ଗତ ସୂର୍ଯ୍ୟୋପରାଗରୁ ଆରମ୍ଭ ଚିକେନ୍ ବିରିୟାନି ଖିଆ ବିବାଦ ଥମିବାର ନାଁ ନେଉନି । ଆସନ୍ତା ୮ ତାରିଖ ଚନ୍ଦ୍ରଗ୍ରହଣ ସମୟରେ ବି ଖାଦ୍ୟ ଭକ୍ଷଣ କରିବୁ ବୋଲି ହେତୁବାଦୀ ସଂଗଠନର ଦୃଢ଼ୋକ୍ତି ପରେ ତୀବ୍ର ପ୍ରତିବାଦର ଚେତାବନୀ ଦେଇଛି ଓଡ଼ିଶା ମନ୍ଦିର ସେବାୟତ ସଂଘ ।