ଆପଣ ଏକା ନୁହଁନ୍ତି । ଏହା କେବଳ ଏକ କାର୍ଯ୍ୟକ୍ରମ ନୁହେଁ ଗରିବ ଅସହାୟଙ୍କ ପାଇଁ ଆଶା ବାଡିଟିଏ । ପ୍ରଶାସନ ପାଖରେ ଯେତେବେଳେ ଆପଣଙ୍କ ସ୍ବର ପହଞ୍ଚି ପାରେନାହିଁ ସେତେବେଳେ ଆପଣ ଏକା ନୁହଁନ୍ତି ଆପଣଙ୍କୁ ସାଥ୍ ଦିଏ । ଆପଣ ଏକା ନୁହଁନ୍ତି ଏକ ସାପ୍ତାହିକ ସହୋଯୋଗ ଭିତ୍ତିକ କାର୍ଯ୍ୟକ୍ରମ , ଯାହାକି ୩୦ ସେମ୍ବେର ୨୦୧୦ ମସିହାରୁ ଆରମ୍ଭ ହୋଇ ,ପ୍ରତି ବୁଧବାର ରାତି ୮ଟା ୩୦ରେ ଓଟିଭିରେ ପ୍ରସାରିତ ହୋଇ ଆସୁଅଛି । ଆମର ଏ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଅସୁବିଧାରେ ପଡିଥିବା ଲୋକଟିଏକୁ ସମାଧାନର ବାଟ ଦେଖାଇଦେବା । ପେନସନ ଓ ଚାକିରୀ ସମ୍ବନ୍ଧୀୟ ସମସ୍ୟା ହେଉ କିମ୍ବା ଗରୀବ ଲୋକଙ୍କୁ ସାମାଜିକ ସୁରକ୍ଷା ଅଥବା ଗରୀବ ମେଧାବୀ ଛାତ୍ରଙ୍କୁ ପାଠ ପଢିବା ପାଇଁ ସହଯୋଗର ହାତଟିଏ ବଢାଇଦିଏ ଆପଣ ଏକା ନୁହନ୍ତି । ତା ସହିତ ପିଇବା ପାଣି , ରାସ୍ତା ଏବଂ ବିଦ୍ୟୁତ ସମସ୍ୟା ଭଳି ଅଞ୍ଚଳର ସମସ୍ୟା ପାଇଁ ମଧ୍ୟ ଆପଣ ଏକା ନୁହଁନ୍ତି ଆପଣଙ୍କ ସହିତ ଲଢିଥାଏ । କିନ୍ତୁ ଏହି କାର୍ଯ୍ୟକ୍ରମରେ ଜମିବାଡି ସଙ୍କ୍ରାନ୍ତୀୟ, ପାରିବାରିକ ସମସ୍ୟା ତଥା କୌଣସି ଫୌଜଦାରୀ ମାମଲା ଗ୍ରହଣ କରାଯାଏ ନାହିଁ । Updates