how to avoid conflict with neighbors
OTV Logo

ପଡ଼ୋଶୀ ସହ ଝଗଡ଼ା କିଛି ନୂଆ କଥା ନୁହେଁ। କିନ୍ତୁ ଏହି ଝଗଡ଼ାର ସଅଳ ସମାଧାନ ନହଲେ ଅନେକ ସମୟରେ ଏହା ବିଷମ ପରିସ୍ଥିତି ସୃଷ୍ଟି କରେ। ଯଦି ଆପଣ ନିଜ ପଡ଼ୋଶୀମାନଙ୍କ ସହିତ ଭଲ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛନ୍ତି, ତେବେ କିଛି ଟିପ୍ସ ଉପରେ ଧ୍ୟାନ ରଖିବା ଜରୁରୀ।

Author: Sonali Kabi | Credit: Canva

how to avoid conflict with neighbors
OTV Logo

କଥାବାର୍ତ୍ତାରେ ଶୃଙ୍ଖଳା: କଥାବାର୍ତ୍ତାର ଶୈଳୀ ହିଁ ଏକ ଉତ୍ତମ ସଂପର୍କ ବଜାୟ ରଖିବାରେ ସର୍ବୋତ୍ତମ ଉପାୟ ସାବ୍ୟସ୍ତ ହୋଇଥାଏ । ଯଦି କୌଣସି କଥାକୁ ନେଇ ଆପଣଙ୍କ ମଧ୍ୟରେ କିଛି ସମସ୍ୟା ଅଛି, ତେବେ ନରାଗି ଶାନ୍ତିରେ ଆଲୋଚନା କରନ୍ତୁ ଏବଂ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରନ୍ତୁ।

Author: Sonali Kabi | Credit: Canva

how to avoid conflict with neighbors
OTV Logo

ଆଗ ଶୁଣନ୍ତୁ, ତା’ପରେ କୁହନ୍ତୁ: ପଡ଼ୋଶୀ କିଛି କହିବା ବେଳେ ମଝିରେ କିଛି ନକହି ତାଙ୍କୁ କହିବାକୁ ସୁଯୋଗ ଦିଅନ୍ତୁ। ସବୁ ଶୁଣି ସାରିବା ପରେ ନିଜର ଖୋଲା ମତ ରଖନ୍ତୁ। ଏହି ଉପାୟରେ ଭୁଲ ବୁଝାମଣା ସହଜରେ ଦୂର ହୋଇଥାଏ।

Author: Sonali Kabi | Credit: Canva

how to avoid conflict with neighbors

ଛୋଟ କଥାକୁ ଅଣଦେଖା କରନ୍ତୁ: ଛୋଟ ଛୋଟ କଥାକୁ ନେଇ ପ୍ରତିକ୍ରିୟା କରିବା ପରିବର୍ତ୍ତେ କିଛି ଜିନିଷକୁ ଅଣଦେଖା କରିବା ଶିଖନ୍ତୁ। ବେଳେବେଳେ ଆମର ପଡ଼ୋଶୀମାନେ ଅଜାଣତରେ ଏପରି କିଛି କରନ୍ତି ଯାହା ଆମକୁ ବିବ୍ରତ କରେ, କିନ୍ତୁ ଏହାକୁ ଧରନ୍ତୁ ନାହିଁ।

Author: Sonali Kabi | Credit: Canva

how to avoid conflict with neighbors

ସହନଶୀଳ ହୁଅନ୍ତୁ: ପଡ଼ୋଶୀଙ୍କ ସହ ଭଲ ସଂପର୍କ ରଖିବାକୁ ହେଲେ ସହନଶୀଳ ହେବାକୁ ଚେଷ୍ଟା କରନ୍ତୁ। ଏହା ଦ୍ୱାରା ଝଗଡ଼ାର ସହଜ ସମାଧାନ ହୋଇଥାଏ। ଆପଣ ସହିଗଲେ ପଡ଼ୋଶୀ ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହେବେ।

Author: Sonali Kabi | Credit: Canva

how to avoid conflict with neighbors

ପ୍ରାଇଭେସିକୁ ସମ୍ମାନ ଦେବା ଶିଖନ୍ତୁ: ଯଦି ଆପଣ ନିଜ ପଡ଼ୋଶୀଙ୍କ ଘରକୁ ବାରମ୍ବାର ଯାଆନ୍ତି କିମ୍ବା ସେମାନଙ୍କ ଘରକୁ କିଏ ଆସୁଛନ୍ତି ଆଉ ଯାଉଛନ୍ତି ତା’ର ନଜର ରଖନ୍ତି, ତେବେ ଏପରି କାର୍ଯ୍ୟକଳାପରୁ ଦୂରେଇ ରୁହନ୍ତୁ।

Author: Sonali Kabi | Credit: Canva

how to avoid conflict with neighbors

ସହାୟତାର ହାତ ବଢ଼ାନ୍ତୁ: ପାରସ୍ପରିକ ସହଯୋଗ ମାଧ୍ୟମରେ ସମ୍ପର୍କ ମଜବୁତ ହୋଇପାରେ। ଯଦି ଆପଣଙ୍କ ପଡ଼ୋଶୀ ସାହାଯ୍ୟ ଆବଶ୍ୟକ କରନ୍ତି, ତେବେ ଆପଣ ତୁରନ୍ତ ଆଗକୁ ଆସିବା ଉଚିତ। ଏହା ଦ୍ୱାରା ଉତ୍ତମ ସଂପର୍କ ବଜାୟ ରଖିବା ସହଜ ହୁଏ ।

Author: Sonali Kabi | Credit: Canva

how to avoid conflict with neighbors

ମିଳିମିଶି ସମସ୍ୟାର ସମାଧାନ କରିବା: ଯଦି ସୋସାଇଟି କିମ୍ବା ସ୍ଥାନୀୟ ଅଞ୍ଚଳରେ କୌଣସି ପ୍ରକାର ସମସ୍ୟା ଥାଏ, ତେବେ ପାରସ୍ପରିକ ଆଲୋଚନା ପରେ ହିଁ ସମାଧାନ ବାହାର କରନ୍ତୁ। ଏକା ଏକା ସବୁ କିଛି କରିଦେଲେ ପଡ଼ୋଶୀ ନିଜକୁ ଗୁରୁତ୍ୱହୀନ ମନେ କରିବେ।

Read More