Daily Horoscope 16th July 2023: ଏହି ରାଶିର ବ୍ୟକ୍ତିଙ୍କୁ ଆଜି ପ୍ରଚୁର ଧନ ଲାଭ ହୋଇପାରେ

ସୈାର କର୍କଟ ମାସ ଶ୍ରାବଣ କୃଷ୍ଣପକ୍ଷ । ଇଂରାଜୀରେ ୧୬ ତାରିଖ ରବିବାର । ଚନ୍ଦ୍ର – ବୃଷ ଦିବା ୧୧.୨୨ ଗତେ ମିଥୁନ, ତିଥି – ୧୪ଶୀ ରାତ୍ରି ୧୦.୦୮ ଗତେ ଅମାବାସ୍ୟା, ଘାତ ଚନ୍ଦ୍ର – କନ୍ୟା ଅହୋରାତ୍ର, ଘାତ ବାର – ମେଷ, ପୁଷ୍କର ଦୋଷ – ୧ ପାଦ- କୃଷିହାନି- ଭୂମିଦାନ ରାତ୍ରି ୦୨.୩୯ ଗତେ ୨ ପାଦ - କୃଷି ଓ ବଂଶହାନି – ଭୂମି- ତିଳକାଞନ ଦାନ

Aries

ମେଷ

Sunday 16 Jul 2023

ଅଶ୍ୱନୀ - ଦୁଃସ୍ଥ ପରିବେଶରେ ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ମନ ଭଲ ରହିନପାରେ ।
ଦ୍ୱିଜା - ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକାନ୍ତ ରହିପାରେ । ସବୁ କିଛି  ଭୁଲି ଅନ୍ୟମାନଙ୍କୁ ଆପଣେଇନେବେ। କଥା ଓ କାମରେ ଫରକ ରହିଲେ ମଧ୍ୟ ମୁହଁ ସାମ୍ନାରେ  କହିପାରିବେ ନାହିଁ ।
କୃତିକା - ଯାହା ଆଶା କରୁଛନ୍ତି ତାହା ପାଇବେ। ସଭାସମିତି, ବନ୍ଧୁ ସମ୍ପର୍କ ଦିଗରୁ ଆଜି ଅନୁକୂଳ ଫଳ ପାଇବେ। ମାଲି ମକଦ୍ଦମା, ଆଲୋଚନା, ଗବେଷଣା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ ।

ପ୍ରତିକାର - ଓଁ ନୃଂ ନୃଂ ନୃଂ ନୃସିଂହାୟ ନମଃ ପାଠ କରନ୍ତୁ।

ଶୁଭ ରଙ୍ଗ :ଲାଲ୍

ଶୁଭ ସଂଖ୍ୟା :