Besan For Skin: ମୁହଁରେ ବେସନ ଲଗାଇଲେ କ'ଣ ହୁଏ...
Author: Namita Biswal | Credit: Canva
ସୁନ୍ଦର ଚମକଦାର ଚେହେରା କିଏ ବା ଚାହେଁନା । ମୁହଁରେ ଗ୍ଲୋ ପାଇଁ କିଏ ଦାମୀ କ୍ରିମ୍ ଲଗାଉଛନ୍ତି ତ ଆଉ କିଏ ବିଉଟି ପାର୍ଲରରେ ଖର୍ଚ୍ଚାନ୍ତ ହେଉଛନ୍ତି । କିନ୍ତୁ ଆପଣ ନିଜ କିଚେନ୍ରେ ଥିବା ସାମଗ୍ରୀରୁ ନିଜ ମୁହଁରେ ଗ୍ଲୋ ଆଣିପାରିବେ । ଆଜ୍ଞା ହଁ ! ସମସ୍ତଙ୍କ ଘରେ ବେସନ ଥାଏ । ଏହି ବେସନକୁ ଫେସ ପ୍ୟାକ୍ ଭାବେ ବ୍ୟବହାର କରାଯାଇପାରେ । ଏହାକୁ ମୁହଁରେ ଲଗାଇଲେ କ'ଣ ସବୁ ଫାଇଦା ମିଳେ ଜାଣନ୍ତୁ...
Author: Namita Biswal | Credit: Canva
ତ୍ୱଚାରେ ଚମକ ଆଣେ: ବେସନ ଡେଡ୍ ସ୍କିନ ହଟାଇବାରେ ସାହାଯ୍ୟ କରେ । ଏହାଦ୍ୱାରା ଚେହେରା ସଫା ଓ ଚମକଦାର ଦେଖାଯାଏ । ଏହା ତ୍ୱଚାକୁ ଏକ୍ସଫୋଲିଏଟ କରେ । ଏଥିରେ ତ୍ୱଚାରେ ଚମକ ବଢିଥାଏ ।
Author: Namita Biswal | Credit: Canva
ଦାଗ, ବ୍ରଣ ଦୂର କରେ: ବେସନରେ ଆଣ୍ଟି-ବାକ୍ଟେରିଆଲ ଗୁଣ ରହିଛି । ଏହାକୁ ମୁହଁରେ ଲଗାଇଲେ ବ୍ରଣ ସୃଷ୍ଟି କରୁଥିବା ବାକ୍ଟେରିଆକୁ ନଷ୍ଟ କରିଥାଏ । ବେସନର ଫେସ୍ପ୍ୟାକ୍ ଲଗାଇପାରିବେ । ଏହା ବ୍ରଣ, କଳାଦାଗ, ଚିହ୍ନ ଦୂର ହେବା ସହ ତ୍ୱଚାର ରଙ୍ଗ ଉଜ୍ଜ୍ବଳ କରିପାରେ ।
Author: Namita Biswal | Credit: Canva
ତେଲିଆ ତ୍ୱଚା: ବେସନ ମୁହଁରୁ ଏକ୍ସଟ୍ରା ଅଏଲ ବାହାର କରିଥାଏ ଏବଂ ଓପନ ପୋର୍ସ ବନ୍ଦ କରିଥାଏ । ଯଦି ଆପଣଙ୍କ ତେଲିଆ ତ୍ୱଚା (ଅଏଲି ସ୍କିନ), ତାହେଲେ ବେସନ ଲଗାଇପାରିବେ ।
Author: Namita Biswal | Credit: Canva
ନ୍ୟାଚୁରାଲ କ୍ଲିନଜର: କ୍ଲିନଜିଙ୍ଗ ପାଇଁ ବି ବେସନ ବ୍ୟବହାର କରାଯାଏ । ଏହା ଏକ ନ୍ୟାଚୁରାଲ କ୍ଲିନଜର ଭଳି କାମ କରେ । ବେସନ ତ୍ୱଚାକୁ ଗଭୀରରୁ ସଫା କରିଥାଏ ।
Author: Namita Biswal | Credit: Canva
ଟ୍ୟାନ ହଟାଏ: ବେସନ ଚେହେରାରୁ ଦାଗ, ବ୍ରଣ ସହ ଟ୍ୟାନ୍ କମାଇବାରେ ସାହାଯ୍ୟ କରେ । ଟ୍ୟାନ ଦୂର ପାଇଁ ଆପଣ ବେସନରେ ଦହି ମିଶାଇ ମୁହଁରେ ଲଗାଇପାରିବେ ।
Author: Namita Biswal | Credit: Canva
ଚର୍ମକୁଞ୍ଚନ କମ୍ କରେ: ବେସନରେ ଆଣ୍ଟି-ଏଜିଂ ଗୁଣ ରହିଛି । ଏହା ଚେହେରାରୁ ଚର୍ମକୁଞ୍ଚନ ଓ ଫାଇନ ଲାଇନ୍ସ କମ୍ କରିପାରେ । ଆପଣ ବେସନ ସହ ମହୁ ମିଶାଇ ମୁହଁରେ ଲଗାଇପାରିବେ । ଏହାଦ୍ୱାରା ତ୍ବଚା କୋମଳ ହୋଇଥାଏ ।
Author: Namita Biswal | Credit: Canva
Disclaimer- ପ୍ରିୟ ପାଠକ ଏହି ଆର୍ଟିକିଲ କେବଳ ସାଧାରଣ ସୂଚନା ଆଧାରିତ । ଅଧିକ ଜାଣିବା ପାଇଁ ଆପଣ କୌଣସି ଚିକିତ୍ସକ କିମ୍ବା ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ୍ ।