To make happy marriage life these things to discuss before marriage

ଦେଖାଯାଏ ଯେ ବିବାହ ପରେ ଅନେକ ଦମ୍ପତିଙ୍କ ଜୀବନ କଷ୍ଟସାଧ୍ୟ ହୋଇଯାଏ। ଏହା ଲାଗିରହିଲେ ପରେ ଏହା ବିଚ୍ଛେଦର ମଧ୍ୟ କାରଣ ହୁଏ। ଏହାକୁ ଦୃଷ୍ଟିରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଉପରେ ନଜର ପକେଇବା ଜରୁରୀ।

ବିବାହର ନିଷ୍ପତ୍ତି ନେବା ପୂର୍ବରୁ, ଭବିଷ୍ୟତ ଯୋଜନା ପାଇଁ ପୁଞ୍ଜି ସଞ୍ଚୟ କରିବା ଜରୁରୀ। ଆଜିକାଲି, ବିବାହ ପୂର୍ବରୁ ଦମ୍ପତିଙ୍କ ପାଇଁ ଆର୍ଥିକ କ୍ଷେତ୍ରରେ ସ୍ଥିର ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱପ୍ନ ଏବଂ ଲକ୍ଷ୍ୟ ସ୍ଥିର କରିବା। ବିବାହ ପୂର୍ବରୁ, ନିଶ୍ଚିତ ଭାବରେ ନିଜର ସ୍ୱପ୍ନ ଏବଂ ଲକ୍ଷ୍ୟ ବିଷୟରେ ପରସ୍ପର ସହିତ ଶେୟାର କରନ୍ତୁ।

ଯେଉଁ ବ୍ୟକ୍ତି ସହିତ ଆପଣ ବିବାହ କରିବାକୁ ଯାଉଛନ୍ତି ସେ ପରିବାର କିପରି ଭଲ ଭାବେ ଜାଣନ୍ତୁ। ନିଜର ଭବିଷ୍ୟତ ପାର୍ଟନର୍ କିପରି ଏସବୁ ପାଖ ପଡ଼ୋଶୀଙ୍କ ଠାରୁ ଜାଣିବାକୁ ଚେଷ୍ଟା କରନ୍ତୁ।

ବିବାହ ପୂର୍ବରୁ, ନିଜର ଫାମିଲି ପ୍ଲାନିଙ୍ଗ୍ କିପରି ହେବ ଏହା ନିଜ ପାର୍ଟନର ସହିତ ଖୋଲାଖୋଲି ଭାବେ ଆଲୋଚନା କରିବା ଉଚିତ।

ବିବାହ ପରେ, ଯଦି ନିଜର ଚାକିରି ପ୍ରୋଫାଇଲ୍ ବଦଳାଇବାକୁ କିମ୍ବା କ୍ୟାରିୟରକୁ ଏକ ଭିନ୍ନ ଦିଗ ଦେବାକୁ ଚାହୁଁଛନ୍ତି, ତେବେ ନିଶ୍ଚିତ ଭାବରେ ନିଜ ପାର୍ଟନର୍‌ଙ୍କୁ କୁହନ୍ତୁ।

ବିବାହ ପୂର୍ବରୁ ନିଜର କାମ କ’ଣ ଏବଂ କେଉଁଠାରେ କାମ କରିବାକୁ ହେବ ସେସବୁ କଥା ନିଜ ପାର୍ଟନର ସହ ଶେୟାର କରନ୍ତୁ।