ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଓ ବରୁଣେଇରେ ପାଇକ ସ୍ମାରକୀ ପାଇଁ ବିନା ମୂଲ୍ୟରେ ଜମି ଯୋଗାଇ ଦେବା ଦାବିରେ ବିରାଟ ପାଇକ ଆନ୍ଦୋଳନ ହୋଇଛି। ବୀର ପାଇକ ସଂଗଠନର ସଭାପତି ପ୍ରକାଶ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଶହ ଶହ ପାଇକ ଖୋର୍ଦ୍ଧାର ବରୁଣେଇ ପୀଠରୁ ପାରମ୍ପରିକ ବେଶରେ ଆସି ରାଜଧାନୀ ଭୁବନେଶ୍ୱରରେ ବିରାଟ ସମାବେଶ କରିଥିଲେ