Daily Horoscope 5th October 2023: ଏହି ରାଶିର ବ୍ୟକ୍ତି ସାବଧାନ୍‌, ନିଜ ଲୋକ ହଇରାଣରେ ପକାଇବେ

  ସୌର କନ୍ୟା ମାସ ଆଶ୍ୱିନ କୃଷ୍ଣପକ୍ଷ। ଇଂରାଜୀରେ ୦୫ ତାରିଖ ଗୁରୁବାର । ଚନ୍ଦ୍ର –ବୃଷ ପ୍ରାତଃ ୦୬.୫୯ ଗତେ ମିଥୁନ । ତିଥି- ୭ ମୀ ଅହୋରାତ୍ର । ଘାତ ଚନ୍ଦ୍ର- ବିଛା ରାଶିର, ପ୍ରାତଃ ୦୬.୫୯ ଗତେ କନ୍ୟା । ଘାତ ବାର- ତୁଳା ଓ କୁମ୍ଭ । ପୁଷ୍କର ଦୋଷ- ୧ ପାଦ-ପଶୁସମ୍ପଦ ନାଶ- ଅନ୍ନ ଦାନ ।

Aries

ମେଷ

Thursday 05 Oct 2023

ଅଶ୍ୱନୀ- ବାରମ୍ବାର ପରିବାରରେ ସମସ୍ୟା ବୃଦ୍ଧି ପାଉଥିବାରୁ ଅନ୍ୟମାନଙ୍କ ପ୍ରତି ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ । କର୍ମକ୍ଷେତ୍ରରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ।

ଦ୍ୱିଜା- ଅଫିସ୍ କାମରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ । ନିଜଦୋଷରୁ ସ୍ୱାସ୍ଥ୍ୟ ସମସ୍ୟା ଗୁରୁତର ହୋଇପାରେ । ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବେ।

କୃତିକା- ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବାର ସୂଚନା ରହିଛି । ବିଭିନ୍ନ ସମସ୍ୟା ମଧ୍ୟରେ ଗତିକରି ମନରେ ଦୁଶ୍ଚିନ୍ତା ସୃଷ୍ଟି ହେବ । ରାଜନୈତିକ ସ୍ତରରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହେବେ ।

ପ୍ରତିକାର - ନୃସିଂହଙ୍କର ଗାୟିତ୍ରୀ ମନ୍ତ୍ର ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :