ଖୋଲା କଥା ହେଉଛି ଏକ ସାକ୍ଷାତକାର ଭିତ୍ତିକ କାର୍ଯ୍ୟକ୍ରମ ବିଭିନ୍ନ ପ୍ରସଙ୍ଗକୁ ନେଇ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ସହିତ ମନ ଖୋଲି କଥାବାର୍ତ୍ତା ହେବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଖୋଲା କଥା । ସମାଜର ପ୍ରତିଷ୍ଠିତ ତଥା ଚର୍ଚ୍ଚିତ ବ୍ୟକ୍ତି ହୋଇଥାନ୍ତି ଖୋଲା କଥାର ଅତିଥି । ସାଧାରଣ ଜନତାଙ୍କ ମନରେ ଉଙ୍କିମାରୁଥିବା ପ୍ରଶ୍ନର ସିଧାସଳଖ ଉତ୍ତର ଦେବାକୁ ପଡ଼ିଥାଏ ସେଲିବ୍ରିଟି, ରାଜନେତା, ସମାଜସେବୀ, କଳାକାର ତଥା ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ଅତିଥିମାନଙ୍କ ଜୀବନ, ପ୍ରତିଭା ଓ ବିବାଦୀୟ ଘଟଣା ସଂପର୍କରେ ଖୋଲାଖୋଲି ଆଲୋଚନା ହୋଇଥାଏ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଖୋଲାକଥାର ଉପସ୍ଥାପକ ହେଉଛନ୍ତି ଓଟିଭିର ପଶ୍ଚିମ ଓଡ଼ିଶା ବ୍ୟୁରୋ ହେଡ୍ ମନୋରଞ୍ଜନ ଯୋଶୀ । ପ୍ରତି ଗୁରୁବାର ରାତି ୧୦ଟାରେ ଓଟିଭିରେ ପ୍ରସାରିତ ହୋଇଥାଏ ଲୋକପ୍ରିୟ ଟକ୍ ସୋ ଖୋଲା କଥା । Updates