ସୈାର କୁମ୍ଭ ମାସ ମାଘ ଶୁକ୍ଳପକ୍ଷ। ଇଂରାଜୀରେ ୨୧ତାରିଖ ବୁଧବାର । ଚନ୍ଦ୍ର- ମିଥୁନ ପ୍ରାତଃ ୦୭.୪୪ ଗତେ କର୍କଟ । ତିôଥ- ୧୨ଶୀ ଦିବା ୧୧.୨୭ ଗତେ ୧୩ଶୀ, ଘାତଚନ୍ଦ୍ର- କନ୍ୟା ରାଶିର ପ୍ରାତଃ ୦୭.୪୪। ଘାତବାର- କର୍କଟ ରାଶିର । ପୁଷ୍କର ଦୋଷ- ୨ ପାଦ-ପଶୁ ଓ ବଂଶ ହାନି-ଅନ୍ନ ଓ ତିଳକାଞ୍ଚନ ଦାନ ଦିବା ୧୧.୨୭ ଗତେ ୧ ପାଦ-କୁଟୁମ୍ବହାନି- ତିଳକାଞ୍ଚନ ଦାନ ଦିବା ୦୨.୧୮ ପର୍ଯ୍ୟନ୍ତ ।
ଅଶ୍ୱନୀ- ପାରିବାରିକ ସହଯୋଗ ମିଳିବା ଦ୍ୱାରା ଧନ ଲାଭର ସୁଯୋଗ ଆସିବ । ଶାରୀରିକ ସମସ୍ୟା ଦୂରହେବ । ଶିଳ୍ପ, ବାଣିଜ୍ୟ, ପରିବହନ ସ୍ତରରେ ବ୍ୟସ୍ତତା ଦୂର ହୋଇଯିବ । ବ୍ୟବସାୟରେ କଠିନ ପରିଶ୍ରମ କରି ଲାଭବାନ୍ ହୋଇ ପାରନ୍ତି ।
ଦ୍ୱିଜା- ସରକାରି ସହୟତା ପାଇବେ ବା ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁକମ୍ପା ହାସଲ କରିବେ । ଚାକିରୀକ୍ଷେତ୍ରରେ ଅଧିକ ପରିଶ୍ରମ କରିବାକୁ ପଡିବ । ଛାତ୍ର ଛାତ୍ରୀ ପରିକ୍ଷାରେ ଭଲ ନମ୍ବର ରଖି ପାସ୍ କରିବେ ।
କୃତିକା- ମାଲିମକଦମାରେ ସାମାନ୍ୟ ଅଶାନ୍ତି ଆସିପାରେ । ବନ୍ଧୁମାନଙ୍କ ସହଯୋଗ ହେତୁ ସଫଳତା ହାସଲ କରିବେ । ମହିଳା ମାନେ ଧର୍ମପାରାୟଣ ରହିବେ । ସମସ୍ତଙ୍କ ସହିତ ନମ୍ରତା ପୂର୍ଣ୍ଣ ବ୍ୟବହାର କରନ୍ତୁ ।
ପ୍ରତିକାର - ହନୁମାନଙ୍କର ପୂଜାର୍ଚ୍ଚନା କରନ୍ତୁ ।
ଶୁଭ ରଙ୍ଗ :ଲାଲ୍
ଶୁଭ ସଂଖ୍ୟା :୯