ସେ ଏକାଧାରରେ ଜଣେ ଚମତ୍କାର ଗାଳ୍ପିକା, ସମ୍ବେଦନଶୀଳ ଶିଶୁ ସାହିତ୍ୟିକା, ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଂଗୀତରେ ନିପୁଣା କଣ୍ଠଶିଳ୍ପୀ ଓ ସୁଗୃହିଣୀ . ୧୯୮୫ ରେ ଜନ୍ମିତା ଏହି ନିଆରା ପ୍ରତିଭା ସ୍ନେହଲତା ଦାସ ଲେଙ୍କା ମଧ୍ୟ ହାତରେ ରଂଗତୂଳୀ ଧରି ବେଶ୍ ବୁଣିପାରନ୍ତି ସ୍ବପ୍ନର ଛବି.ଅଧୁନା ସେ ଗଦ୍ୟାଂଶ ପତ୍ରିକାର ସମ୍ପାଦନା କରିବା ସହ ଓଟିଭି ସହ ଜଡିତ ଅଛନ୍ତି |