Astrospeak
  • Live TV
  • Read In English

ରାମ୍ପ୍‌ ୱାକ୍‌ କରୁଥିଲେ ମଡେଲ୍‌, ହଠାତ୍‌ ଉପରେ ଆସି ପଡ଼ିଲା ଲୁହା ଖୁଣ୍ଟ...

ରାମ୍ପ୍‌ ୱାକ୍‌ କରୁଥିବା ବେଳେ ଲୁହା ଖୁଣ୍ଟ ଉପରେ ପଡ଼ିଯିବା ଯୋଗୁ ୨୪ ବର୍ଷୀୟା ମଡେଲ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ରବିବାର ଦିନ ନୋ‌ଏଡାର ଫିଲ୍ମ ସିଟି ସ୍ଥିତ ଏକ ଷ୍ଟୁଡିଓରେ ଏହି ଅଘଟଣ ଘଟିଛି।

model dies after iron pillar falls on her during ramp walk
ଫ୍ୟାଶନ ଶୋ’ରେ ବଡ଼ ଅଘଟଣ

ଫ୍ୟାଶନ ଶୋ’ରେ ବଡ଼ ଅଘଟଣ। ରାମ୍ପ୍‌ ୱାକ୍‌ କରୁଥିବା ବେଳେ ଲୁହା ଖୁଣ୍ଟ ଉପରେ ପଡ଼ିଯିବା ଯୋଗୁ ୨୪ ବର୍ଷୀୟା ମଡେଲ୍‌ଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ରବିବାର ଦିନ ନୋ‌ଏଡାର ଫିଲ୍ମ ସିଟି ସ୍ଥିତ ଏକ ଷ୍ଟୁଡିଓରେ ଏହି ଅଘଟଣ ଘଟିଛି। ଏନେଇ ରବିବାର ଦିନ ପୋଲିସ୍‌ ସୂଚନା ଦେଇଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। 

ପୋଲିସ୍‌ ସୂଚନା ଅନୁସାରେ, ମୃତ ମଡେଲ୍‌ଙ୍କ ନାଁ ବଂଶିକା ଚୋପ୍ରା ଓ ଆହତ ଯୁବକଙ୍କ ନାଁ ବବି ରାଜ୍‌। ଏମାନେ ଫ୍ୟାଶନ ଶୋ’ରେ ଭାଗ ନେଇଥିବା ବେଳେ ଦିନ ପ୍ରାୟ ସାଢ଼େ ୧ଟା ବେଳେ ଏହି ଅଘଟଣ ଘଟିଥିଲା। ଘଟଣା ପରେ ପୋଲିସ୍‌ ଶୋ’ ଆୟୋଜକ ଓ ଇଭେଣ୍ଟରେ ଲାଇଟ୍‌ର ଲୁହା ଖୁଣ୍ଟ ଲଗାଇଥିବା ବ୍ୟକ୍ତିଙ୍କୁ ପଚରାଉଚରା କରିଛି।

ଘଟଣାକୁ ନେଇ ପୋଲିସ୍‌ ମାମଲା ରୁଜୁ କରିବା ସହ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପଠାଇଛି। ଏହାସହ ମୃତାହତଙ୍କ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ପୋଲିସ୍‌ କହିଛି, ଫିଲ୍ମ ସିଟି ଷ୍ଟୁଡିଓରେ ଫ୍ୟାଶନ ଶୋ’ ଚାଲିଥିବା ବେଳେ ବଂଶିକା ଚୋପ୍ରାଙ୍କ ଉପରେ ଲାଇଟ୍‌ର ଲୁହା ଖୁଣ୍ଟ ପଡ଼ି ଯାଇଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଛି।