ଗୋଟିଏ ନକଲି ସାର୍ଟିଫିକେଟକୁ ଦେଢରୁ ୨ ଲକ୍ଷ ଟଙ୍କା । ଅତ୍ୟଧିକ ଡିମାଣ୍ଡ ଥିଲେ, ୫ ଲକ୍ଷ ଟଙ୍କା । ଖାଲି ଓଡ଼ିଶା ନୁହେଁ, ରାଜ୍ୟ ବାହାରକୁ ବି ଲମ୍ବିଥିଲା ଫେକ୍ ସାର୍ଟିଫିକେଟର ଚେର । କିଛି ଜାଲ୍ ପ୍ରମାଣପତ୍ରଧାରୀ ଡାକବିଭାଗରେ ଚାକିରି କରିଥିବା ଖବର ଓଟିଭିରେ ପ୍ରସାରିତ ହେବା ପରେ, ଏହାର ଚେର ଖୋଜି ଖୋଜି ବଲାଙ୍ଗିରର ଏକ କୋଚିଂ ସେଣ୍ଟରରେ ପହଞ୍ଚିଛି ପୋଲିସ । ମାମଲାରେ କୋଚିଂ ସେଣ୍ଟର ମାଲିକ, କଂପ୍ୟୁଟର ଶିକ୍ଷକ ଓ ଜାଲ୍ ସାର୍ଟିଫିକେଟଧାରୀଙ୍କୁ ମିଶାଇ ୧୯ ଜଣ ଗିରଫ ହୋଇଛନ୍ତି । ତେଣେ କେନ୍ଦ୍ରାପଡ଼ାରେ ବି ସାମ୍ନାକୁ ଆସିଛି ଜାଲ୍ ସାର୍ଟିଫିକେଟ ଘଟଣା ।