• Astrospeak
  • Live TV
  • Read In English

ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ହାର କମୁଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ପ୍ରତିଦିନ ଦିଲ୍ଲୀରେ କରୋନା ରେକର୍ଡ ଭାଙ୍ଗୁଥିବାରୁ ଏହା କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ତେବେ ଏଥିପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସରକାର ଏହାର […]

kejriwal
kejriwal

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ହାର କମୁଥିବା ବେଳେ ରାଜଧାନୀ ଦିଲ୍ଲୀରେ କିନ୍ତୁ ଦିନକୁ ଦିନ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଦିଲ୍ଲୀରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି। ପ୍ରତିଦିନ ଦିଲ୍ଲୀରେ କରୋନା ରେକର୍ଡ ଭାଙ୍ଗୁଥିବାରୁ ଏହା କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ତେବେ ଏଥିପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ସରକାର ଏହାର ପ୍ରବାହକୁ ରୋକିବା ଦିଗରେ କାର୍ଯ୍ୟ କରୁଛନ୍ତି ବୋଲି କେଜରିୱାଲ କହିଛନ୍ତି।

ଏ ନେଇ କଜରିୱାଲ କହିଛନ୍ତି  “ ଦିଲ୍ଲୀରେ କୋଭିଡ-୧୯ର ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳିଛି। ମୁଁ ଭାବୁଛି ଏହାକୁ ତୃତୀୟ ପର୍ଯ୍ୟାୟ ସଂକ୍ରମଣ ବୋଲି କହିପାରିବା। ତେବେ ଏଥିପାଇଁ ଭୟ କରିବାର କୌଣସି କାରଣ ନାହିଁ। ଆମେ ଏଥିପ୍ରତି ନଜର ରଖିଛୁ। ଏଥିପାଇଁ ଯାହା ପଦକ୍ଷେପ ନେବାକୁ ହେବ ଆମେ ନେବୁ।”

ଦିଲ୍ଲୀରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମଙ୍ଗଳବାର ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ହଜାର ହୋଇଛି। ଗତ ୫ ଦିନ ହେଲା ଲଗାତର ଦିଲ୍ଲୀରେ ୫ ହଜାର ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ମଙ୍ଗଳବାର କିନ୍ତୁ ସଂଖ୍ୟା ହଜାରେ ବଢ଼ି ୬ ହଜାର ହୋଇଛି।

ତେବେ ଦିଲ୍ଲୀରେ କୋଭିଡ-୧୯ ପାଇଁ ପର୍ଯ୍ୟାପ୍ତ ପରିମାଣରେ ବେଡ୍‌ ଥିବାବେଳେ କେତେକ ଘରୋଇ ହସ୍‌ପିଟାଲରେ ICU ବେଡ୍‌ ଓ ଭେଣ୍ଟିଲେଟର୍‌ ଅଭାବ ରହିଛି। ଏଥିପାଇଁ ଆସନ୍ତାକାଲି ଏକ ରିଭ୍ୟୁ ମିଟିଂ କରାଯିବ। କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ବୈଠକରେ ପଦକ୍ଷେପ ନିଆଯିବ ବୋଲି କେଜରିୱାଲ କହିଛନ୍ତି।