ପ୍ରସାରଣ ସମୟ-ପ୍ରତି ରବିବାର ରାତି ୧୦ଟା
ଦେଶରେ ଘଟୁଥିବା ରାଜନୈତିକ ଘଟଣାବଳୀକୁ ରଙ୍ଗମଞ୍ଚରେ ରୋଚକ ଢଙ୍ଗରେ ପରିବେଷଣ କରୁଥିବା କାର୍ଯ୍ୟକ୍ରମ ହେଉଛି, ଦ ଗ୍ରେଟ୍ ଓଡ଼ିଶା ପଲିଟିକାଲ ସର୍କସ, ଅଭିଜ୍ଞ ଓ ନବାଗତ ଅଭିନେତା ଅଭିନେତ୍ରୀମାନେ ରାଜନୈତିକ ଘଟଣାବଳୀକୁ ବ୍ୟଙ୍ଗ ରସ ମାଧ୍ୟମରେ ସର୍କସ ମଂଚରେ ପରିବେଷଣ କରିଥାନ୍ତି, ଯାହା ମନୋରଂଜନଧର୍ମୀ ହେବା ସହ ସୂଚନାଧର୍ମୀ ଏବଂ ସଚେତନଧର୍ମୀ ହୋଇଥାଏ । ଶାସକ ହୁଅନ୍ତୁ ବା ବିରୋଧୀ, ଅବା ସଧାରଣ ଜନତା, ସମସ୍ତଙ୍କ ଚରିତ୍ରକୁ ଏଥିରେ ଚିତ୍ରଣ କରାଯାଇ ନିରପେକ୍ଷ ଭାବେ ଭଲକାମ ଓ ଭୁଲର ତର୍ଜ୍ଜମା କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ । Updates