R-ଫ୍ୟାକ୍ଟର କହିଲେ କରୋନାର ରିପ୍ରଡକ୍ସନ ନମ୍ବର ବା ବଂଶବୃଦ୍ଧି ହାରକୁ ବୁଝାଇଥାଏ । କିଛି ରାଜ୍ୟରେ କରୋନା ସତର୍କତାର ଖୋଲାଖୋଲି ଉଲ୍ଲଂଘନ ଫଳରେ ଏହି R-ଫ୍ୟାକ୍ଟର ବଢ଼ିଛି । ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା । ଏପର୍ଯ୍ୟନ୍ତ ଦ୍ୱିତୀୟ ଲହର ଯାଇନି କିନ୍ତୁ ଦେଶର ବିଭିନ୍ନ ପ୍ରାନ୍ତରେ କୋଭିଡ୍ ନିୟମର ଖୋଲାଖୋଲି ଉଲ୍ଲଂଘନ ହେଉଛି ବୋଲି  ସେ ଚିଠିରେ ଉଲ୍ଲେଖ କରିଛନ୍ତି ।