Advertisment

ବାହାନଗା ଦୁର୍ଘଟଣାର ସାଂଘାତିକ ସତ:ଷ୍ଟେସନ ମାଷ୍ଟର ଦାୟୀ !!

ସିଆର୍‌ଏସ୍‌ ତଦନ୍ତ ରିପୋର୍ଟରେ ସିଗ୍‌ନାଲ୍ ତ୍ରୁଟିକୁ ଦାୟୀ କରାଗଲା । ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି ।

ଅଦ୍ୟତନ ହୋଇଛି
Odisha Train Accident 2023

Odisha Train Tragedy

Advertisment

ସିଗନାଲିଂ ତ୍ରୁଟିରୁ ବାହାନଗା ଟ୍ରାଜେଡି । ରେଲୱେ ସୁରକ୍ଷା କମିଶନରଙ୍କ ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ଦାୟୀ କରାଯାଇଛି । ସିଗନାଲିଂ ତ୍ରୁଟିରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ସିଗନାଲିଂ ଓ ଟେଲିକମ୍ୟୁନିକେସନ ବିଭାଗର ବିଭିନ୍ନ ସ୍ତରରେ ହୋଇଥିଲା ତ୍ରୁଟି ହୋଇଥିବା ଦର୍ଶାଯାଇଛି । ଦୁର୍ଘଟଣା ଆଶଙ୍କା ନେଇ ପୂର୍ବ ଚେତାବନୀକୁ ଅଣଦେଖା କରାଯାଇଥିଲା ।

Advertisment

ଷ୍ଟେସନ ମାଷ୍ଟର ସତର୍କ ହୋଇଥିଲେ ଏହି ଦୁର୍ଘଟଣାକୁ ଏଡ଼ାଯାଇ ପାରିଥାନ୍ତା ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ELB ରିପ୍ଲେସମେଣ୍ଟ ପଦ୍ଧତିରେ ତ୍ରୁଟି ଥିବା ମଧ୍ୟ ଦର୍ଶାଯାଇଛି । ବାହାନଗା ELB ଆଧୁନିକୀକରଣକୁ ଗୁରୁତ୍ୱ ଦେଇ ନଥିଲେ ଅଫିସ୍ କର୍ମଚାରୀ । ସେହିପରି ଟ୍ରାକରେ କୌଣସି ତ୍ରୁଟି ନଥିଲା ବୋଲି ତଦନ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ...

ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ଦୋଷାରୋପ

ଷ୍ଟେସନ ମାଷ୍ଟର ସତର୍କ ଥିଲେ ଏଡ଼ାଯାଇ ପାରିଥାନ୍ତା ବାହାନଗା ଟ୍ରେନ୍ ଟ୍ରାଜେଡି। ସିଆରଏସ ତଦନ୍ତ ରିପୋର୍ଟରେ ଷ୍ଟେସନ ମାଷ୍ଟରଙ୍କ ଅବହେଳାକୁ ଦାୟୀ କରାଯାଇଛି। ରିପୋର୍ଟର ତଥ୍ୟ ଅନୁଯାୟୀ, ଘଟଣା ଦିନ ସିଗନାଲରେ ବାରମ୍ବାର ଅସ୍ୱାଭାବିକ ବ୍ୟବହାର ଦେଖିବାକୁ ମିଳିଥିଲା। ଘଟଣା ଦିନ ଯେଉଁ କ୍ରସ ଓଭର ପଏଣ୍ଟରେ କରମଣ୍ଡଳ ଏକ୍ସପ୍ରେସ ଭୁଲବଶତଃ ଲୁପ ଲାଇନକୁ ଆସି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା, ଷ୍ଟେସନ ମାଷ୍ଟର ଚାହିଁଥିଲେ ତାକୁ ଏଡ଼ାଇ ପାରିଥାନ୍ତେ ।

Advertisment

କାରଣ ଦୁର୍ଘଟଣା ପୂର୍ବରୁ ସିଗନାଲରେ ବାରମ୍ବାର ଗୁରୁତର ଅସ୍ୱାଭାବିକତା ଦେଖିବାକୁ ମିଳିଥିଲା, ଯାହାକୁ ଦେଖି ବି ଅଣଦେଖା କରିଥିଲେ ଷ୍ଟେସନମାଷ୍ଟର । ସାଧାରଣତଃ ଇଣ୍ଟଲକିଂ ସିଷ୍ଟମରେ ସୁଇଚ ଅନ୍ କରିବା ପରେ ସିଗନାଲର ଷ୍ଟାଟସରେ ପରିବର୍ତ୍ତନ ପାଇଁ ୧୩ ରୁ ୧୪ ସେକେଣ୍ଡ ଲାଗିଥାଏ । ତେବେ ଘଟଣାଦିନ ୪ ଟା ୨୨ ରେ ଯେତେବେଳେ କ୍ରସ ଓଭରକୁ ରିଭର୍ସରୁ ନର୍ମାଲକୁ ଅଣାଯାଇଥିଲା ତାହା ଅସ୍ୱାଭାବିକ ଭାବେ ୩୭ ସେକେଣ୍ଡ ସମୟ ନେଇଥିଲା।

କିନ୍ତୁ ୬ଟା ୩୪ରେ ପୁଣି ରିଭର୍ସରୁ ନର୍ମାଲ ପାଇଁ ଇଣ୍ଡିଭିଜୁଆଲ କମାଣ୍ଡ ଦିଆଯିବା ବେଳେ ତାହା ତତକ୍ଷଣାତ୍ ସିଗନାଲ ବଦଳାଇଥିଲା। ଯାହାକି ସବୁଠୁ ଅସ୍ୱାଭାବିକ ଥିଲା । କିନ୍ତୁ ଏସବୁ ସତ୍ତ୍ୱେ ବି ସିଗନାଲରେ ବାରମ୍ବାର ଏଭଳି ତ୍ରୁଟି ଉପରେ ଷ୍ଟେସନ ମାଷ୍ଟର ଗୁରୁତ୍ୱ ଦେଇନଥିଲେ । ଯଦି ଏହିଭଳି ତ୍ରୁଟିକୁ ଗୁରୁତ୍ୱର ସହ ନେଇ ସିଗନାଲ ଷ୍ଟାଫଙ୍କୁ ଜଣାଇ ଯାଇଥାନ୍ତା, ତାହେଲେ ୬ଟା ୫୨ରେ କରମଣ୍ଡଳ ଏକ୍ସପ୍ରେସକୁ ଅପ ଲାଇନରେ ଆସିବାକୁ ଦିଆଯାଇ ନଥାନ୍ତା, ଏବଂ ୬ ଟା ୫୨ ରେ ଘଟିବାକୁ ଥିବା ଦୁର୍ଘଟଣାକୁ ରୋକାଯାଇ ପାରିଥାନ୍ତା ବୋଲି କୁହାଯାଇଛି।.

Advertisment

ଆଧୁନିକୀକରଣକୁ ଗୁରୁତ୍ୱ ଦିଆଯାଇନି

ବାହାନଗା ଷ୍ଟେସନରେ ଆଧୁନିକୀକରଣକୁ ଗୁରୁତ୍ୱ ଦିଆ ନଯିବା ପ୍ରସଙ୍ଗ ବି ରିପୋର୍ଟରେ ଦର୍ଶାଇଛନ୍ତି ରେଲୱେ ସୁରକ୍ଷା କମିଶନର । ୨୦୧୮ରେ ବାହାନଗା ଷ୍ଟେସନର ସିଗନାଲ ସର୍କିଟ ପଏଣ୍ଟ ବଦଳିଥିଲା । କିନ୍ତୁ ଏହି ପରିବର୍ତ୍ତନକୁ ଡକ୍ୟୁମେଣ୍ଟେଡ୍ କରାଯାଇ ନଥିଲା । ୱେୟାରିଂ ଡାଇଗ୍ରାମରେ ଏହି ପରିବର୍ତ୍ତନ ଦୃଶ୍ୟମାନ ହେଉ ନଥିଲା । ଦୁର୍ଘଟଣା ଦିନ ସିଗନାଲ ଓ ଟେଲିକମ୍ ଷ୍ଟାଫ୍ ଗୁରୁତର ତ୍ରୁଟି କରିଥିଲେ । ଯାହାଫଳରେ ଗ୍ରାଉଣ୍ଡ ଓ ସିଗନାଲ ସିଷ୍ଟମରେ ମିସ୍ ମ୍ୟାଚରୁ ଦୁର୍ଘଟଣା ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ।

Train Accident Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ