ଶରୀରରେ ୟୁରିକ୍ ଏସିଡ୍ ମାତ୍ରା ବଢ଼ିଗଲେ ଆଣ୍ଠୁ-ଗଣ୍ଠି ସମସ୍ୟା ଦେଖାଦିଏ।
ହେଲେ ଏବେ ଚିନ୍ତା କରିବାର କୌଣସି କାରଣ ନାହିଁ। ଆଣ୍ଠୁ-ଗଣ୍ଠି ସମସ୍ୟାରୁ ମିଳିବ ମୁକ୍ତି।
ଆମେ ଜଣାଇବୁ ୫ ଟି ଡ୍ରାଏ ଫ୍ରୁଟ୍ସ ଯାହା ୟୁରିକ୍ ଏସିଡ୍କୁ କମ୍ କରିବାରେ ସାହାଯ୍ୟ କରିବ।
ୱାଲନଟ୍: ୱାଲନଟ୍ରେ Omega-3 ଫ୍ୟାଟି ଏସିଡ୍ ଥାଏ। ଯାହା ୟୁରିକ୍ ଏସିଡ୍କୁ କମ୍ କରିଥାଏ।
ପିସ୍ତା ବାଦାମ: ପିସ୍ତାରେ ପ୍ରଚୁର ପରିମାଣର ପୁଷ୍ଟିସାର ଓ ଭିଟାମିନ୍-ଇ ଥାଏ। ଏହା ୟୁରିକ୍ ଏସିଡ୍ସ୍ତରକୁ ଓ ଅକ୍ସିଡେଟିଭ୍ ଚାପକୁ ହ୍ରାସ କରେ।
ଶୁଖିଲା ଚେରି: ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ରହିଛି। ଚେରିରେ ଥିବା ଫାଇବର ପାଚନକୁ ନିୟନ୍ତ୍ରଣ କରେ ଓ ଶରୀରରୁ ଅତିରିକ୍ତ ୟୁରିକ୍ ଏସିଡ୍କୁ ବାହାର କରିଦିଏ।
ଖଜୁରୀ: ଖଜୁରୀରେ ପୁଷ୍ଟିକର ତତ୍ତ୍ୱ ଏବଂ କମ୍ ପ୍ୟୁରିନ୍ ଥିବାରୁ ଏହା ଗଣ୍ଠିବାତ ରୋଗୀଙ୍କ ପାଇଁ ଲାଭଦାୟକ ।
କାଜୁ: କାଜୁ LDL କୋଲେଷ୍ଟ୍ରଲ୍ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ HDL ବୃଦ୍ଧି କରେ। କାଜୁରେ ଥିବା ଅନ୍ୟାନ୍ୟ ଭିଟାମିନ୍ ଏବଂ ଖଣିଜ ପଦାର୍ଥ ୟୁରିକ୍ ଏସିଡ୍ସ୍ତର କମ୍ କରେ।