• Astrospeak
  • Live TV
  • Read In English

OTV ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଛି। କୌଣସି ନୋଟିସ୍ ନ ଦେଇ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇ ନାହିଁ। ଏହା ଆଗରୁ ମଧ୍ୟ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଓଟିଭି ଅଫିସ୍‌ରେ ପଚରାଉଚରା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାକୁ ଡାକି ମଧ୍ୟ […]

crime branch
crime branch

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଛି।

କୌଣସି ନୋଟିସ୍ ନ ଦେଇ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତାଙ୍କ ପରିବାରକୁ ମଧ୍ୟ ସୂଚନା ଦିଆଯାଇ ନାହିଁ। ଏହା ଆଗରୁ ମଧ୍ୟ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଓଟିଭି ଅଫିସ୍‌ରେ ପଚରାଉଚରା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ବାଘମାରି ଥାନାକୁ ଡାକି ମଧ୍ୟ ପଚରା ଉଚରା କରାଯାଇଥିଲା।

ଏବେ ପୁଣି ବିନା ନୋଟିସ୍‌ରେ ଉଠାଇ ନେଇଛି କ୍ରାଇମ୍‌ବ୍ରାଞ୍ଚ। ଏହି ତଦନ୍ତକାରୀ ସଂସ୍ଥାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି, ପଚରାଉଚରା ପାଇଁ ମନୋରଞ୍ଜନଙ୍କୁ ନିଆଯାଇଛି।