Daily Horoscope 5th Dec 2023 : ଦାମ୍ପତ୍ୟ ଜୀବନରେ ତିକ୍ତତା, ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା

ସୌର ବିଛା ମାସ ମାର୍ଗଶିର କୃଷ୍ଣପକ୍ଷ । ଇଂରାଜୀରେ ୦୫ ତାରିଖ ମଙ୍ଗଳବାର । ଚନ୍ଦ୍ର- ସିଂହ ଅହୋରାତ୍ର । ତିଥି- ୮ମୀ ରାତ୍ରି ୧୨.୩୭ ଗତେ ୯ମୀ । ଘାତଚନ୍ଦ୍ର- କର୍କଟ ଓ ମକର ରାଶିର ଅହୋରାତ୍ର । ଘାତବାର- ମକର ରାଶିର । ପୁଷ୍କର ଦୋଷ- ୧ ପାଦ-କୃଷିହାନି-ଭୂମିଦାନ ରାତ୍ରି ୦୩.୩୭ ଗତେ ୨ ପାଦ-କୃଷି ଓ ବଂଶହାନି-ଭୂମି ଓ ତିଳକାଞ୍ଚନ ଦାନ ।

Aries

ମେଷ

Tuesday 05 Dec 2023

ଉ,ଫାଲଗୁନି- ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ, ଯାହାକି ଦୁଶ୍ଚିନ୍ତାର କାରଣ ହୋଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ହାସଲ କରିବେ । ଅଫିସରେ କାମ ହାସଲ କରିବା କଷ୍ଟକର ହୋଇପଡ଼ିବ ।

ହସ୍ତା- ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ । ଆବଶ୍ୟକତା ପୂରଣ କରିବା ପାଇଁ ଧାର ଉଧାର କରିବାକୁ ପଡ଼ିପାରେ। ବିଶିଷ୍ଟ ବ୍ୟକ୍ତିମାନଙ୍କର ସଂସ୍ପର୍ଶରେ କାର୍ଯ୍ୟ ହାସଲ କରିବେ।

ଚିତ୍ରା- ସମସ୍ୟା ରହିଥିଲେ ମଧ୍ୟ କାମ ହାସଲ ପାଇଁ ପ୍ରତିବନ୍ଧକ ସାଜିବ ନାହିଁ। ମାଲିମକଦ୍ଦମାରେ ବିଜୟ ଓ ଶତ୍ରୁଙ୍କୁ ପରାସ୍ତ କରିବାରେ ସହାୟକ ହେବେ। ଅର୍ଥନୈତିକ ପ୍ରଗତି ମାନସିକ ସ୍ଥିତିକୁ ଦୃଢ଼ୀଭୂତ କରିବ

ପ୍ରତିକାର -ସକାଳୁ କିଛି ଖାଦ୍ୟ ପକ୍ଷୀଙ୍କୁ ଖାଇବାକୁ ଦିଅନ୍ତୁ

ଶୁଭ ରଙ୍ଗ :ସବୁଜ

ଶୁଭ ସଂଖ୍ୟା :