ୨୫, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୨୫, ପୁରୀରୁ ୫୩ ଓ ରାୟଗଡ଼ାରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କେବଳ ସେତିକି ନୁହେଁ ବରଂ ସମ୍ବଲପୁରରୁ ୧୫, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଷ୍ଟେଟ୍‌ ପୁଲର ସଂଖ୍ୟା ୫୧ ରହିଛି। ସେପଟେ ରାଜ୍ୟରେ ମୋଟ୍‌ ପଜିଟିଭ୍‌ କେସ୍‌ର ସଂଖ୍ୟା ୯୮୭୯୫୬ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ରାଜ୍ୟରେ ୧୧୪୮୬ ଆକ୍ଟିଭ୍‌ କେସ ରହିଛି।

Advertisment

ତେବେ ଗତକାଲି ରାଜ୍ୟରେ ୧,୨୪୩ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୭୧୮ ଜଣ ଥିବାବେଳେ ଲୋକାଲ କେସ୍ ୫୨୫ ରହିଥିଲେ । ସେହିପରି ଗତକାଲି ରାଜ୍ୟରେ ୬୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏପଟେ, ଭଲ କାମ କରୁଛି ଭ୍ୟାକ୍ସିନ୍ କକଟେଲ। କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକା ମିଶ୍ରଣରୁ ମିଳୁଛି ସକରାତ୍ମକ ପରିଣାମ। କୋଭିଡ୍ ବିରୋଧୀ ଲଢ଼େଇର ପ୍ରମୁଖ ଅସ୍ତ୍ର ଟିକାକୁ ନେଇ ଗତକାଲି ଏଭଳି ଉତ୍ସାହପ୍ରଦ ଦାବି ରଖିଛି ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ୍ ରିସର୍ଚ ବା ଆଇସିଏମ୍ଆର୍ ସଂସ୍ଥା କହିଛି। କୋଭାକ୍ସିନ୍ ଓ କୋଭିସିଲ୍ଡର ଅଲଗା ଅଲଗା ଡୋଜ୍ ଦିଆଯିବା ଦ୍ୱାରା ଏହା କରୋନା ବିରୋଧରେ ଶରୀରରେ କେବଳ ଅଧିକ ପ୍ରତିରୋଧୀ କ୍ଷମତା ସୃଷ୍ଟି କରୁନି, କୋଭିଡ୍‌ର ବିଭିନ୍ନ ଭ୍ୟାରିଏଣ୍ଟକୁ ମଧ୍ୟ ପ୍ରଭାବୀ ଢଙ୍ଗରେ ପ୍ରତିରୋଧ କରୁଛି।

COVID19 Coronavirus Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ