ଅନେକ ଲୋକ ବାଥ୍‌ରୁମ୍‌ରେ ଗୋଟିଏ ହିଁ ହୋଲ୍ଡର ରଖିଥାନ୍ତି ଯେଉଁଥିରେ ପରିବାରର ସମସ୍ତ ସଦସ୍ୟ ଟୁଥ୍‌ବ୍ରଶ୍‌ ରଖନ୍ତି। ଭାରତରେ ଏବେ ବି ଅଧିକାଂଶ ଜଏଣ୍ଟ୍ ଫାମିଲିରେ ଏହା ଦେଖିବାକୁ ମିଳେ।

Author: Pramod Behera | Credit: OTV

ବାଥ୍‌ରୁମ୍‌ରେ ଟୁଥ୍‌ବ୍ରଶ୍ ରଖିବା ଠିକ୍ କି ? ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହା ଶରୀର ଉପରେ କି ପ୍ରଭାବ ପକାଏ ? ଆସନ୍ତୁ ସେ ବିଷୟରେ ଜାଣିବା।

Author: Pramod Behera | Credit: Google

ଦାନ୍ତ ବିଶେଷଜ୍ଞଙ୍କ ଅନୁଯାୟୀ, ବାଥ୍‌ରୁମ୍‌ରେ ଫ୍ଲଶ୍ କରିବା ପରେ ମଧ୍ୟ ସିଟ୍ କିମ୍ବା ଏହାର ଆଖପାଖ ଅଞ୍ଚଳରେ ଜୀବାଣୁ ଥାଆନ୍ତି।

Author: Pramod Behera | Credit: Google

ଯେତେବେଳେ ଫ୍ଲଶ୍ କରାଯାଏ ପାଣି ବାହାରକୁ ଆସି ଚଟାଣରେ ପଡେ। ମଳରୁ ନିର୍ଗତ ଜୀବାଣୁ ମଧ୍ୟ ବାହାରକୁ ପଳେଇଆସନ୍ତି।

Author: Pramod Behera | Credit: Google

ଚଟାଣ ଉପରୁ ପାଣି ଶୁଖିଯିବା ପରେ ଜୀବାଣୁ ଟୁଥ୍‌ବ୍ରଶ୍‌କୁ ପଳେଇଆସନ୍ତି। ସେହି ବ୍ରଶ୍‌ରେ ପେଷ୍ଟ୍‌ ଲଗାଇ ଏହାକୁ ବ୍ୟବହାର କରାଗଲେ, ସେହି ଜୀବାଣୁ ପାଟିରେ ପ୍ରବେଶ କରନ୍ତି।

Author: Pramod Behera | Credit: Google

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ଏହା ଦ୍ୱାରା ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ବଢିଯାଏ। ତେଣୁ ଟୁଥ୍‌ବ୍ରଶ୍‌ ସବୁବେଳେ ବାହାରେ ରଖନ୍ତୁ।

Author: Pramod Behera | Credit: Google

ଦାନ୍ତ ବିଶେଷଜ୍ଞମାନେ କୁହନ୍ତି ଯେ ବ୍ରଶ୍‌ କରିବା ପୂର୍ବରୁ ଏହାକୁ ଥରେ ସଫା ପାଣିରେ ଧୋଇବା ଉଚିତ। ଏହା କରିବା ଦ୍ୱାରା ବ୍ରଶ୍‌ରେ ଜମା ହୋଇଥିବା ଜୀବାଣୁ ଦୂର ହୋଇଯାଏ।

Author: Pramod Behera | Credit: Google

ଦାନ୍ତ ଘଷିସାରିବା ପରେ ଟୁଥ୍‌ବ୍ରଶ୍‌କୁ ଏକ ଖୋଲା ସ୍ଥାନରେ ଶୁଖିବାକୁ ଦିଅନ୍ତୁ। ବ୍ରଶ୍‌କୁ ଭଲଭାବେ ଶୁଖେଇଲା ପରେ କଭର କରି ରଖନ୍ତୁ। ପ୍ରତି ତିନିରୁ ଚାରି ମାସରେ ଟୁଥ୍ ବ୍ରଶ୍ ବଦଳାନ୍ତୁ।