Egg Benefits: ଦିନକୁ କେତୋଟି ଅଣ୍ଡା ଖାଇବା ସ୍ୱାସ୍ଥ୍ୟକର, ଜାଣନ୍ତୁ...

Author: Namita Biswal | Credit: Canva

ଅଣ୍ଡା ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଖାଦ୍ୟ । ଓମଲେଟ୍, ଭୁଜି, ତରକାରୀ କିଏ କେତେ ପ୍ରକାରେ ଅଣ୍ଡା ଖାଆନ୍ତି । କୁହାଯାଏ, ଗରମ ହେଉ ଅବା ଥଣ୍ଡା, ସବୁଦିନ ଖାଆନ୍ତୁ ଅଣ୍ଡା । କାରଣ ଅଣ୍ଡାରେ ପ୍ରଚୁର ପ୍ରୋଟିନ ମିଳେ । ଏଥିସହ ଭିଟାମିନ ଏ, ବି, ଭିଟାମିନ ଡି, ଆଣ୍ଟିଅକ୍ସିଡାଣ୍ଟ ସହ ଜରୁରୀ ପୋଷକ ତତ୍ତ୍ୱ ରହିଥାଏ, ଯାହାକି ଶରୀରକୁ ସୁସ୍ଥ ରଖେ । ଯଦିଓ ଅଣ୍ଡା ଏକ ସୁପରଫୁଡ୍, ହେଲେ ଏହାକୁ ଅଧିକ ଖାଇବା ହାନିକାରକ ହୋଇପାରେ । ତେଣୁ ଏହି ଖବରରେ ଜାଣନ୍ତୁ ଦିନକୁ କେତୋଟି ଅଣ୍ଡା ଖାଇବା ଉଚିତ୍

Author: Namita Biswal | Credit: Canva

ଗୋଟିଏ ଅଣ୍ଡାରୁ ପ୍ରାୟ ୬ ଗ୍ରାମ ପ୍ରୋଟିନ ମିଳେ । ଏଥିରେ ଥିବା ଭିଟାମିନ-ବି, ଭିଟାମିନ-ଡି, କୋଲିନ ମସ୍ତିଷ୍କ ସୁସ୍ଥ ରଖେ । ଭିଟାମିନ-ଇ ଆଣ୍ଟି ଅକ୍ସିଡାଣ୍ଟ ଭଳି କାମ କରେ ।

Author: Namita Biswal | Credit: Canva

ଗୋଟିଏ ଅଣ୍ଡାରେ ପ୍ରାୟ ୫ ଗ୍ରାମ ଫ୍ୟାଟ୍ ଏବଂ ଏହାର କେଶରରେ ୧୮୬ ଏମଜି କୋଲେଷ୍ଟ୍ରଲ ରହିଥାଏ ।

Author: Namita Biswal | Credit: Canva

ରିସର୍ଚ୍ଚ ଅନୁସାରେ, ଜଣେ ସୁସ୍ଥ ଲୋକ ଦିନକୁ ୧ରୁ ୩ଟି ଅଣ୍ଡା ଖାଇପାରିବେ । ଏହାଠୁ ଅଧିକ ଖାଇବା ଅନୁଚିତ୍ ।

Author: Namita Biswal | Credit: Canva

ଯେଉଁ ଲୋକଙ୍କ ହାଇ କୋଲେଷ୍ଟ୍ରଲ ଓ ହୃଦରୋଗ ରହିଛି ସେମାନେ ଦିନକୁ ମାତ୍ର ଗୋଟିଏ ଅଣ୍ଡା ଖାଇବା ଉଚିତ୍ । ଅଣ୍ଡା କେଶର ନଖାଇ କେବଳ ଧଳା ଅଂଶ ଖାଇବା ଭଲ ।

Author: Namita Biswal | Credit: Canva

ଅଣ୍ଡା ପ୍ରୋଟିନର ଏକ ଭଲ ଉତ୍ସ । ତେଣୁ ଆଥଲେଟ୍ ବା ଖେଳାଳିମାନେ ଦିନକୁ ୨ରୁ ୪ଟି ଅଣ୍ଡା ଖାଇବାକୁ ପରାମର୍ଶ ଦିଆଯାଏ ।

Author: Namita Biswal | Credit: Canva

ଅଣ୍ଡାର ଧଳା ଅଂଶରେ ଅଧିକ ପ୍ରୋଟିନ ଓ କମ୍ କ୍ୟାଲୋରୀ ଥାଏ । ଏଥିରେ କୌଣସି ଫ୍ୟାଟ୍ ନଥାଏ । କିନ୍ତୁ ଏହାର କେଶରରେ ଫ୍ୟାଟ୍, କୋଲେଷ୍ଟ୍ରଲ ସହ ଭିଟାମିନ ଡି, କୋଲିନ ଓ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ ।