• Astrospeak
  • Live TV
  • Read In English

ଖାରବେଳଙ୍କୁ ସଭାମଞ୍ଚରେ ଜନୈକ ଯୁବକଙ୍କ ଆକ୍ରମଣ

ରାୟଗଡ଼ା : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ପୁଣି ଅାକ୍ରମଣ। ରାୟଗଡ଼ା ଜିଲ୍ଲା କାଶୀପୁରର ଏକ ସଭାମଞ୍ଚରେ ତାଙ୍କୁ ସାଂଘାତିକ ମାଡ଼ ମରାଯାଇଛି। ଅାଉ ଅାକ୍ରମଣର ସେହି ଭିଡ଼ିଓକୁ ସୋସିଅାଲ୍ ମିଡ଼ିଆରେ ନିଜେ ଶେୟାର କରିଛନ୍ତି ଖାରବେଳ। କିଛି ଦିନ ତଳେ  ଅାଳିରେ ତାଙ୍କୁ ଅାକ୍ରମଣ କରାଯାଇଥିବାବେଳେ ପୁଣି କାଶୀପୁରରେ ଏଭଳି ଅାକ୍ରମଣ କରାଯାଇଛି। ଖାରବେଳଙ୍କୁ ସଭାମଞ୍ଚରେ ଜନୈକ ଯୁବକ ଅାକ୍ରମଣ କରିଥିବା ଜଣାପଡିଛି। ଏଠାକୁ କାହିଁକି ଅାସିଛ ବୋଲି ପଚାରି ମୁହଁକୁ ଅାକ୍ରମଣ କରିଥିବା […]

kharbela-up
kharbela-up

ରାୟଗଡ଼ା : ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁଙ୍କୁ ପୁଣି ଅାକ୍ରମଣ। ରାୟଗଡ଼ା ଜିଲ୍ଲା କାଶୀପୁରର ଏକ ସଭାମଞ୍ଚରେ ତାଙ୍କୁ ସାଂଘାତିକ ମାଡ଼ ମରାଯାଇଛି। ଅାଉ ଅାକ୍ରମଣର ସେହି ଭିଡ଼ିଓକୁ ସୋସିଅାଲ୍ ମିଡ଼ିଆରେ ନିଜେ ଶେୟାର କରିଛନ୍ତି ଖାରବେଳ।

କିଛି ଦିନ ତଳେ  ଅାଳିରେ ତାଙ୍କୁ ଅାକ୍ରମଣ କରାଯାଇଥିବାବେଳେ ପୁଣି କାଶୀପୁରରେ ଏଭଳି ଅାକ୍ରମଣ କରାଯାଇଛି। ଖାରବେଳଙ୍କୁ ସଭାମଞ୍ଚରେ ଜନୈକ ଯୁବକ ଅାକ୍ରମଣ କରିଥିବା ଜଣାପଡିଛି। ଏଠାକୁ କାହିଁକି ଅାସିଛ ବୋଲି ପଚାରି ମୁହଁକୁ ଅାକ୍ରମଣ କରିଥିବା ଖାରବେଳ ସ୍ୱାଇ ନିଜେ ଫେସବୁକରେ ଲେଖିଛନ୍ତି।

ବିଜେଡି ସମର୍ଥକ ଅାକ୍ରମଣ କରିଥିବା କହିଛନ୍ତି  ଖାରବେଳ। ସେ କହିଛନ୍ତି, ସଭା ପାଇଁ ପୁଲିସ ମାଗିଥିଲୁ, ଅାସିବାକୁ କହି ଅାସିଲେନି। ‘ସଭା ଚାଲିଛି, ୨/୩ ଜଣ ପହଞ୍ଚି, ତୁମେ କିଏ ପଚାରିଲେ। ଅାମକୁ ନପଚାରି କାହିଁକି ଅାସିଛ ବୋଲି କହିଲେ’। ବିଜେଡି ବିରୋଧରେ କାହିଁକି କହୁଛ କହି ଅାକ୍ରମଣ କରିଥିଲେ।  ବିଧା, ଚାପୁଡ଼ା ମାରିଲେ, ତଳକୁ ପଡ଼ିଗଲି ବୋଲି ଖାରବେଳ କହିଛନ୍ତି।

ସାରା ରାଜ୍ୟରେ ନବୀନ ବାବୁ ମଦର ବନ୍ୟା ସୃଷ୍ଟି କରିଛନ୍ତି। ଟଙ୍କିକିଅା ଚାଉଳ ବିରୋଧରେ ମୁଁ ଲଗାତାର କହିଅାସୁଛି। ଟଙ୍କିକିଅା ଚାଉଳବାଲା ନୁହେଁ, ମଦ ପିଇଲା ଲୋକ ମାରୁଛନ୍ତି।  ମୋର ଧାରଣା ମୁଖ୍ୟମନ୍ତ୍ରୀ ଏସବୁ କରାଉଛନ୍ତି ବୋଲି ଖାରବେଳ କହିଛନ୍ତି।