• Astrospeak
  • Live TV
  • Read In English

୨୧ରୁ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ

୨୧ରୁ ଜୁଲାଇ ୨ ଯାଏ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ ୟୁଟ୍ୟୁବ୍‌ରେ ଲାଇଭ୍‌ କ୍ଲାସ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ ୟୁଟ୍ୟୁବ୍‌ରେ କ୍ଲାସ୍‌ ଲାଗି ୮ଟି ଜିଲ୍ଲାକୁ ଦାୟିତ୍ୱ ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଜୁଲାଇ ୨ ଯାଏ…

online class
online class

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ଜୁଲାଇ ୨ ଯାଏ ପ୍ରଥମରୁ ୮ମ ଶ୍ରେଣୀ ଛାତ୍ରଛାତ୍ରୀ ୟୁଟ୍ୟୁବ୍‌ରେ ପାଠ ପଢ଼ିବେ। ୟୁଟ୍ୟୁବ୍‌ରେ ଲାଇଭ୍‌ କ୍ଲାସ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ପଢ଼ାଯିବ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ, ଓସେପାର ପ୍ରକଳ୍ପ ନିର୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଚିଠି ଲେଖି ଅବଗତ କରିଛନ୍ତି।

ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ଟା ଯାଏ ଅଧ ଘଣ୍ଟାଏ ଲେଖା କ୍ଲାସ୍‌ ହେବ। ସେହିପରି ଚତୁର୍ଥରୁ ଅଷ୍ଟମ ଯାଏ ଇଂରାଜୀ, ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦ ଟା ୩୦ ଯାଏ କ୍ଲାସ ହେବ। ପ୍ରତି କ୍ଲାସ୍‌ ଅଧଘଣ୍ଟା ଲେଖାଏ ଚାଲିବ। ୟୁଟ୍ୟୁବ୍‌ରେ କ୍ଲାସ୍‌ ଲାଗି ୮ଟି ଜିଲ୍ଲାକୁ ଦାୟିତ୍ୱ ଦିଆଯାଇଛି।

ଆହୁରି ପଢନ୍ତୁ:  ଯୁକ୍ତ ୨ ପରୀକ୍ଷା ମୂଲ୍ୟାୟନ ନେଇ ବାହାରି ପାରୁନି ନିର୍ଯାସ

ଜିଲ୍ଲା ଶିକ୍ଷା ଅଧିକାରୀ ମାନେ କମିଟି ଗଠନ କରି ଦକ୍ଷ ଶିକ୍ଷକ ମାନଙ୍କୁ Youtube Live Class ପାଇଁ ଚୟନ କରିବେ। କେତେ ସଂଖ୍ୟକ ପିଲା Live Class ରେ ଉପସ୍ଥିତ ରହୁଛନ୍ତି ତା’ର ମଧ୍ୟ ଡାଟା ରଖିବାକୁ ନିର୍ଦ୍ଦେଶ ରହିଛି। ସେପଟେ ଆଜିଠୁ ଦୂରଦର୍ଶନ ମାଧ୍ୟମରେ ଯୁକ୍ତ ଦୁଇ ଶେଷ ବର୍ଷ ଲାଗି ଫିଜିକ୍ସ ଓ କେମିଷ୍ଟ୍ରି ବିଷୟରେ ଭିଡିଓ କ୍ଲାସ ହେବ ଓ ରାତି ୯ରୁ ୧୦ଟା ଯାଏ ଭିଡିଓ କ୍ଲାସ୍‌ର ପ୍ରସାରଣ ହେବ।