Reasons behind the growth of nail and hair

୧. ମଣିଷର ଚୁଟି ଗୋଟିଏ ମାସରେ ୧ ସେଣ୍ଟିମିଟର ଏବଂ ହାତ ଆଙ୍ଗୁଠିର ନଖ ୩ ମିଲିମିଟର ବଢିଥାଏ।

୨. ଉଭୟ କେଶ ଓ ଚୁଟି କେରାଟିନରେ ତିଆରି ଏବଂ ଉଭୟ ଶରୀର ଭିତରେ ଥିବା ମାଟ୍ରିକ୍ସ ସେଲରୁ ତିଆରି ହୋଇଥାନ୍ତି। ହେଲେ ଏମାନଙ୍କର ସେଲ ଫର୍ମେସନ ପଦ୍ଧତି ଭିନ୍ନ ହୋଇଥାଏ।

୩. ନଖର କୋଷିକା ଚମଡା ଭିତରେ ଥିବା ନଖର ମୂଳରୁ ତିଆରି ହୁଏ ଏବଂ ବିଭାଜିତ ହୋଇଥାଏ। ଫଳରେ ପୁରୁଣା କୋଷିକା ଆଗକୁ ବାହାରି ଯାଇଥାଏ। ଯଦ୍ୱାରା ନଖ ବଢିଥାଏ।

୪. କେଶ ୪ଟି ପର୍ଯ୍ୟାୟ ଦେଇ ଗତି କରିଥାଏ। ଗୋଟିକରେ କେଶ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ। ଗୋଟିଏ ପର୍ଯ୍ୟାୟରେ ଧୀରେ ବଢିଥାଏ। ତୃତୀୟରେ ଆଦୌ ବଢି ନଥାଏ। ଚତୁର୍ଥରେ କେଶ କେବଳ ଝଡ଼ିଥାଏ।

୫. ଚୁଟିର ଏହି ବଢିବା-ଛିଡିବା ଚକ୍ର ଜୀବନରେ ୧୦ରୁ ୩୦ ଥର ହୋଇଥାଏ। ତେବେ ସବୁ କେଶ ଏକାଥରକେ ବଢି ନଥାଏ ବା ଛିଡି ନଥାଏ। ଭିନ୍ନ ଭିନ୍ନ ପର୍ଯ୍ୟାୟ ଦେଇ କେଶ ବଢିଥାଏ।

୬. ଜାଣି ଆଶ୍ଚର୍ଯ୍ୟ ହେବେ, ଜଣେ ବ୍ୟକ୍ତିର ମୁଣ୍ଡରେ ଏକ ଲକ୍ଷ କେଶ ଥାଏ। ପ୍ରତିଦିନ ୧୦୦ରୁ ୧୫୦ କେଶ ଝଡିଥାଏ। ଏମିତି କେଶ ଝଡିବା ଏକ ସାଧାରଣ ପ୍ରକ୍ରିୟା।

୭. ନଖ ଏବଂ କେଶର ବୃଦ୍ଧି ହାର ପଛର ବଡ କାରଣ ହେଉଛି ଜେନେଟିକ୍। ଏହି କାରଣରୁ ଗୋଟିଏ ପରିବାରରେ ଚୁଟି ବଢିବାର ହାର ପ୍ରାୟତଃ ସମାନ ରହିଥାଏ।

୮. କେଶ ଝଡ଼ିବା ଓ ବଢିବା ବୟସ ଉପରେ ନିର୍ଭର କରିଥାଏ। ହରମୋନରେ ପରିବର୍ତ୍ତନ ମଧ୍ୟ ଏହାର ଅନ୍ୟଏକ କାରଣ। ସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀଙ୍କ କେଶ ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ।

୯. ପୋଷଣ ମଧ୍ୟ କେଶ ବୃଦ୍ଧିର କାରଣ। କେଶ ପାଇଁ ପାଣି, ଫ୍ୟାଟ୍ସ ଓ କେତେକ ମିନେରାଲ୍ସର ଆବଶ୍ୟକତା ରହିଛି। ଏସବୁ କେଶର କ୍ଷୟବୃଦ୍ଧି ଉପରେ ପ୍ରଭାବ ପକାଇଥାଏ।

୧୦. ଆଇରନ ଓ ଜିଙ୍କ୍ ଅଭାବ କେଶକୁ ଦୁର୍ବଳ କରିଦିଏ। ଏହାର ଅଭାବ ନଖ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ନଖ ଶିଘ୍ର ଭାଙ୍ଗି ଯାଇଥାଏ।