ସୈାର ତୁଳା ମାସ ଆଶ୍ୱିନ ଶୁକ୍ଳପକ୍ଷ। ଇଂରାଜୀରେ ୨୫ ତାରିଖ, ବୁଧବାର ଚନ୍ଦ୍ର- କୁମ୍ଭ ଅହୋରାତ୍ର ତିଥି – ୧୧ଶୀ ଦିବା ୧୨.୩୨ ଗତେ ୧୨ଶୀ ଘାତ ଚନ୍ଦ୍ର- ମିଥୁନ ଓ ମୀନ ରାଶିର ଅହୋରାତ୍ରଘାତ ବାର – କର୍କଟ ରାଶିର ପୁଷ୍କର ଦୋଷ – ଦିବା ୧୨.୩୨ ଗତେ ୧ ପାଦ - ପଶୁସମ୍ପଦ ନାଶ – ଅନ୍ନ ଦାନ ଦିବା ୦୧.୨୯ ଗତେ ୨ ପାଦ - ପଶୁ ଓ ବଂଶ ହାନି - ଅନ୍ନ ଓ ତିଳକାଞ୍ଚନ ଦାନ
ଅଶ୍ୱନୀ- ସନ୍ଦେହ ଓ ଭୁଲ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ଲାଗି ରହିପାରେ । ବ୍ୟବସାୟ, ବାଣିଜ୍ୟ ରେ ପ୍ରତିବନ୍ଧକ ସୃଷ୍ଟି ହେବାର ଆଶଙ୍କା ରହିଛି । ସ୍ନାୟବିକ ଦୁର୍ବଳତା ଦେଖାଦେଇପାରେ ।
ଦ୍ୱିଜା- ରାଜନୀତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସଙ୍ଗଲାଭରୁ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି । ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି ।
କୃତିକା- କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡି କଣ କରିବେ କିମ୍ବା ନ କରିବେ ଏହି ଦ୍ୱନ୍ଦରେ ପଡିପାରନ୍ତି । ଦୀର୍ଘଦିନର ପରିକଳ୍ପିତ ନୂତନ କାମଟିଏ କରି ଆତ୍ମତୃପ୍ତି ଲାଭ କରିବେ । ଅତିଥୀ ଚର୍ଚ୍ଚା, ଯାତ୍ରା, ଆଇନ ଅଦାଲତ ପ୍ରଭୃତି କ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ ।
ପ୍ରତିକାର - ମଙ୍ଗଳାଙ୍କର ମନ୍ତ୍ର ପାଠ କରନ୍ତୁ
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯