ଶୁଖିଲା ତୁଳସୀ ଗଛରେ କଅଁଳିବ ପତ୍ର, ଏମିତି ପକାନ୍ତୁ ଚା' ପତି

Author: Namita Biswal | Credit: OTV

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତି ଶୁଭ ମନେ କରାଯାଏ । ବିଶ୍ବାସ ରହିଛି ଏହି ଗଛକୁ ଘରେ ଲଗାଇଲେ ସୁଖ-ସମୃଦ୍ଧି ବଜାୟ ରହେ । ପ୍ରାୟ ସବୁ ହିନ୍ଦୁ ଘରେ ତୁଳସୀ ଗଛ ପୂଜା ପାଇଥାଏ । ଏହାଦ୍ବାରା ଘରଠୁ ନକରାତ୍ମକ ଶକ୍ତି ଦୂରେଇ ରହିଥାଏ ।

Author: Namita Biswal | Credit: OTV

ହେଲେ ଠିକ୍ ଭାବେ ତୁଳସୀ ଗଛର ଯତ୍ନ ନ ନେଲେ ଏହା ଜଲଦି ଶୁଖିବାକୁ ଲାଗେ ।

Author: Namita Biswal | Credit: OTV

ଯଦି ଆପଣଙ୍କର ବି ତୁଳସୀ ଗଛ ଶୁଖିଯାଉଛି ତାହେଲେ ରୋଷେଇ ଘରେ ଥିବା ଚା' ପତି ବ୍ୟବହାର କରି ଗଛକୁ ପୁଣିଥରେ ବଞ୍ଚାଇପାରିବେ ।

Author: Namita Biswal | Credit: OTV

ଚା' ବନାଇବା ପରେ ରହିଯାଇଥିବା ଚା' ପତିକୁ ସାର ଭାବେ ବ୍ୟବହାର କରି ଶୁଷ୍କ ତୁଳସୀ ଗଛରେ ଆଉଥରେ ପତ୍ର କଅଁଳେଇ ପାରିବେ ।

Author: Namita Biswal | Credit: OTV

ଏଥିପାଇଁ ଦୁଇ ଚାମଚ ଚା' ପତି ନିଅନ୍ତୁ ଓ ତୁଳସୀ ଗଛ ଲାଗିଥିବା ମାଟିରେ ପୋତି ଦିଅନ୍ତୁ ।

Author: Namita Biswal | Credit: OTV

ଚା' ପତିରେ ଭରପୂର ମାତ୍ରାରେ ନାଇଟ୍ରୋଜେନ ମିଳିଥାଏ । ଏହା ଗଛର ବିକାଶରେ ସାହାଯ୍ୟ କରେ ।

Author: Namita Biswal | Credit: OTV

ଚା' ପତିରେ ଏସିଡିକ୍ ଗୁଣ ଥିବାରୁ ଏହାକୁ ମାଟିରେ ମିଶାଇବା ମାତ୍ରେ ମାଟି ଏସିଡିକ୍ ହୋଇଯାଏ । ଯାହାଦ୍ବାରା ଗଛ ଭଲ ଭାବେ ବଢିଥାଏ ।