ପର୍ଦ୍ଦାଫାସ୍ ଏକ ଅପରାଧ ଭିତ୍ତିକ କାର୍ଯ୍ୟକ୍ରମ । ରାଜ୍ୟରେ ବିଭିନ୍ନ ସମୟରେ ଘଟୁଥିବା ହତ୍ୟା, ଲୁଣ୍ଠନ ଆଦି ଅମାନବୀୟ ଘଟଣାକୁ ନେଇ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଥାଏ ।ସତ୍ୟ ଘଟଣାକୁ ଆଧାର କରି ଏହାର ନାଟ୍ୟରୂପ ପ୍ରସ୍ତୁତ ଘଟଣା ପଛର ରହସ୍ୟକୁ ଉନ୍ମୋଚନ କରି ଦର୍ଶକମାନଙ୍କ ଆଗରେ ଉପସ୍ଥାପନ କରିବା ହେଉଛି ପର୍ଦ୍ଦାଫାସ୍ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ । କେବଳ ଖବର ପରିବେଷଣ ଏହାର ଉଦ୍ଦେଶ୍ୟ ନୁହେଁ, ବରଂ ଅପରାଧଠାରୂ କିପରି ଲୋକେ ଦୂରେଇ ରହିବେ ସେଥିପାଇଁ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତାର ବାର୍ତ୍ତା ଦିଆଯାଇଥାଏ । ଏହି କାର୍ଯ୍ୟକ୍ରମ ପ୍ରତି ମଙ୍ଗଳ ବାର ଓ ଗୁରୁବାର ରାତି ୧୦ଟା ୩୦ରେ ଓଟିଭିରେ ପ୍ରସାରିତ ହୋଇଥାଏ । ଏହି କାର୍ଯ୍ୟକ୍ରମକୁ ଓଟିଭିରେ କାର୍ଯ୍ୟରତ ଆଙ୍କରମାନେ ଉପସ୍ଥାପନା କରିଥାନ୍ତି । Updates