ମଣିଷ ଆଶାରେ ବଞ୍ଚେ । ଭାଙ୍ଗି ଯାଇଥିବା ମନକୁ ଯୋଡ଼ିବା, ଉଜୁଡ଼ି ଯାଇଥିବା ପରିବାରକୁ ପୁଣି ଥରେ ଏକାଠି କରିବାର ଭିନ୍ନ ଏକ ପ୍ରୟାସ ଆଶାର ଆଲୋକ । ଦାମ୍ପତ୍ୟ ଜୀବନର କଳହରୁ ବର୍ଷ ବର୍ଷ ଧରି ପରସ୍ପରଠାରୁ ଦୂରେଇ ରହିଥାନ୍ତି ସ୍ବାମୀ,ସ୍ତ୍ରୀ । ଫଳରେ ଦୁଇଟି ପରିବାରରେ ମଧ୍ୟରେ ସୃଷ୍ଟି ହୋଇଥାଏ ଅଶାନ୍ତି ଓ ବିଭେଦର ପାଚେରୀ । ଏଭଳି ଦୁଇଟି ପରିବାରକୁ ପୁଣି ଥରେ ଏକାଠି କରି ସେମାନଙ୍କ ଜୀବନରେ ପାରିବାରିକ ଖୁସି ଫେରାଇ ଆଣିବା ଆଶାର ଆଲୋକ କାର୍ଯ୍ୟକ୍ରମର ଉଦ୍ଦେଶ୍ୟରେ କୌଣସି ଥାନା ବା କୋର୍ଟକୁ ଯାଇ ନୁହେଁ , ବରଂ ଏକ ସାମାଜିକ ପ୍ଲାଟଫର୍ମ ମାଧ୍ୟମରେ ପାରିବାରିକ ବିବାଦର ସମାଧାନ କରିବା ଏହି କାର୍ଯ୍ୟକ୍ରମର ମହତ୍ ଲକ୍ଷ୍ୟ । ପୂର୍ବତନ ବିଚାରପତି, ସମାଜସେବୀ, ଉପସ୍ଥାପକଙ୍କ ଉପସ୍ଥିତିରେ ପରସ୍ପରଠାରୁ ଦୂରେଇ ରହିଥିବା ସ୍ବାମୀ ସ୍ତ୍ରୀ ପୁଣି ଥରେ ଏକାଠି ନୂଆ ଜୀବନ ଆରମ୍ଭ କରିବାକୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଶପଥ ନେଇଥାନ୍ତି । ପ୍ରତି ସପ୍ତାହର ଶନିବାର ରାତି ୧୦ଟାରେ ଓଟିଭିରେ ପ୍ରସାରିତ ହୋଇଥାଏ ଆଶାର ଆଲୋକ କାର୍ଯ୍ୟକ୍ରମ । ଓଲିଉଡର ବିଶିଷ୍ଟ ଅଭିନେତା ମିହିର ଦାସ ଏହି କାର୍ଯ୍ୟକ୍ରମର ଉପସ୍ଥାପକ । Updates