Advertisment

'କରୋନା ମୃତ୍ୟୁ' ପାଇଁ ଭ୍ୟାଲିଡିଟି ୩୦ ଦିନ !

ଆଇସିଏମଆର୍‌ ସର୍ଭେ ଅନୁଯାୟୀ ୯୫ ପ୍ରତିଶତ ମୃତ୍ୟୁ ସଂକ୍ରମିତ ହେବାର ୨୫ ଦିନ ମଧ୍ୟରେ ହିଁ ହୋଇଛି। ତେଣୁ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ରଖିବାକୁ ସଂକ୍ରମଣଠାରୁ ମୃତ୍ୟୁ ମଧ୍ୟର ବ୍ୟବଧାନକୁ ୩୦ ଦିନ ରଖାଯାଇଛି।

covid death

covid death

Advertisment

ନୂଆଦିଲ୍ଲୀ: କରୋନା ଚିହ୍ନଟ ହେବାର ୩୦ ଦିନ ଭିତରେ ମୃତ୍ୟୁ ଘଟିଲେ ତାକୁ କୋଭିଡ୍ ଡେଥ୍ ଭାବେ ବିବେଚନା କରାଯିବ। ସଂକ୍ରମିତ ହସପିଟାଲରେ ଥାଆନ୍ତୁ କି ଘରେ, ଜଣେ ଯେବେଠୁ କରୋନା ପୀଡିତ ହୋଇଥିବେ, ଯଦି ଏହାର ୩୦ ଦିନରେ ତାଙ୍କର ମୃତ୍ୟୁ ଘଟେ ତେବେ ତାକୁ କରୋନା ମୃତ୍ୟୁ କୁହାଯିବ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ଆଇସିଏମଆର ପକ୍ଷରୁ ଏସଂପର୍କରେ ଗାଇଡଲାଇନ ଜାରି କରାଯାଇଥିବା ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି କେନ୍ଦ୍ର ସରକାର।

Advertisment

ଆରଟିପିସିଆର, ମଲିକୁଲାର ଓ ରାପିଡ୍ ଆଣ୍ଟିଡେନ ଟେଷ୍ଟରେ ପଜିଟିଭ୍ ଆସିଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ କରୋନା ପଜିଟିଭ୍ ଧରାଯିବ। ତେବେ କରୋନାରେ ପୀଡିତ ଥାଇ ମଧ୍ୟ ଯଦି ବ୍ୟକ୍ତିଙ୍କର ହତ୍ୟା, ଆତ୍ମହତ୍ୟା, ଦୁର୍ଘଟଣା,କିମ୍ବା ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟେ, ତାହାଲେ ତାକୁ କୋଭିଡ୍ ମୃତ୍ୟୁ ଭାବେ ବିବେଚନା କରାଯିବ ନାହିଁ। ଆଇସିଏମଆର୍‌ ସର୍ଭେ ଅନୁଯାୟୀ ୯୫ ପ୍ରତିଶତ ମୃତ୍ୟୁ ସଂକ୍ରମିତ ହେବାର ୨୫ ଦିନ ମଧ୍ୟରେ ହିଁ ହୋଇଛି। ତେଣୁ ବ୍ୟବସ୍ଥାରେ ଅଧିକ ସ୍ୱଚ୍ଛତା ରଖିବାକୁ ସଂକ୍ରମଣଠାରୁ ମୃତ୍ୟୁ ମଧ୍ୟର ବ୍ୟବଧାନକୁ ୩୦ ଦିନ ରଖାଯାଇଛି।

କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଡେଥ୍‌ ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ ବ୍ୟବସ୍ଥା କରିବା ଲାଗି ସୁପ୍ରିମକୋର୍ଟରେ ରିପକ୍‌ କଂସଲ ଏବଂ ଗୌରବ ବଂଶଲ ନାମକ ୨ ଜଣ ବ୍ୟକ୍ତି ଆବେଦନ କରିଥିଲେ। ଏହି ମାମଲାର ଶୁଣାଣି କରି ଜୁନ୍‌ ୩୦ରେ ରାୟ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ। ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର କାରଣ କରୋନା ବୋଲି ଲେଖାଯିବାକୁ ବ୍ୟବସ୍ଥା କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟଳୟ।

Advertisment

ଶୁଣାଣି ପରେ ମଧ୍ୟ ଏ ନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୌଣସି ଉପଯୁକ୍ତ ପଦକ୍ଷେପ ନିଆଯାଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଥିଲେ ସୁପ୍ରିମକୋର୍ଟ। ଏବେ କିନ୍ତୁ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି । ମୃତ୍ୟୁ ପ୍ରମାଣପତ୍ର ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର।

ନିର୍ଦ୍ଦେଶାବଳୀ ଅନୁଯାୟୀ, ଯଦି କରୋନାରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ଡେଥ୍‌ ସାର୍ଟିଫିକେଟରେ କରୋନା ଯୋଗୁଁ ମୃତ ହୋଇଛି ବୋଲି ଲେଖାଯିବ। ଘରେ କିମ୍ବା ହସ୍ପିଟାଲରେ ଯେକୌଣସି ସ୍ଥାନରେ ମୃତ୍ୟୁ ହୋଇଥିଲେ ମଧ୍ୟ ଡେଥ୍‌ ସାର୍ଟିଫିକଟେରେ କରୋନା ମୃତ୍ୟୁ ହିଁ ଲେଖାଯିବ। ଯଦି କୌଣସି ବ୍ୟକ୍ତିଙ୍କ କରୋନାରେ ସଂକ୍ରମିତ ହୋଇ ଏବଂ ବିଷ ପିଇ, ଆତ୍ମହତ୍ୟା, ହତ୍ୟା କିମ୍ବା ଦୁର୍ଘଟଣାଜନୀତ ମୃତ୍ୟୁ ହୁଏ ତେବେ ସେ କ୍ଷେତ୍ରରେ ମୃତ୍ୟୁ ପ୍ରମାଣପତ୍ରରେ କରୋନା ଲେଖାଯିବ ନାହିଁ।

Advertisment
India Covid19 Certificate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ