Daily Horoscope 8th August 2024: ଏହି ରାଶିର ବ୍ୟକ୍ତିଙ୍କର ପ୍ରେମଜୀବନ ମଧୁରମୟ ରହିବ ...

ସୌର କର୍କଟ ମାସ ଶ୍ରାବଣ ଶୁକ୍ଳପକ୍ଷ । ଇଂରାଜୀରେ ୦୮ ତାରିଖ ଗୁରୁ ବାର। ଚନ୍ଦ୍ର- କନ୍ୟା ଅହୋରାତ୍ର। ତିଥି- ୪ର୍ଥୀ ରାତ୍ରି ୧୨.୩୭ ଗତେ ୫ମୀ ଘାତଚନ୍ଦ୍ର- ବୃଷ ରାଶିର ଅହୋରାତ୍ର। ଘାତବାର- ତୁଳା ଓ କୁମ୍ଭ ରାଶିର । ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଲକାଞ୍ଚନ ଦାନ ରାତ୍ରି ୧୧.୩୪ ପର୍ଯ୍ୟନ୍ତ।

Aries

ମେଷ

Thursday 08 Aug 2024

ଅଶ୍ୱନୀ- ସ୍ୱାସ୍ଥ୍ୟଗତ ସମସ୍ୟାରେ ଉନ୍ନତି ହେବ । ଅପେକ୍ଷା କରୁଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ । ଆପଣ ନିଜ କଥାରେ ଅନ୍ୟମାନଙ୍କ ମନ ମୋହିବେ । ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ କଥା ହେବାକୁ ପଡିବ ।

ଦ୍ୱିଜା- ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ । ଜମିରେ ନିବେଶ ପାଇଁ ଭଲ ଦିନଟିଏ । ଚାକିରି କ୍ଷେତ୍ରରେ ନୂଆ ସ୍ଥାନକୁ ସ୍ଥାନାନ୍ତରିତ ହୋଇପାରେ ।

କୃତିକା- କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିବେ । ବିରୋଧୀମାନେ ଶତ ଚେଷ୍ଟା କଲେ ମଧ୍ୟ କୌଣସି କ୍ଷତି କରିପାରିବେ ନାହିଁ । ସହନଶୀଳତା ଯୋଗୁଁ ପ୍ରଶଂସା ମିଳିବ ।

ପ୍ରତିକାର - ହନୁମାନଙ୍କର ପୂଜା ସହିତ ଚାଳିଶା ପାଠ କରନ୍ତୁ

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :